ରଣଜୀ ଟ୍ରଫି: ଓଡ଼ିଶାର ଆଉ ଏକ ଇନିଂସ୍ ବିଜୟ

କଟକ (ଓଡ଼ିଶା ରିପୋର୍ଟର): ଚଳିତ ରଣଜୀ ଟ୍ରଫିରେ ଓଡ଼ିଶା କ୍ରିକେଟ୍ ଟିମ୍ କ୍ରଗାମତ ଦ୍ୱିତୀୟ ମ୍ୟାଚରେ ଇନିଂସ୍ ବିଜୟ ହାସଲ କରିଛି। ଡ୍ରିମ୍ସ କ୍ରିକେଟ୍ ଗ୍ରାଉଣ୍ଡରେ ଓଡ଼ିଶା ତା’ର ଦ୍ୱିତୀୟ ମୁକାବିଲାରେ ସର୍ଭିସେସକୁ ଇନିଂସ୍ ଓ ୩୧ ରନରେ ପରାସ୍ତ କରିଛି। ଏହା ପୂର୍ବରୁ ଓଡ଼ିଶା ତା’ର ପ୍ରଥମ ମ୍ୟାଚରେ ଛତିଶଗଡ଼କୁ ଇନିଂସ୍ ଓ ୩ ରନରେ ହରାଇଥିଲା। ଏଠାରେ ଖେଳାଯାଇଥିବା ମ୍ୟାଚରେ ୨୬୯ ରନରେ ପଛୁଆ ଥିବା ସର୍ଭିସେସ୍ ଦ୍ୱିତୀୟ ଇନିଂସରେ ୨୩୮ ରନ୍ କରି […]

odisha

Ranjit Kumar Jena
  • Published: Friday, 20 December 2019
  • , Updated: 20 December 2019, 07:21 PM IST

କଟକ (ଓଡ଼ିଶା ରିପୋର୍ଟର): ଚଳିତ ରଣଜୀ ଟ୍ରଫିରେ ଓଡ଼ିଶା କ୍ରିକେଟ୍ ଟିମ୍ କ୍ରଗାମତ ଦ୍ୱିତୀୟ ମ୍ୟାଚରେ ଇନିଂସ୍ ବିଜୟ ହାସଲ କରିଛି। ଡ୍ରିମ୍ସ କ୍ରିକେଟ୍ ଗ୍ରାଉଣ୍ଡରେ ଓଡ଼ିଶା ତା'ର ଦ୍ୱିତୀୟ ମୁକାବିଲାରେ ସର୍ଭିସେସକୁ ଇନିଂସ୍ ଓ ୩୧ ରନରେ ପରାସ୍ତ କରିଛି। ଏହା ପୂର୍ବରୁ ଓଡ଼ିଶା ତା'ର ପ୍ରଥମ ମ୍ୟାଚରେ ଛତିଶଗଡ଼କୁ ଇନିଂସ୍ ଓ ୩ ରନରେ ହରାଇଥିଲା।

ଏଠାରେ ଖେଳାଯାଇଥିବା ମ୍ୟାଚରେ ୨୬୯ ରନରେ ପଛୁଆ ଥିବା ସର୍ଭିସେସ୍ ଦ୍ୱିତୀୟ ଇନିଂସରେ ୨୩୮ ରନ୍ କରି ଅଲଆଉଟ୍ ହୋଇଛି। ସର୍ଭିସେସର ବିକାଶ ହାଥୱାଲା ସର୍ବାଧିକ ୭୧ ରନ୍ କରିଥିଲେ। ଓଡ଼ିଶାର ସଫଳ ବୋଲର ଭାବେ ରାଜେଶ ମହାନ୍ତି ଓ ଅଭିଷେକ ରାଉତ ୩ଟି ଲେଖାଏ ୱିକେଟ୍ ପାଇଛନ୍ତି। ପ୍ରଥମ ଇନିଂସରେ ୧୯୫ ରନର ଇନିଂସ୍ ଖେଳିଥିବା ଦେବାଶିଷ ସାମନ୍ତରାୟ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି। ଏହି ବିଜୟରୁ ଓଡ଼ିଶା ପୂର୍ଣ୍ଣ ୭ ପଏଣ୍ଟ ପାଇଛି ଏବଂ ମୋଟ ୧୪ ପଏଣ୍ଟ ସହ ଗ୍ରୁପ୍-ସି'ର ତାଲିକାରେ ୨ୟ ସ୍ଥାନରେ ରହିଛି।

ଚତୁର୍ଥ ତଥା ଅନ୍ତିମ ଦିବସରେ ଇନିଂସ୍ ପରାଜୟ ଏଡ଼ାଇବା ପାଇଁ ସର୍ଭିସେସକୁ ପୂରା ୯୦ ଓଭର ଖେଳିବାର ଥିଲା। କିନ୍ତୁ ଘରୋଇ ବୋଲରଙ୍କ ଆଗରେ ସର୍ଭିସେସର କୌଣସି ବ୍ୟାଟ୍ସମ୍ୟାନ୍ ତିଷ୍ଠିପାରି ନଥିଲେ। ୮୬/୩ରୁ ଖେଳ ଆରମ୍ଭ କରିଥିବା ସର୍ଭିସେସ୍ ଆରମ୍ଭରୁ ରାହୁଲ ସିଂହ (୧୬)ଙ୍କ ୱିକେଟ୍ ହରାଇଥିଲା। ଏହା ପରେ ରଜତ ପାଲିୱାଲ ଓ ବିକାଶ ପଞ୍ଚମ ୱିକେଟ୍ ପାଇଁ ଅର୍ଦ୍ଧଶତକୀୟ ଭାଗୀଦାରୀ କରିଥିଲେ ହେଁ, ତାହା ଦଳକୁ ପରାଜୟରୁ ରକ୍ଷା କରିପାରିନଥିଲା। ଏହି ସେଟ୍ ଯୋଡ଼ିକୁ ଦେବବ୍ରତ ପ୍ରଧାନ ଭାଙ୍ଗି ମ୍ୟାଚକୁ ଓଡ଼ିଶା ମୁଠାରେ କରିଥିଲେ।

ବିକାଶ ଓ ଅରୁଣ ବାମଲ କିଛି କ୍ଷଣ ପାଇଁ ଟିମ୍ ପାଇଁ ଲଢ଼ିଥିଲେ, କିନ୍ତୁ ତାହା ଯଥେଷ୍ଟ ହୋଇନଥିଲା। ଅଭିଷେକ ରାଉତ ବିକାଶଙ୍କୁ ଆଉଟ୍ କରିଥିବା ବେଳେ ଅରୁଣଙ୍କୁ ଶାନ୍ତନୁ ମିଶ୍ର ପ୍ୟାଭିଲିୟନ୍ ପଠାଇଥିଲେ। ନିମ୍ନକ୍ରମରେ ଦେବେନ୍ଦ୍ର ଲୋଚାବ (୬), ଦିୱେଶ ପଠାନିଆ (୫) ଓ ଶଦାବ ନଜର୍ (୫) ଦୁଇଅଙ୍କ ଛୁଇଁପାରିନଥିଲେ। ସଚିଦାନନ୍ଦ ପାଣ୍ଡେ ୨ ରନ୍ କରି ଅପରାଜିତ ଥିଲେ। ଓଡ଼ିଶା ପକ୍ଷରୁ ଦେବବ୍ରତ ୨ଟି ଓ ଶାନ୍ତନୁ ଗୋଟିଏ ୱିକେଟ୍ ନେଇଥିଲେ। ସୂଚନାଯୋଗ୍ୟ, ଉକ୍ତ ମ୍ୟାଚରେ ସର୍ଭିସେସ୍ ପ୍ରଥମ ଇନିଂସରେ ୨୭୧ ରନ୍ କରି ଅଲଆଉଟ୍ ହୋଇଥିଲା। ଜବାବରେ ଓଡ଼ିଶା ୫୪୦ ରନର ବିଶାଳ ସ୍କୋର କରିଥିଲା।

Related story