ହରିଆଣା ବିପକ୍ଷରେ ଓଡ଼ିଶାର ଲିଡ୍‌, ସୂର୍ଯ୍ୟକାନ୍ତଙ୍କୁ ୬ ୱିକେଟ

ରୋହତକ: ଏଲଇଟି ଗ୍ରୁପ୍‌ ସିରେ ସ୍ଥାନ ପାଇଥିବା ଓଡ଼ିଶା ଓ ହରିଆଣା ମଧ୍ୟରେ ଆଜିଠାରୁ ରଣଜୀ ମୁକାବିଲା ଆରମ୍ଭ ହୋଇଛି। ରୋହତକରେ ଆଜିଠାରୁ ଆରମ୍ଭ ହୋଇଥିବା ମ୍ୟାଚ୍‌ର ପ୍ରଥମ ଦିନରେ ଓଡ଼ିଶାର ଦବଦବା ଦେଖିବାକୁ ମିଳିଛି। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ହରିଆଣା ଆରମ୍ଭରୁ ହିଁ ଓଡ଼ିଶା ବୋଲରଙ୍କ ସୁଇଂରେ ଘାଇଲା ହୋଇଥିଲା। ବିଶେଷ କରି ସୂର୍ଯ୍ୟକାନ୍ତ ପ୍ରଧାନ ୬ଟି ୱିକେଟ ଦଖଲ କରିବାରୁ ହରିଆଣାର ପୂରା ଟିମ ୯୦ ରନ କରିବାକୁ ହିଁ ସକ୍ଷମ […]

dd

Hemant Lenka
  • Published: Saturday, 11 January 2020
  • , Updated: 11 January 2020, 09:02 PM IST

ରୋହତକ: ଏଲଇଟି ଗ୍ରୁପ୍‌ ସିରେ ସ୍ଥାନ ପାଇଥିବା ଓଡ଼ିଶା ଓ ହରିଆଣା ମଧ୍ୟରେ ଆଜିଠାରୁ ରଣଜୀ ମୁକାବିଲା ଆରମ୍ଭ ହୋଇଛି। ରୋହତକରେ ଆଜିଠାରୁ ଆରମ୍ଭ ହୋଇଥିବା ମ୍ୟାଚ୍‌ର ପ୍ରଥମ ଦିନରେ ଓଡ଼ିଶାର ଦବଦବା ଦେଖିବାକୁ ମିଳିଛି। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ହରିଆଣା ଆରମ୍ଭରୁ ହିଁ ଓଡ଼ିଶା ବୋଲରଙ୍କ ସୁଇଂରେ ଘାଇଲା ହୋଇଥିଲା।

ବିଶେଷ କରି ସୂର୍ଯ୍ୟକାନ୍ତ ପ୍ରଧାନ ୬ଟି ୱିକେଟ ଦଖଲ କରିବାରୁ ହରିଆଣାର ପୂରା ଟିମ ୯୦ ରନ କରିବାକୁ ହିଁ ସକ୍ଷମ ହୋଇଥିଲା। ଏହାର ଜବାବରେ ଓଡ଼ିଶା ପ୍ରଥମ ଦିବସର ଖେଳ ଶେଷ ସୁଦ୍ଧା ୫ ୱିକେଟ ହରାଇ ୧୪୫ ରନ୍‌ କରିଛି। ଅର୍ଥାତ ହରିଆଣାର ପ୍ରଥମ ଇନିଂସ ସ୍କୋର ଠାରୁ ୫୧ ରନ୍‌ର ଗୁରୁତ୍ୱପୂର୍ଣ୍ଣ ଲିଡ୍‌ ହାସଲ କରିନେଇଛି।

ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ହରିଆଣାକୁ ପ୍ରଥମ ଝଟକା ଦେଇଥିଲେ ଯୁବ ତାରକା ରାଜେଶ ମହାନ୍ତି। ସେ ୧୦ ରନ୍ କରିଥିବା ଅଙ୍କିତ କୁମାରଙ୍କୁ ଆଉଟ କରିଥିଲେ। ନୀତୀନ ସାଇନି ଖାତା ଖୋଲିବା ପୂର୍ବରୁ ରାଜେଶଙ୍କ ଦ୍ୱିତୀୟ ଶିକାର ବନିଥିଲେ। ଏହାପରେ ସୂର୍ଯ୍ୟକାନ୍ତ ପ୍ରଧାନ ନିଜର ଜଲୱା ଦେଖାଇଥିଲେ। ସେ ପ୍ରଥମେ ଶିବମ ଚୌହାନ(୩), ହିମାଂଶୁ ରାଣା(୩), ଶୁଭମ ରୋହିଲା(୨୦) ଓ ହର୍ଷ ପଟେଲ(୦)ଙ୍କୁ ପ୍ୟାଭିଲିୟନ ପଠାଇ ଦେଇ ହରିଆଣା ବ୍ୟାଟିଂ ଲାଇନ ଅପକୁ ଛିନଛତ୍ର କରିଦେଇଥିଲେ।

ଅଭିଜ୍ଞ ବସନ୍ତ ମହାନ୍ତି ୧୬ ରନ କରିଥିବା ପ୍ରମୋଦ ଚାଣ୍ଡିଲାଙ୍କୁ ଆଉଟ କରି ହରିଆଣାର ସବୁ ଆଶାରେ ପାଣି ପକାଇ ଦେଇଥିଲେ। ଅଜିତ ଚହଲଙ୍କ ୱିକେଟ ସୂର୍ଯ୍ୟକାନ୍ତ ନେଇଥିବା ବେଳେ ଆଶିଷ ହୁଡ୍ଡାଙ୍କ ୱିକେଟ ପପୁ ରୟ ନେଇଥିଲେ। ବିପନ କୁମାର(୧)ଙ୍କୁ ସୂର୍ଯ୍ୟକାନ୍ତ ପ୍ରଧାନ ଆଉଟ କରି ହରିଆଣା ଇନିଂସରେ ପୂର୍ଣ୍ଣଚ୍ଛେଦ ଟାଣିଥିଲେ।

ହରିଆଣାର ଭଳି ଓଡ଼ିଶା ବି ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ୫ ରନ କରିଥିବା ଦେବାଶିଷ ସାମନ୍ତରାୟଙ୍କୁ ଅଜିତ ଚହଲ ଆଉଟ କରି ଓଡ଼ିଶାକୁ ପ୍ରଥମ ଝଟକା ଦେଇଥିଲେ। ଶାନ୍ତନୁ ମିଶ୍ର(୧୭) ବି ବେଶୀ ସମୟ କ୍ରିଜରେ ତିଷ୍ଠି ପାରି ନଥିଲେ। ଗୋବିନ୍ଦ ପୋଦ୍ଦାର(୨) ବି ପୁଣିଥରେ ନିରାଶ କରିଥିଲେ। ଅଧିନାୟକ ଶୁଭ୍ରାଂଶୁ ସେନାପତି ମାତ୍ର ୧୨ ରନ କରିବାକୁ ସକ୍ଷମ ହୋଇଥିଲା।

୪୭ ରନରେ ଓଡ଼ିଶା ୪ଟି ୱିକେଟ ହରାଇ ସଙ୍କଟରେ ପଡ଼ିଥିଲା। ବିପ୍ଳବ ସାମନ୍ତରାୟ ଓ ରାଜେଶ ଧୂପର ସ୍ଥିତି ସମ୍ଭାଳିଥିଲେ। ଉଭୟ ୫ମ ୱିକେଟରେ ଲଢ଼େଇ କରି ଦଳୀୟ ସ୍କୋରକୁ ୯୩ରେ ପହଞ୍ଚାଇଥିଲେ। ଏହି ସମୟରେ ଦିବସର ଶେଷ ୱିକେଟ ଭାବେ ରାଜେଶ ଧୂପର ୨୪ ରନ୍ କରି ଆଉଟ ହୋଇଥିଲେ।

ରାଜେଶଙ୍କ ବଦଳରେ ବ୍ୟାଟିଂ କରିବାକୁ ଆସିଥିବା ସୁଜିତ ଲେଙ୍କା ଅଭିଜ୍ଞ ବିପ୍ଳବ ସାମନ୍ତରାୟଙ୍କ ସହ ମିଶି ଦଳୀୟ ସ୍କୋରକୁ ୧୫୦ ରନ୍ ପାର କରାଇଥିଲେ। ଏଥିସହ ଓଡ଼ିଶାକୁ ଆଉ କୌଣସି କ୍ଷତି କରାଇବାକୁ ଦେଇ ନଥିଲେ। ଷ୍ଟମ୍ପ ଅପସାରଣ ବେଳକୁ ବିପ୍ଳବ ୪୫ ଓ ସୁଜିତ ୨୧ ରନ୍‌ କରି ଅପରାଜିତ ରହିଛନ୍ତି।

Related story