ଜାତୀୟ ଓପନ୍ ଆଥଲେଟିକ୍ସ ଚାମ୍ପିୟନଶିପ୍‌: ଦୂତୀ ଓ ଅମିୟ ଜିତିଲେ ସ୍ୱର୍ଣ୍ଣ

ରାଞ୍ଚି: ଏଠାରେ ଚାଲିଥିବା ୫୯ତମ ଜାତୀୟ ଆଥଲେଟିକ୍ସ ଚାମ୍ପିୟନଶିପରେ ଓଡ଼ିଶା ସ୍ପ୍ରିଣ୍ଟର୍ ଦୂତୀ ଚାନ୍ଦ ଓ ଅମିୟ ମଲିକ୍ ଯଥାକ୍ରମେ ମହିଳା ଓ ପୁରୁଷ ୧୦୦ ମିଟର ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଫାଇନାଲରେ ଦୂତୀ ନିର୍ଦ୍ଧାରିତ ଦୂରତାକୁ ୧୧.୨୫ ସେକେଣ୍ଡରେ ଅତିକ୍ରମ କରି ପ୍ରଥମ ସ୍ଥାନ ଅକ୍ତିଆର କରିଛନ୍ତି। ସେହିପରି ଏହି ଇଭେଣ୍ଟରେ ତାମିଲନାଡୁର ଅର୍ଚ୍ଚନା ସୁଶୀନ୍ଦ୍ରନ୍ ୧୧.୫୪ ସେକେଣ୍ଡରେ ଦ୍ୱିତୀୟ ସ୍ଥାନ ସହ ରୌପ୍ୟ ଏବଂ ରେଲୱେର ହିମାଶ୍ରୀ ରୟ ୧୧.୫୭ ସେକେଣ୍ଡ ସମୟରେ […]

mallick

Ranjit Kumar Jena
  • Published: Friday, 11 October 2019
  • , Updated: 11 October 2019, 09:20 PM IST

ରାଞ୍ଚି: ଏଠାରେ ଚାଲିଥିବା ୫୯ତମ ଜାତୀୟ ଆଥଲେଟିକ୍ସ ଚାମ୍ପିୟନଶିପରେ ଓଡ଼ିଶା ସ୍ପ୍ରିଣ୍ଟର୍ ଦୂତୀ ଚାନ୍ଦ ଓ ଅମିୟ ମଲିକ୍ ଯଥାକ୍ରମେ ମହିଳା ଓ ପୁରୁଷ ୧୦୦ ମିଟର ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଫାଇନାଲରେ ଦୂତୀ ନିର୍ଦ୍ଧାରିତ ଦୂରତାକୁ ୧୧.୨୫ ସେକେଣ୍ଡରେ ଅତିକ୍ରମ କରି ପ୍ରଥମ ସ୍ଥାନ ଅକ୍ତିଆର କରିଛନ୍ତି। ସେହିପରି ଏହି ଇଭେଣ୍ଟରେ ତାମିଲନାଡୁର ଅର୍ଚ୍ଚନା ସୁଶୀନ୍ଦ୍ରନ୍ ୧୧.୫୪ ସେକେଣ୍ଡରେ ଦ୍ୱିତୀୟ ସ୍ଥାନ ସହ ରୌପ୍ୟ ଏବଂ ରେଲୱେର ହିମାଶ୍ରୀ ରୟ ୧୧.୫୭ ସେକେଣ୍ଡ ସମୟରେ ତୃତୀୟ ସ୍ଥାନ ସହ ବ୍ରୋଞ୍ଜ ପଦକ ଜିତିଛନ୍ତି।

ପୁରୁଷ ୧୦୦ ମିଟର ଫାଇନାଲକୁ ଅମିୟ ୧୦.୪୬ ସେକେଣ୍ଡରେ ଅତିକ୍ରମ କରି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଏହି ଇଭେଣ୍ଟରେ ମ୍ୟାଲେସିୟାର ଜୋନାଥନ୍ ଅନାକ୍ ନ୍ୟେପା ୧୦.୪୭ ସେକେଣ୍ଡରେ ଦ୍ୱିତୀୟ ସ୍ଥାନ ସହ ରୌପ୍ୟ ଏବଂ ପଞ୍ଜାବର ଗୁରିନ୍ଦରବୀର ସିଂହ ୧୦.୪୮ ସେକେଣ୍ଡରେ ତୃତୀୟ ସ୍ଥାନରେ ରହି ବ୍ରୋଞ୍ଜ ପଦକ ଜିତିଛନ୍ତି।

ଏହା ପୂର୍ବରୁ ଦୂତୀ ସେମିଫାଇନାଲରେ ୧୧.୨୨ ସେକେଣ୍ଡରେ ୧୦୦ ମିଟରକୁ ଅତିକ୍ରମ କରି ନିଜ ଜାତୀୟ ରେକର୍ଡକକୁ ଟପିଥିଲେ। ମହିଳା ୧୦୦ ମିଟରରେ ପୂର୍ବ ଜାତୀୟ ରେକର୍ଡ ଉଭୟ ଦୂତୀ ଓ ରଚିତା ମିସ୍ତ୍ରୀ (୧୧.୨୬ ସେକେଣ୍ଡ)ଙ୍କ ନାଁରେ ଥିଲା। ଏହା ସତ୍ତେ୍ୱ ଦୂତୀ ଅଲିମ୍ପିକକୁ କ୍ୱାଲିଫାଏ କରିପାରିନାହାନ୍ତି। ୧୦୦ ମିଟରରେ ଅଲିମ୍ପିକ୍ କ୍ୱାଲିଫାଏ ପାଇଁ ୧୧.୧୫ ସେକେଣ୍ଡ ସମୟ ଧାର୍ଯ୍ୟ ରଖାଯାଇଛି। ସେହିପରି ସେମିଫାଇନାଲରେ ହିଟ୍‌-୨ରେ ଦୌଡ଼ୁଥିବା ଅମିୟ ୧୦୦ ମିଟରକୁ ୧୦.୫୩ ସେକେଣ୍ଡରେ ଅତିକ୍ରମ କରି ଫାଇନାଲରେ ସ୍ଥାନ ହାସଲ କରିଥିଲେ।

Related story