ବିଜୟ ହଜାରେ ଟ୍ରଫି: ଓଡ଼ିଶାର ଶୋଚନୀୟ ପରାଜୟ

ଭଦୋଦରା: ବ୍ୟାଟ୍ସମ୍ୟାନଙ୍କ ନୈରାଶ୍ୟଜନକ ପ୍ରଦର୍ଶନ ଯୋଗୁ ଓଡ଼ିଶା ଚଳିତ ବିଜୟ ହଜାରେ ଟ୍ରଫିର ରବିବାର ଅନୁଷ୍ଠିତ ମ୍ୟାଚରେ ବରୋଦା ନିକଟରୁ ୯ ୱିକେଟରେ ପରାସ୍ତ ହୋଇଛି। ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିଥିବା ଓଡ଼ିଶା ପ୍ରତିପକ୍ଷ ଦଳର ବୋଲିଂ ଆକ୍ରମଣକୁ ସାମ୍ନା କରିନପାରି ୨୫ ଓଭରରେ ମାତ୍ର ୭୩ ରନ୍ କରି ଅଲଆଉଟ୍ ହୋଇଥିଲା। ଜବାବରେ ବରୋଦା ୧୫ ଓଭରରେ ୧ ୱିକେଟ୍ ହରାଇ ୭୫ ରନ୍ କରି ବିଜୟୀ ହୋଇଛି। ବରୋଦା ପକ୍ଷରୁ କେଦାର ଦେବଧର […]

swapnil

Ranjit Kumar Jena
  • Published: Sunday, 13 October 2019
  • , Updated: 13 October 2019, 06:15 PM IST

ଭଦୋଦରା: ବ୍ୟାଟ୍ସମ୍ୟାନଙ୍କ ନୈରାଶ୍ୟଜନକ ପ୍ରଦର୍ଶନ ଯୋଗୁ ଓଡ଼ିଶା ଚଳିତ ବିଜୟ ହଜାରେ ଟ୍ରଫିର ରବିବାର ଅନୁଷ୍ଠିତ ମ୍ୟାଚରେ ବରୋଦା ନିକଟରୁ ୯ ୱିକେଟରେ ପରାସ୍ତ ହୋଇଛି। ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିଥିବା ଓଡ଼ିଶା ପ୍ରତିପକ୍ଷ ଦଳର ବୋଲିଂ ଆକ୍ରମଣକୁ ସାମ୍ନା କରିନପାରି ୨୫ ଓଭରରେ ମାତ୍ର ୭୩ ରନ୍ କରି ଅଲଆଉଟ୍ ହୋଇଥିଲା। ଜବାବରେ ବରୋଦା ୧୫ ଓଭରରେ ୧ ୱିକେଟ୍ ହରାଇ ୭୫ ରନ୍ କରି ବିଜୟୀ ହୋଇଛି। ବରୋଦା ପକ୍ଷରୁ କେଦାର ଦେବଧର ୪ ରନ୍ କରି ଆଉଟ୍ ହୋଇଥିବା ବେଳେ ଆଦିତ୍ୟ ୱାଘମୋଦ ୪୭ ଓ ବିଷ୍ଣୁ ସୋଲାଙ୍କି ୧୬ ରନ୍ କରି ଅପରାଜିତ ଥିଲେ।

ଏହି ମ୍ୟାଚରେ ଓଡ଼ିଶାର ଅଭିଷେକ ରାଉତଙ୍କୁ ଛାଡ଼ି ଦେଲେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ଦୁଇ ଅଙ୍କ ଛୁଇଁପାରି ନଥିଲେ। ଅଭିଷେକ ସର୍ବାଧିକ ଅପରାଜିତ ୩୨ ରନ୍ କରିଥିବା ବେଳେ ସନ୍ଦୀପ ପଟ୍ଟନାୟକ (୫), ଦେବାଶିଷ ସାମନ୍ତରାୟ (୬), କ୍ୟାପଟେନ୍ ଶୁଭ୍ରାଂଶୁ ସେନାପତି (୫), ସୁଜିତ୍ ଲେଙ୍କା (୪), ଶାନ୍ତନୁ ମିଶ୍ର (୧), ଗୋବିନ୍ଦ ପୋଦ୍ଦାର (୦), ପ୍ରୟାସ ସିଂହ (୭), ରାଜେଶ ମହାନ୍ତି (୦), ଦେବବ୍ରତ ପ୍ରଧାନ (୨) ଓ ପପୁ ରୟ (୧) ନିରାଶ କରିଥିଲେ। ବରୋଦା ପକ୍ଷରୁ ସ୍ୱପ୍ନିଲ ସିଂହ ୮ ରନ୍ ଦେଇ ୪ଟି ୱିକେଟ୍ ନେଇଥିବା ବେଳେ ସୋୟେବ ସୋପରିୟା ୮ ରନ୍ ଦେଇ ୩ଟି ଓ ଭାର୍ଗବ ଭଟ୍ଟ ୨ଟି ୱିକେଟ୍ ନେଇଥିଲେ।

ଶନିବାର ଓଡ଼ିଶା ୩୨ ରନରେ ବିଦର୍ଭକୁ ହରାଇ ତୃତୀୟ ବିଜୟ ହାସଲ କରିଥିଲା। ଏହି ମ୍ୟାଚରେ ଓଡ଼ିଶା ୫୦ ଓଭରରେ ୮ ୱିକେଟ୍ ହରାଇ ୨୨୪ ରନ୍ କରିଥିଲା। ଦଳ ପକ୍ଷରୁ ଗୋବିନ୍ଦ ପୋଦ୍ଦାର ସର୍ବାଧିକ ୭୬, ଅଭିଷେକ ରାଉତ ୪୧, ଶୁଭ୍ରାଂଶୁ ୩୪ ରନ୍ କରିଥିଲେ। ଜବାବରେ ବିଦର୍ଭ ୪୬.୧ ଓଭରରେ ୧୯୨ ରନ୍ କରି ଅଲଆଉଟ୍ ହୋଇଥିଲା। ବିଦର୍ଭ ପକ୍ଷରୁ ଅକ୍ଷୟ କାର୍ଣ୍ଣେୱର ୭୦ ରନ୍ କରିଥିଲେ। ଓଡ଼ିଶା ପକ୍ଷରୁ ଶାନ୍ତନୁ ମିଶ୍ର ୩ଟି, ଦେବବ୍ରତ ଓ ପପୁ ୨ଟି ଲେଖାଏ ୱିକେଟ୍ ନେଇଥିଲେ।

Related story