ଅକ୍ଟୋବର ୫ରେ ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ଟି-ଟ୍ୱେଣ୍ଟି ମ୍ୟାଚ୍

କଟକ: ଆସନ୍ତା ସେପ୍ଟେମ୍ବର ମାସରେ ଭାରତ ଗସ୍ତରେ ଆସୁଛି ଦକ୍ଷିଣ ଆଫ୍ରିକାର କ୍ରିକେଟ୍ ଟିମ୍। ଏହି ଗସ୍ତ ବେଳେ ସେପ୍ଟେମ୍ବରରୁ ଡିସେମ୍ବର ମଧ୍ୟରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୪ଟି ଟେଷ୍ଟ୍, ୫ଟି ଦିନିକିଆ ଓ ତିନିଟି ଟି-ଟ୍ୱେଣ୍ଟି ମ୍ୟାଚ୍ ଖେଳାଯିବ। ତେବେ ଦକ୍ଷିଣ ଆଫ୍ରିକାର ଏହି ଗସ୍ତ ଟି-ଟ୍ୱେଣ୍ଟିରୁ ଆରମ୍ଭ ହେବ। ଆଉ ତିନିଟି ଟି-ଟ୍ୱେଣ୍ଟି ମ୍ୟାଚ୍ ମଧ୍ୟରୁ ଗୋଟିଏ କଟକର ବାରବାଟୀରେ ଖେଳାଯିବ। ଅକ୍ଟୋବର ୫ ତାରିଖରେ ଦ୍ୱିତୀୟ ଟି-ଟ୍ୱେଣ୍ଟି ମ୍ୟାଚଟି ଏଠାରେ […]

barabatistadium

barabatistadium

Rakesh Mallick
  • Published: Monday, 27 July 2015
  • Updated: 27 July 2015, 09:38 AM IST

Sports

Latest News

କଟକ: ଆସନ୍ତା ସେପ୍ଟେମ୍ବର ମାସରେ ଭାରତ ଗସ୍ତରେ ଆସୁଛି ଦକ୍ଷିଣ ଆଫ୍ରିକାର କ୍ରିକେଟ୍ ଟିମ୍। ଏହି ଗସ୍ତ ବେଳେ ସେପ୍ଟେମ୍ବରରୁ ଡିସେମ୍ବର ମଧ୍ୟରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୪ଟି ଟେଷ୍ଟ୍, ୫ଟି ଦିନିକିଆ ଓ ତିନିଟି ଟି-ଟ୍ୱେଣ୍ଟି ମ୍ୟାଚ୍ ଖେଳାଯିବ। ତେବେ ଦକ୍ଷିଣ ଆଫ୍ରିକାର ଏହି ଗସ୍ତ ଟି-ଟ୍ୱେଣ୍ଟିରୁ ଆରମ୍ଭ ହେବ। ଆଉ ତିନିଟି ଟି-ଟ୍ୱେଣ୍ଟି ମ୍ୟାଚ୍ ମଧ୍ୟରୁ ଗୋଟିଏ କଟକର ବାରବାଟୀରେ ଖେଳାଯିବ। ଅକ୍ଟୋବର ୫ ତାରିଖରେ ଦ୍ୱିତୀୟ ଟି-ଟ୍ୱେଣ୍ଟି ମ୍ୟାଚଟି ଏଠାରେ ଖେଳାଯିବ। ପ୍ରଥମ ଟି-ଟ୍ୱେଣ୍ଟି ଧର୍ମଶାଳାରେ ଅକ୍ଟୋବର ୨ ତାରିଖରେ ଖେଳାଯିବ। ସେହିପରି ତୃତୀୟ ଟି-ଟ୍ୱେଣ୍ଟି ମ୍ୟାଚ୍ ଅକ୍ଟୋବର ୮ରେ କୋଲକାତାରେ ଖେଳାଯିବ।

ଟି-ଟେଣ୍ଟି ମ୍ୟାଚ୍ ସରିବା ପରେ ଅକ୍ଟୋବର ୧୧ ତାରିଖରୁ ଆରମ୍ଭ ହେବ ୫ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍। ପ୍ରଥମ ମ୍ୟାଚ୍ ଅକ୍ଟୋବର ୧୧ରେ କାନପୁରରେ ଖେଳାଯିବ। ଦ୍ୱିତୀୟ ମ୍ୟାଚ୍ ଅକ୍ଟୋବର ୧୪ରେ ଇନ୍ଦୋରରେ ଖେଳାଯିବାକୁ ଥିବା ବେଳେ ଅକ୍ଟୋବର ୧୮ରେ ରାଜକୋଟରେ ତୃତୀୟ ମ୍ୟାଚ୍, ଅକ୍ଟୋବର ୨୨ରେ ଚେନ୍ନାଇରେ ଚତୁର୍ଥ ମ୍ୟାଚ୍ ଓ ଅକ୍ଟୋବର ୨୫ରେ ମୁମ୍ବାଇଠାରେ ଖେଳାଯିବ ପଞ୍ଚମ ଦିନିକିଆ ମ୍ୟାଚ୍।

ଏହା ପରେ ନଭେମ୍ବର ୫ ତାରିଖରୁ ଆରମ୍ଭ ହୋଇଯିବ ଟେଷ୍ଟ୍ ମ୍ୟାଚ୍। ପ୍ରଥମ ଟେଷ୍ଟ୍ ମୋହାଲିରେ ନଭେମ୍ବର ୫ରୁ୯ ତାରିଖ ମଧ୍ୟରେ ଖେଳାଯିବ। ସେହିପରି ଦ୍ୱିତୀୟ ଟେଷ୍ଟ୍ ମ୍ୟାଚ୍ ବେଙ୍ଗଲୁରୁରେ ନଭେମ୍ବର ୧୪ରୁ୧୮ ମଧ୍ୟରେ ଓ ତୃତୀୟ ମ୍ୟାଚଟି ନାଗପୁରରେ ନଭେମ୍ବର ୨୫ରୁ୨୯ ମଧ୍ୟରେ ଖେଳାଯିବ। ଚତୁର୍ଥ ତଥା ଅନ୍ତିମ ଟେଷ୍ଟ୍ ମ୍ୟାଚ୍ ଦିଲ୍ଲୀରେ ଡିସେମ୍ବରୁ ୩ରୁ୭ ମଧ୍ୟରେ ଖେଳାଯିବ।

ଏହି ମ୍ୟାଚଗୁଡ଼ିକର କାର୍ଯ୍ୟସୂଚୀ ଉଭୟ ବିସିସିଆଇ ଓ କ୍ରିକେଟ୍ ସାଉଥ ଆଫ୍ରିକା (ସିଏସଏ) ପକ୍ଷରୁ ମିଳିତ ଭାବେ ଜାରି କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos