ରଣଜୀ ଟ୍ରଫି: ପ୍ରଥମ ଦିନରେ ଓଡ଼ିଶା ୨୧୫/୩

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶା ଓ ଆସାମ ମଧ୍ୟରେ କଟକ ଟାଙ୍ଗୀସ୍ଥିତ ଡ୍ରିକ୍ସ କ୍ରିକେଟ୍ ଗ୍ରାଉଣ୍ଡରେ ରଣଜୀ ଟ୍ରଫି ଗ୍ରୁପ୍‌-ସି’ର ମ୍ୟାଚ୍ ଆରମ୍ଭ ହୋଇଛି। ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିଥିବା ଓଡ଼ିଶା ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ୮୭ ଓଭରରେ ୩ ୱିକେଟ୍ ହରାଇ ୨୧୫ ରନ୍ କରିଛି। ଓଡ଼ିଶାର ଶାନ୍ତନୁ ମିଶ୍ର, ଅନୁରାଗ ଷଡଙ୍ଗୀ ଓ ଗୋବିନ୍ଦ ପୋଦ୍ଦାର ଅର୍ଦ୍ଧଶତକ ମାରିଥିବା ବେଳେ କ୍ୟାପଟେନ୍ ଶୁଭ୍ରାଂଶୁ ସେନାପତି ଖାତା ଖୋଲିପାରି ନାହାନ୍ତି। ଷ୍ଟମ୍ପ ଅପସାରଣ […]

shantanu-mishra

Ranjit Kumar Jena
  • Published: Monday, 27 January 2020
  • , Updated: 27 January 2020, 08:32 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶା ଓ ଆସାମ ମଧ୍ୟରେ କଟକ ଟାଙ୍ଗୀସ୍ଥିତ ଡ୍ରିକ୍ସ କ୍ରିକେଟ୍ ଗ୍ରାଉଣ୍ଡରେ ରଣଜୀ ଟ୍ରଫି ଗ୍ରୁପ୍‌-ସି'ର ମ୍ୟାଚ୍ ଆରମ୍ଭ ହୋଇଛି। ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିଥିବା ଓଡ଼ିଶା ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ୮୭ ଓଭରରେ ୩ ୱିକେଟ୍ ହରାଇ ୨୧୫ ରନ୍ କରିଛି। ଓଡ଼ିଶାର ଶାନ୍ତନୁ ମିଶ୍ର, ଅନୁରାଗ ଷଡଙ୍ଗୀ ଓ ଗୋବିନ୍ଦ ପୋଦ୍ଦାର ଅର୍ଦ୍ଧଶତକ ମାରିଥିବା ବେଳେ କ୍ୟାପଟେନ୍ ଶୁଭ୍ରାଂଶୁ ସେନାପତି ଖାତା ଖୋଲିପାରି ନାହାନ୍ତି। ଷ୍ଟମ୍ପ ଅପସାରଣ ବେଳକୁ ଗୋବିନ୍ଦ ୫୪ ଓ ବିପ୍ଳବ ସାମନ୍ତରାୟ ୩୨ ରନ୍ କରି ଅପରାଜିତ ରହିଛନ୍ତି।

ନକଆଉଟକୁ ଯିବା ପାଇଁ ଓଡ଼ିଶାକୁ ଏହି ମ୍ୟାଚରେ ନିଶ୍ଚିତ ବିଜୟ ଆବଶ୍ୟକ ହେଉଛି। ଆସାମ ଟିମର କ୍ୟାପଟେନ୍ ଗୋକୁଳ ଶର୍ମା ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଆମନ୍ତ୍ରଣ ପାଇ ବ୍ୟାଟିଂ କରିଥିବା ଓଡ଼ିଶାର ଦୁଇ ଓପ୍ନର ଶାନ୍ତନୁ ଓ ଅନୁରାଗ ଷଡଙ୍ଗୀ ସତର୍କତାର ସହ ଆରମ୍ଭ କରିଥିଲେ। ଦୁହେଁ ମଧ୍ୟାହ୍ନ ଭୋଜନ ବିନା କ୍ଷତିରେ ୯୦ ରନ୍ ଯୋଡ଼ିଥିଲେ। କିନ୍ତୁ ଦ୍ୱିତୀୟ ସେସନରେ ଅନୁରାଗଙ୍କୁ ଆସାମ ଦଳର ପେସର୍ ରଞ୍ଜିତ ମାଲି ପ୍ୟାଭିଲିୟନ୍ ପଠାଇଥିଲେ।

ଅନୁରାଗ ୧୧୨ ବଲରେ ୧୦ ଚୌକା ଓ ୧ ଛକା ସହ ୫୮ ରନ୍ କରିଥିଲେ। ମାଲି ନିଜର ପରବର୍ତ୍ତୀ ଓଭରରେ ଘରୋଇ ଦଳର କ୍ୟାପଟେନ୍ ଶୁଭ୍ରାଂଶୁଙ୍କୁ ମଧ୍ୟ ପ୍ୟାଭିଲିୟନ୍ ପଠାଇ ଆସାମକୁ ପ୍ରତ୍ୟାବର୍ତ୍ତନ କରାଇଥିଲେ। ଶାନ୍ତନୁ ନିଜ ଇନିଂସକୁ ଧୀରେ ଧୀରେ ଆଗକୁ ବଢ଼ାଇଥିଲେ ଏବଂ ଶତକ ଅଭିମୁଖେ ଅଗ୍ରସର ହୋଇଥିଲେ। କିନ୍ତୁ ସେ ବ୍ୟକ୍ତିଗତ ୬୬ ରନ୍ କରିଥିବା ବେଳେ ପ୍ରିତକ ଦାସଙ୍କ ଶିକାର ହୋଇଥିଲେ। ଏହା ପରେ ଟିମର ଦୁଇ ସିନିୟର ବ୍ୟାଟ୍ସମ୍ୟାନ୍ ଗୋବିନ୍ଦ ଓ ବିପ୍ଳବ ଦିବସର ଶେଷ ସୁଦ୍ଧା ଦଳକୁ ଆଉ କୌଣସି କ୍ଷତି ହେବାକୁ ଦେଇନଥିଲେ। ଦୁହେଁ ଚତୁର୍ଥ ୱିକେଟ୍ ପାଇଁ ଅପରାଜିତ ୬୭ ରନ୍ ଯୋଡ଼ିଛନ୍ତି। ଆସାମ ପକ୍ଷରୁ ମାଲି ୨ଟି ଓ ପ୍ରିତମ ଗୋଟିଏ ୱିକେଟ୍ ନେଇଛନ୍ତି।

Related story