ଓସିଏର ପ୍ରଥମ ଏଜିଏମ୍: ବୟସ ଜାଲିଆତି ରୋକିବ ମୋବାଇଲ୍ ଆପ୍ଲିକେଶନ୍

କଟକ (ଓଡ଼ିଶା ରିପୋର୍ଟର): ଓଡ଼ିଶା କ୍ରିକେଟ ସ˚ଘ (ଓସିଏ)ର ପ୍ରଥମ ସାଧାରଣ ପରିଷଦ ବୈଠକ (ଏଜିଏମ୍) ରବିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅନେକ ବିଷୟ ଉପରେ ଚର୍ଚ୍ଚା କରାଯାଇଥିଲା। ରାଜ୍ୟ କ୍ରିକେଟରେ ଚାଲିଥିବା ବୟସ ଜାଲିଆତିକୁ ରୋକିବା ପାଇଁ ଓସିଏ ବଡ଼ ପଦକ୍ଷେପ ଉଠାଇଛି। ବିଭିନ୍ନ ବର୍ଗର ଖେଳାଳିଙ୍କ ଡାଟାବେସ୍ ରଖିବା ପାଇଁ ଓସିଏ ପକ୍ଷରୁ ତିଆରି ହୋଇଛି ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ ଆପ୍ଲିକେଶନ୍। ଯେଉଁଥିରେ ଖେଳାଳିମାନଙ୍କର ଜନ୍ମ ପ୍ରମାଣପତ୍ର ଠାରୁ ଆରମ୍ଭ କରି ଖେଳାଳିଙ୍କ ସମସ୍ତ […]

oca1

oca1

Ranjit Kumar Jena
  • Published: Sunday, 29 December 2019
  • Updated: 29 December 2019, 10:34 PM IST

Sports

Latest News

କଟକ (ଓଡ଼ିଶା ରିପୋର୍ଟର): ଓଡ଼ିଶା କ୍ରିକେଟ ସ˚ଘ (ଓସିଏ)ର ପ୍ରଥମ ସାଧାରଣ ପରିଷଦ ବୈଠକ (ଏଜିଏମ୍) ରବିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅନେକ ବିଷୟ ଉପରେ ଚର୍ଚ୍ଚା କରାଯାଇଥିଲା। ରାଜ୍ୟ କ୍ରିକେଟରେ ଚାଲିଥିବା ବୟସ ଜାଲିଆତିକୁ ରୋକିବା ପାଇଁ ଓସିଏ ବଡ଼ ପଦକ୍ଷେପ ଉଠାଇଛି। ବିଭିନ୍ନ ବର୍ଗର ଖେଳାଳିଙ୍କ ଡାଟାବେସ୍ ରଖିବା ପାଇଁ ଓସିଏ ପକ୍ଷରୁ ତିଆରି ହୋଇଛି ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ ଆପ୍ଲିକେଶନ୍। ଯେଉଁଥିରେ ଖେଳାଳିମାନଙ୍କର ଜନ୍ମ ପ୍ରମାଣପତ୍ର ଠାରୁ ଆରମ୍ଭ କରି ଖେଳାଳିଙ୍କ ସମସ୍ତ ତଥ୍ୟ ରହିବ।

ଏମତିକି ବିଭିନ୍ନ ଟ୍ରାଏଲ୍ ମ୍ୟାଚ୍, କ୍ଲବ ଏବଂ ଜିଲ୍ଲାସ୍ତରରେ ଖେଳାଯାଉଥିବା ମ୍ୟାଚଗୁଡିକରେ ଖେଳାଳିଙ୍କ ପ୍ରଦର୍ଶନର ସମସ୍ତ ତଥ୍ୟ ସେଥିରେ ରହିବ। କେବଳ ସେତିକି ନୁହେଁ, ଓସିଏରେ ଖେଳାଳିଙ୍କ ଡାଟାବେସ ରଖିବା ପାଇଁ ଏକ ସ୍ୱତନ୍ତ୍ର ଟିମ ମଧ୍ୟ କାର୍ଯ୍ୟ କରିବ। ଓସିଏ ସମ୍ମିଳନୀ କକ୍ଷରେ ଆୟୋଜିତ ବାର୍ଷିକ ସାଧାରଣ ପରିଷଦ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏହାଛଡ଼ା ପୁଣିଥରେ ଆନ୍ତଃକ୍ଲବ ଓ ଆନ୍ତଃସ୍କୁଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆରମ୍ଭ କରିବ ଓସିଏ।

ପ୍ରତି ଜିଲ୍ଲାରୁ ୧୦ଟି କ୍ଲବକୁ ନେଇ ଆନ୍ତ କ୍ଲବ କ୍ରିକେଟ ଟୁର୍ଣ୍ଣାମେଣ୍ଟ କରାଯିବ। ଏଥିରେ ଭଲ ପ୍ରଦର୍ଶନ କରିଥିବା ଖେଳାଳିଙ୍କୁ ଜିଲ୍ଲା ମ୍ୟାଚ ପାଇଁ ଚୟନ କରାଯିବ। ସେହିପରି ବିଭିନ୍ନ ଜିଲ୍ଲାରେ ଆନ୍ତସ୍କୁଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ କରାଯାଇ ଖେଳାଳି ଚୟନ କରାଯିବ। ଯେଉଁ ଖେଳାଳି ଭଲ ପ୍ରଦର୍ଶନ କରିବେ ତାଙ୍କ ପାଠ ପଢା ଖର୍ଚ୍ଚ ଓସିଏ ବହନ କରିବ। ସେମାନଙ୍କୁ କ୍ରିକେଟ ଏକାଡେମୀରେ ରଖି ସ୍ୱତନ୍ତ୍ର ତାଲିମ ଦିଆଯିବ। ୬୦୦ରୁ ଊର୍ଦ୍ଧ୍ବ ମ୍ୟାଚ୍ ଖେଳାଯିବାକୁଥିବାରୁ ଏଥିପାଇଁ ନୂଆ ସ୍କୋରର ଓ ଅମ୍ପାୟାର ନିଯୁକ୍ତି ହେବେ। ଜାନୁଆରୀ ମାସରୁ ଏହି ମ୍ୟାଚଗୁଡ଼ିକ ଆରମ୍ଭ କରିଦିଆଯିବ।

ଓସିଏ ସଭାପତି ପଙ୍କଜ ଲୋଚନ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନୂତନ ଲୋକପାଳ ଭାବେ ମଣିପୁର ଉଚ୍ଚ ନ୍ୟାୟାଳୟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ଲକ୍ଷ୍ମୀକାନ୍ତ ମହାପାତ୍ର ଏବଂ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ପୂର୍ବତନ ବିଚାରପତି ଜଷ୍ଟିସ୍ ବୀରକିଶୋର ମିଶ୍ର ନୈତିକ ଅଧିକାରୀ ଭାବେ ନିଯୁକ୍ତ ହୋଇଛନ୍ତି। ସମ୍ବିଧାନ ଅନୁଯାୟୀ ଆସନ୍ତା ତିନିବର୍ଷ ପାଇଁ ଉପରୋକ୍ତ ଦୁଇ ଅବସରପ୍ରାପ୍ତ ବିଚାରପତି ଦାୟିତ୍ୱରେ ରହିବେ। ସେହିପରି ଭିଜନ୍ ୨୦୨୪ ସ˚କ୍ରାନ୍ତରେ ସଦସ୍ୟମାନଙ୍କୁ ଅବଗତ କରାଯାଇଥିଲା। ତେବେ କ୍ରିକେଟର ଉନ୍ନତି ପାଇଁ ଭିଜନ ୨୦୨୪ କରାଯାଇଥିବା ଓସିଏ ସମ୍ପାଦକ ସଂଜୟ ବେହେରା କହିଛନ୍ତି। ଏହି ବୈଠକରେ ଉପସଭାପତି ଅକ୍ଷୟ କୁମାର ସାମନ୍ତ, ଯୁଗ୍ମସମ୍ପାଦକ ମେହେତାବ ଖାନ୍, କୋଷାଧ୍ୟକ୍ଷ ବିକାଶ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos