ଦକ୍ଷିଣ ଏସିଆ ସନ୍ତରଣ ପ୍ରତିଯୋଗିତାରେ ପ୍ରତ୍ୟାଶାଙ୍କୁ ପଞ୍ଚମ ସ୍ୱର୍ଣ୍ଣ

କଲମ୍ବୋ: ଶ୍ରୀଲଙ୍କା ରାଜଧାନୀ କଲମ୍ବୋରେ ଆୟୋଜିତ ଦକ୍ଷିଣ ଏସିଆ ସନ୍ତରଣ ପ୍ରତିଯୋଗିତାରେ ଓଡ଼ିଶାକୁ ଆଉ ଏକ ସ୍ୱର୍ଣ୍ଣ ମିଳିଛି। ଗତକାଲି ଖେଳାଯାଇଥିବା ୧୫ ବର୍ଷରୁ କମ୍‌ ୧୦୦ମିଟର ବ୍ୟାକଷ୍ଟ୍ରୋକରେ ପ୍ରତ୍ୟାଶା ରାୟଙ୍କୁ ଏହି ସ୍ୱର୍ଣ୍ଣ ମିଳିଛି। ଏଯାଏଁ ପ୍ରତ୍ୟୁଷାଙ୍କୁ ମୋଟ ୫ଟି ପଦକ ମିଳିଛି। ଏହା ପୂର୍ବରୁ ସେ ୧୫ ବର୍ଷରୁ କମ୍‌ ଭିନ୍ନ ଭିନ୍ନ ବର୍ଗରେ ୩ଟି ସ୍ୱର୍ଣ୍ଣ ଏବଂ ଗୋଟିଏ ରୌପ୍ୟ ପଦକ ଜିତିଥିଲେ। ଏହି ପ୍ରତିଯୋଗିତାରେ ସାର୍କ ଦେଶ ଯଥା ଭାରତ, ପାକିସ୍ତାନ,ଆଫଗାନିସ୍ତାନ, […]

odia-girl-pratyasha-ray-became-first-swimmer

Rakesh Mallick
  • Published: Sunday, 23 October 2016
  • , Updated: 23 October 2016, 02:23 PM IST

କଲମ୍ବୋ: ଶ୍ରୀଲଙ୍କା ରାଜଧାନୀ କଲମ୍ବୋରେ ଆୟୋଜିତ ଦକ୍ଷିଣ ଏସିଆ ସନ୍ତରଣ ପ୍ରତିଯୋଗିତାରେ ଓଡ଼ିଶାକୁ ଆଉ ଏକ ସ୍ୱର୍ଣ୍ଣ ମିଳିଛି। ଗତକାଲି ଖେଳାଯାଇଥିବା ୧୫ ବର୍ଷରୁ କମ୍‌ ୧୦୦ମିଟର ବ୍ୟାକଷ୍ଟ୍ରୋକରେ ପ୍ରତ୍ୟାଶା ରାୟଙ୍କୁ ଏହି ସ୍ୱର୍ଣ୍ଣ ମିଳିଛି। ଏଯାଏଁ ପ୍ରତ୍ୟୁଷାଙ୍କୁ ମୋଟ ୫ଟି ପଦକ ମିଳିଛି। ଏହା ପୂର୍ବରୁ ସେ ୧୫ ବର୍ଷରୁ କମ୍‌ ଭିନ୍ନ ଭିନ୍ନ ବର୍ଗରେ ୩ଟି ସ୍ୱର୍ଣ୍ଣ ଏବଂ ଗୋଟିଏ ରୌପ୍ୟ ପଦକ ଜିତିଥିଲେ। ଏହି ପ୍ରତିଯୋଗିତାରେ ସାର୍କ ଦେଶ ଯଥା ଭାରତ, ପାକିସ୍ତାନ,ଆଫଗାନିସ୍ତାନ, ବାଂଲାଦେଶ, ମାଲଦ୍ୱୀପ, ଶ୍ରୀଲଙ୍କା ଓ ନେପାଳ ଭାଗନେଇଛନ୍ତି।

Related story