୨୭୨ରେ ବିଦର୍ଭର ପ୍ରଥମ ପାଳି ଘୋଷଣା, ଓଡ଼ିଶା ୭୪/୦

ଭୁବନେଶ୍ୱର: ବିଶାଖାପାଟଣାର ୱାଇ.ଏସ୍ ରାଜଶେଖର ରେଡ୍ଡୀ ଷ୍ଟାଡିୟମ୍‌ରେ ଚାଲିଥିବା ଓଡ଼ିଶା ବିପକ୍ଷ ରଣଜୀ ମ୍ୟାଚ୍‌ରେ ବିଦର୍ଭ ଦଳ ୬ ୱିକେଟ୍‌ ବିନିମୟରେ ୨୭୨ ରନ୍‌ କରି ପ୍ରଥମ ପାଳି ଘୋଷଣା କରିଛି। ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ଓଡ଼ିଶା ବିନା ୱିକେଟ୍‌ରେ ୭୪ ରନ୍‌ ସଂଗ୍ରହ କରି ନେଇଛି। ପ୍ରଥମ ପାଳିରେ ଓଡ଼ିଶା ୧୫୦ ରନ୍‌ କରି ଅଲ୍‌ଆଉଟ୍‌ ହୋଇଯାଇଥିଲା। ଗତକାଲି ଦ୍ୱିତୀୟ ଦିନ ଶେଷ ସୁଦ୍ଧା ବିଦର୍ଭ ୨ ୱିକେଟ୍‌ ବିନିମୟରେ ୧୮୨ ରନ୍‌ […]

ranjitrophy

Rakesh Mallick
  • Published: Saturday, 08 October 2016
  • , Updated: 08 October 2016, 05:21 PM IST

ଭୁବନେଶ୍ୱର: ବିଶାଖାପାଟଣାର ୱାଇ.ଏସ୍ ରାଜଶେଖର ରେଡ୍ଡୀ ଷ୍ଟାଡିୟମ୍‌ରେ ଚାଲିଥିବା ଓଡ଼ିଶା ବିପକ୍ଷ ରଣଜୀ ମ୍ୟାଚ୍‌ରେ ବିଦର୍ଭ ଦଳ ୬ ୱିକେଟ୍‌ ବିନିମୟରେ ୨୭୨ ରନ୍‌ କରି ପ୍ରଥମ ପାଳି ଘୋଷଣା କରିଛି। ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ଓଡ଼ିଶା ବିନା ୱିକେଟ୍‌ରେ ୭୪ ରନ୍‌ ସଂଗ୍ରହ କରି ନେଇଛି। ପ୍ରଥମ ପାଳିରେ ଓଡ଼ିଶା ୧୫୦ ରନ୍‌ କରି ଅଲ୍‌ଆଉଟ୍‌ ହୋଇଯାଇଥିଲା।

ଗତକାଲି ଦ୍ୱିତୀୟ ଦିନ ଶେଷ ସୁଦ୍ଧା ବିଦର୍ଭ ୨ ୱିକେଟ୍‌ ବିନିମୟରେ ୧୮୨ ରନ୍‌ କରିଥିଲା। ଦୁଇ ଅପରାଜିତ ବ୍ୟାଟ୍ସମ୍ୟାନ ଏଫ୍‌.ୱାଇ. ଫଜଲ ଏବଂ ଏ.ସାନୱାର ଆଜି ଖେଳ ଆରମ୍ଭ କରିଥିଲେ। ଗତକାଲି ଖାତା ଖୋଲି ନ ଥିବା ସାନୱାର ଆଜି ମାତ୍ର ୯ ରନ୍‌ କରି ଆଉଟ୍‌ ହୋଇଥିଲେ। ୭୬ ରନ୍‌ କରି ଅପରାଜିତ ଥିବା ଫଜଲ ୧ ରନ୍‌ ପାଇଁ ଶତକ ପୂରଣ କରିପାରି ନ ଥିଲେ। ଗତକାଲିର ସ୍କୋରରେ ୨୩ ରନ୍‌ ଯୋଡି ୯୯ ରନ୍‌ରେ ସେ ଆଉଟ୍‌ ହୋଇଯାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏସ୍‌.ଆର. ରାମାସ୍ୱାମୀ ୧୩, ଗଣେଷ ସତିଶ ୭୪, ଆର.ଏଲ. ଜିଙ୍ଗଡ ୧୧, ଜେ.ଏମ୍‌. ଶର୍ମା ୨୪ ରନ୍‌ କରି ଆଉଟ୍‌ ହୋଇଥିଲେ। ଏ.ଏ. ସରଭାତେ ୧୭ ଓ ଏସ୍.ବି. ୱାଗ ୪ ରନ୍‌ କରି ଅପରାଜିତ ରହିଥିଲେ।

ଓଡ଼ିଶା ପକ୍ଷରୁ ଦୀପକ ବେହେରା ୩୫ ରନ୍‌ ବ୍ୟୟରେ ୩ଟି ୱିକେଟ୍‌ ନେଇଛନ୍ତି। ସୂର୍ଯ୍ୟକାନ୍ତ ପ୍ରଧାନ, ଧୀରଜ ସିଂହ ଏବଂ ବିପ୍ଳବ ସାମନ୍ତରାୟ ଗୋଟିଏ ଲେଖାଏଁ ୱିକେଟ୍‌ ନେଇଛନ୍ତି।

ବ୍ୟାଡ ଲାଟ୍‌ ଯୋଗୁଁ ତୃତୀୟ ଦିନର ଖେଳ ବନ୍ଦ କରିଦିଆଯାଇଛି। ଖେଳ ଶେଷ ସୁଦ୍ଧା ଓଡ଼ିଶା ବିନା ୱିକେଟ୍‌ରେ ୭୪ ରନ୍‌ କରିଛି। ଦଳ ପକ୍ଷରୁ ଦୁଇ ଓପନର ସନ୍ଦୀପ ପଟ୍ଟନାକୟ ୬୧ ବଲ୍‌ରୁ ୪୦ ଏବଂ ରାଜଜିତ୍‌ ସିଂହ ୭୪ ବଲ୍‌ରୁ ୨୭ ରନ୍‌ କରି ଅପରାଜିତ ଅଛନ୍ତି।

Related story