ଆଇଏସଏଲ୍: ଓଡ଼ିଶା ଏଫସି କିଟ୍ ଉନ୍ମୋଚିତ

ଭୁବନେଶ୍ୱର: ଚଳିତ ମାସ ୨୦ରୁ ଆରମ୍ଭ ହେବାକୁ ଯାଉଛି ଇଣ୍ଡିଆନ୍ ସୁପର୍ ଲିଗ୍ (ଆଇଏସଏଲ୍)ର ଷଷ୍ଠ ସଂସ୍କରଣ। ଏହା ପୂର୍ବରୁ ଆଇଏସଏଲର ଅନ୍ୟତମ ଫ୍ରାଞ୍ଚାଇଜି ଓଡ଼ିଶା ଏଫସି ବୁଧବାର ଭୁବନେଶ୍ୱରରେ ତା’ର ନୂଆ କିଟ୍ ଉନ୍ମୋଚିତ କରିଛି। ଚଳିତ ବର୍ଷ ଅଗଷ୍ଟ ୩୧ ତାରିଖରେ ଦିଲ୍ଲୀସ୍ଥ ଫ୍ରାଞ୍ଚାଇଜି ଓଡ଼ିଶା ସରକାରଙ୍କ ସହ ଏକ ଏମଓୟୁ ସ୍ୱାକ୍ଷର କରିଥିଲା। ଯାହା ପରେ ଦିଲ୍ଲୀ ଏଫସିର ନାଁ ବଦଳି ଏହା ଓଡ଼ିଶା ଏଫସି ହୋଇଥିଲା। ଏହି ଏମଓୟୁ ସ୍ୱାକ୍ଷର ସମୟରେ […]

odisha-fc

Ranjit Kumar Jena
  • Published: Wednesday, 16 October 2019
  • , Updated: 16 October 2019, 09:19 PM IST

ଭୁବନେଶ୍ୱର: ଚଳିତ ମାସ ୨୦ରୁ ଆରମ୍ଭ ହେବାକୁ ଯାଉଛି ଇଣ୍ଡିଆନ୍ ସୁପର୍ ଲିଗ୍ (ଆଇଏସଏଲ୍)ର ଷଷ୍ଠ ସଂସ୍କରଣ। ଏହା ପୂର୍ବରୁ ଆଇଏସଏଲର ଅନ୍ୟତମ ଫ୍ରାଞ୍ଚାଇଜି ଓଡ଼ିଶା ଏଫସି ବୁଧବାର ଭୁବନେଶ୍ୱରରେ ତା'ର ନୂଆ କିଟ୍ ଉନ୍ମୋଚିତ କରିଛି। ଚଳିତ ବର୍ଷ ଅଗଷ୍ଟ ୩୧ ତାରିଖରେ ଦିଲ୍ଲୀସ୍ଥ ଫ୍ରାଞ୍ଚାଇଜି ଓଡ଼ିଶା ସରକାରଙ୍କ ସହ ଏକ ଏମଓୟୁ ସ୍ୱାକ୍ଷର କରିଥିଲା। ଯାହା ପରେ ଦିଲ୍ଲୀ ଏଫସିର ନାଁ ବଦଳି ଏହା ଓଡ଼ିଶା ଏଫସି ହୋଇଥିଲା। ଏହି ଏମଓୟୁ ସ୍ୱାକ୍ଷର ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା ଉପସ୍ଥିତ ଥିଲେ।

ବୁଧବାର ଆୟୋଜିତ ସମାରୋହରେ ଓଡ଼ିଶା ଐତିହ୍ୟକୁ ନେଇ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା। ଏହି ଇଭେଣ୍ଟରେ ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗ ନିର୍ଦ୍ଦେଶକ ଭିନୀଲ କ୍ରିଷ୍ଣା, ଓଡ଼ିଶା ଏଫସିର ପ୍ରାୟୋଜକ, ଫ୍ୟାନ୍ ଗ୍ରୁପ୍ ଏବଂ ଆଞ୍ଚଳିତ ଓ ଜାତୀୟ ଗଣମାଧ୍ୟମର ପ୍ରତିନିଧି ଉପସ୍ଥିତ ଥିଲେ।

ଏହି ଅବସରରେ ଓଡ଼ିଶା ଏଫସିର ନିର୍ଦ୍ଦେଶକ ରୋହନ ଶର୍ମା କହିଥିଲେ, "ନୂଆ କିଟ୍ ଉନ୍ମୋଚନ କରିବା ନେଇ ମୁଁ ବହୁତ ଉତ୍ସାହିତ। ଆମେ ଓଡ଼ିଶାରେ ଫୁଟବଲରେ ଏକ ନୂଆ ଅଧ୍ୟାୟ ଆରମ୍ଭ କରିବାକୁ ଯାଉଛୁ। ମୋର ଆଶା ଓ ବିଶ୍ୱାସ ଯେ ଏଠାରେ ଓଡ଼ିଶା ଏଫସିକୁ ବିପୁଳ ସମର୍ଥନ ମିଳିବ।" ସେହିପରି ଓଡ଼ିଶା ଏଫସିର ସିଇଓ ଆଶିଷ ସାହ କହିଥିଲେ, "କୌଣସି କ୍ଲବ୍ ପାଇଁ କିଟ୍ ଉନ୍ମୋଚନ କରିବା ନିଶ୍ଚିତ ଭାବେ ସ୍ମରଣୀୟ ମୁହୂର୍ତ୍ତ। ଖେଳାଳି ଓ କୋଚିଂ ଷ୍ଟାଫ୍ ଭୁବନେଶ୍ୱରରର କଳିଙ୍ଗ ଷ୍ଟାଡିୟମର ଭିତ୍ତିଭୂମି ସହ ଅଭ୍ୟସ୍ତ ହୋଇ ସାରିଲେଣି। ଏବେ କେବଳ ମ୍ୟାଚକୁ ଅପେକ୍ଷା ରହିଲା।"

ଓଡ଼ିଶା ଏଫସିର କୋଚ୍ ଜୋସେଫ୍ ଗୋମ୍ବାଉ କହିଥିଲେ, "ରାଜ୍ୟ ସରକାରଙ୍କ ସହଯୋଗ ପାଇ ଆମେ ବହୁତ ଖୁସି। ଏଠାରେ ପହଞ୍ଚିବା ପରେ ଆମକୁ ଯେଉଁ ଅଭୁତ ସ୍ୱାଗତ ମିଳିଥିଲା, ତାହା ଆମର ମନୋବଳକୁ ବଢ଼ାଇଛି। କିଟ୍ ଉନ୍ମୋଚନ ଅବସରରେ ସମସ୍ତ ଷ୍ଟେକହୋଲ୍ଡରଙ୍କ ଏକାଠି ହେବା ନିଶ୍ଚିତ ଭାବେ ବଡ଼ କଥା। ବର୍ତ୍ତମାନ ଟିମର ଅଭ୍ୟାସ ଭଲ ଚାଲିଛି। ସବୁ ଖେଳାଳିମାନେ ମ୍ୟାଚ୍ ଖେଳିବା ପାଇଁ ବ୍ୟଗ୍ର ଅଛନ୍ତି ।" ସୂଚନାଯୋଗ୍ୟ, ଆସନ୍ତା ୨୨ ତାରିଖରେ ଓଡ଼ିଶା ଏଫସି ତା'ର ପ୍ରଥମ ମ୍ୟାଚ୍ ଜାମଶେଦପୁର ଏଫସିକୁ ଭେଟିବ।

Related story