ଶ୍ରୀଲଙ୍କା ବିପକ୍ଷରେ ନ୍ୟୁଜିଲ୍ୟାଣ୍ଡର ୧୩୮ ରନ୍‌ର ଲିଡ୍‌

କଲମ୍ବୋ: ବର୍ଷା ବାଧାପ୍ରାପ୍ତ ଶ୍ରୀଲଙ୍କା ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ ଡ୍ର ଅଭିମୁଖେ ଅଗ୍ରସର ହେବାରେ ଲାଗିଛି। ୪ର୍ଥ ଦିନର ଖେଳ ଶେଷ ସୁଦ୍ଧା ନ୍ୟୁଜିଲ୍ୟାଣ୍ଡ ତା’ର ପ୍ରଥମ ଇନିଂସ୍‌ରେ ୫ ୱିକେଟ୍‌ ହରାଇ ୩୮୨ ରନ୍ କରିଛି। ଫଳରେ ଶ୍ରୀଲଙ୍କାର ପ୍ରଥମ ଇନିଂସ୍ ସ୍କୋର ଠାରୁ ଭ୍ରମଣକାରୀ ନିଜ୍ୟୁଲ୍ୟାଣ୍ଡ ୧୩୮ ରନର ଅଗ୍ରଣୀ ହାସଲ କରିଛି। ଷ୍ଟମ୍ପ ଅପସାରଣ ବେଳକୁ ବି ୱାଟଲିଙ୍ଗ  ୮୧ ଓ କୋଲିନ ଡି ଗ୍ରାଣ୍ଡହୋମ ୮୧ ରନ୍‌ […]

r

Hemant Lenka
  • Published: Sunday, 25 August 2019
  • , Updated: 25 August 2019, 07:09 PM IST

କଲମ୍ବୋ: ବର୍ଷା ବାଧାପ୍ରାପ୍ତ ଶ୍ରୀଲଙ୍କା ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ ଡ୍ର ଅଭିମୁଖେ ଅଗ୍ରସର ହେବାରେ ଲାଗିଛି। ୪ର୍ଥ ଦିନର ଖେଳ ଶେଷ ସୁଦ୍ଧା ନ୍ୟୁଜିଲ୍ୟାଣ୍ଡ ତା’ର ପ୍ରଥମ ଇନିଂସ୍‌ରେ ୫ ୱିକେଟ୍‌ ହରାଇ ୩୮୨ ରନ୍ କରିଛି। ଫଳରେ ଶ୍ରୀଲଙ୍କାର ପ୍ରଥମ ଇନିଂସ୍ ସ୍କୋର ଠାରୁ ଭ୍ରମଣକାରୀ ନିଜ୍ୟୁଲ୍ୟାଣ୍ଡ ୧୩୮ ରନର ଅଗ୍ରଣୀ ହାସଲ କରିଛି। ଷ୍ଟମ୍ପ ଅପସାରଣ ବେଳକୁ ବି ୱାଟଲିଙ୍ଗ  ୮୧ ଓ କୋଲିନ ଡି ଗ୍ରାଣ୍ଡହୋମ ୮୧ ରନ୍‌ କରି ଅପରାଜିତ ରହିଛନ୍ତି।

ଆଜି ଶ୍ରୀଲଙ୍କାର ବୋଲରମାନେ କେବଳ ଗୋଟିଏ ୱିକେଟ୍‌ ଅକ୍ତିଆର କରିବାର ସୁଯୋଗ ପାଇଛନ୍ତି। ୧୫୪ ରନ୍‌ର ଇନିଂସ ଖେଳିବା ପରେ ଟମ ଲାଥମ ଶ୍ରୀଲଙ୍କା ବୋଲର ଦିଲରୁୱାନା ପରେରାଙ୍କ ବଲରେ ଆଉଟ୍‌ ହୋଇଛନ୍ତି।

ଗତକାଲିର ୧୯୬/୪ରୁ ଆଜି ନ୍ୟୁଜିଲ୍ୟାଣ୍ଡ ଇନିଂସ ଆରମ୍ଭ କରିଥିଲା। ଦୁଇ ଅପରାଜି ବ୍ୟାଟସ୍‌ମ୍ୟାନ୍‌ ଟମ ଲଥାମ (୧୧୧) ଓ ୱାଟଲିଙ୍ଗ (୨୫) ଦ୍ରୁତ ଗତିରେ ରନ୍‌ ସଂଗ୍ରହ କରିବା ଆରମ୍ଭ କରିଥିଲେ।

ଇତି ମଧ୍ୟରେ ଲଥାମ ନିଜର ୧୫୦ ରନ୍‌ ପୂରଣ କରିଥିଲେ। ୱାଟଲିଙ୍ଗ ମଧ୍ୟ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ତେବେ ୧୫୪ ରନ୍‌ କରିଥିବା ବେଳେ ଲଥାମ ଏଲବିଡବ୍ଲ୍ୟୁ ହୋଇ ପ୍ୟାଭିଲିୟନ ଫେରିଥିଲେ।

ଏହାପରେ ବ୍ୟାଟିଂ କରିବାକୁ ଆସିଥିବା ଗ୍ରାଣ୍ଡହୋମ ଦ୍ରୁତ ଗତିରେ ରନ୍‌ ସଂଗ୍ରହ କରିବା ଆରମ୍ଭ କରିଥିଲେ। ସେ ମାତ୍ର ୪୬ଟି ବଲ୍‌ରେ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ନ୍ୟୁଜିଲ୍ୟାଣ୍ଡର ସ୍କୋର ୩୫୮/୫ ଥିବା ବେଳେ ବର୍ଷା ଆରମ୍ଭ ହୋଇଥିଲା।

ଫଳରେ ଖେଳକୁ କିଛି ସମୟ ପାଇଁ ବନ୍ଦ କରାଯାଇଥିଲା। ବର୍ଷା ଛାଡ଼ିବା ପରେ ଗ୍ରାଣ୍ଡହୋମ ପୁଣିଥରେ ନିଜର ଜଲୱା ଦେଖାଇଥିଲେ। ଉଭୟ ୬ଷ୍ଠ ୱିକେଟ୍‌ ପାଇଁ ୧୦୦ ରନ୍‌ର ଭାଗିଦାରୀ କରିବା ସହ ଦଳୀୟ ସ୍କୋରକୁ ୩୮୦ ପାର କରାଇଥିଲେ। ନ୍ୟୁଜିଲ୍ୟାଣ୍ଡର ସ୍କୋର ୩୮୨ ଥିବା ବେଳେ ବ୍ୟାଡ୍‌ ଲାଇଟ୍‌ କାରଣରୁ ଖେଳକୁ ଅମ୍ପାୟାର ଧାର୍ଯ୍ୟ ସମୟ ଆଗରୁ ବନ୍ଦ କରିବାକୁ ବାଧ୍ୟ ହୋଇଥିଲେ।

Related story