ରଣଜୀ ଟ୍ରଫି: ଖରାପ ପାଗ ଯୋଗୁ ଦ୍ୱିତୀୟ ଦିବସ ବାଧାପ୍ରାପ୍ତ

କଟକ (ଓଡ଼ିଶା ରିପୋର୍ଟର): ଡ୍ରିମ୍ସ କ୍ରିକେଟ୍ ଗ୍ରାଉଣ୍ଡରେ ଓଡ଼ିଶା ଓ ଉତ୍ତରାଖଣ୍ଡ ମଧ୍ୟରେ ଚାଲିଥିବା ରଣଜୀ ଟ୍ରଫି ମୁକାବିଲାର ଦ୍ୱିତୀୟ ଦିବସ ଖେଳ ଖରାପ ପାଗ ଯୋଗୁ ବାଧାପ୍ରାପ୍ତ ହୋଇଛି। ଫଳରେ ଗୁରୁବାର ମାତ୍ର ୧୬.୨ ଓଭର ଖେଳ ସମ୍ଭବ ହୋଇଛି। ଦିବସର ଖେଳ ଶେଷ ସୁଦ୍ଧା ଓଡ଼ିଶା ୬ ୱିକେଟ୍ ହରାଇ ୧୪୫ ରନ୍ କରିଛି ଏବଂ ୨୮ ରନର ମହତ୍ତ୍ୱପୂର୍ଣ୍ଣ ଅଗ୍ରଣୀ ହାସଲ କରିଛି। ଷ୍ଟମ୍ପ ଅପସାରଣ ବେଳକୁ ଶାନ୍ତନୁ ମିଶ୍ର ୫୪ ଓ […]

shantanu-mishra

Ranjit Kumar Jena
  • Published: Thursday, 26 December 2019
  • , Updated: 26 December 2019, 07:37 PM IST

କଟକ (ଓଡ଼ିଶା ରିପୋର୍ଟର): ଡ୍ରିମ୍ସ କ୍ରିକେଟ୍ ଗ୍ରାଉଣ୍ଡରେ ଓଡ଼ିଶା ଓ ଉତ୍ତରାଖଣ୍ଡ ମଧ୍ୟରେ ଚାଲିଥିବା ରଣଜୀ ଟ୍ରଫି ମୁକାବିଲାର ଦ୍ୱିତୀୟ ଦିବସ ଖେଳ ଖରାପ ପାଗ ଯୋଗୁ ବାଧାପ୍ରାପ୍ତ ହୋଇଛି। ଫଳରେ ଗୁରୁବାର ମାତ୍ର ୧୬.୨ ଓଭର ଖେଳ ସମ୍ଭବ ହୋଇଛି। ଦିବସର ଖେଳ ଶେଷ ସୁଦ୍ଧା ଓଡ଼ିଶା ୬ ୱିକେଟ୍ ହରାଇ ୧୪୫ ରନ୍ କରିଛି ଏବଂ ୨୮ ରନର ମହତ୍ତ୍ୱପୂର୍ଣ୍ଣ ଅଗ୍ରଣୀ ହାସଲ କରିଛି। ଷ୍ଟମ୍ପ ଅପସାରଣ ବେଳକୁ ଶାନ୍ତନୁ ମିଶ୍ର ୫୪ ଓ ଦେବବ୍ରତ ପ୍ରଧାନ ୨ ରନ୍ କରି ଅପରାଜିତ ରହିଛନ୍ତି।

ବୁଧବାର ପ୍ରଥମ ଦିବସରେ ଭେଟେରାନ୍ ବୋଲର ବସନ୍ତ ମହାନ୍ତିଙ୍କ ଘାତକ ବୋଲିଂ ଆଗରେ ଉତ୍ତରାଖଣ୍ଡ ବ୍ୟାଟ୍ସମ୍ୟାନମାନେ ଆତ୍ମସପର୍ମଣ କରି ମାତ୍ର ୧୧୭ ରନରେ ଅଲଆଉଟ୍ ହୋଇଥିଲେ। ଜବାବରେ ଓଡ଼ିଶା ୩ ୱିକେଟ୍ ହରାଇ ୯୮ ରନ୍ କରିଥିଲା। ପୂର୍ବଦିନ ବ୍ୟାଟିଂ କରୁଥିବା ଶାନ୍ତନୁ ଓ ବିପ୍ଳବ ସାମନ୍ତରାୟ ଏହିଠାରୁ ଖେଳ ଆରମ୍ଭ କରିଥିଲେ।

ପୂର୍ବ ମ୍ୟାଚରେ ଅର୍ଦ୍ଧଶତକ ମାରିଥିବା ବିପ୍ଳବ (୩୭) ନିଜ ସ୍କୋରରେ ଆଉ ଦୁଇ ରନ୍ ଯୋଡ଼ି ପ୍ରଦୀପ ଚାମୋଲିଙ୍କ ବଲରେ ଏଲବିଡବ୍ଲ୍ୟୁ ଆଉଟ୍ ହୋଇଥିଲେ। ଏହା ପରେ ଅଭିଷେକ ରାଉତ (୮) ଓ ୱିକେଟକିପର ସୁଜିତ୍ ଲେଙ୍କା (୨) ଦୁଇଅଙ୍କ ଛୁଇଁବା ପୂର୍ବରୁ ପ୍ୟାଭିଲିୟନ୍ ଫେରିଥିଲେ। ଏହା ମଧ୍ୟରେ ଶାନ୍ତନୁ ଧୈର୍ଯ୍ୟର ସହ ବ୍ୟାଟିଂ କରି ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। ଶାନ୍ତନୁ ନିଜର ଅର୍ଦ୍ଧଶତକୀୟ ଇନିଂସରେ ୧୫୪ ବଲ୍ ଖେଳି ୫ ଚୌକା ମାରିଛନ୍ତି। ଉତ୍ତରାଖଣ୍ଡ ପକ୍ଷରୁ ଚାମୋଲି ଓ ସନ୍ନି ରାଣା ୨ଟି ଲେଖାଏ ୱିକେଟ୍ ନେଇଛନ୍ତି।

Related story