ସୟଦ ମୁସ୍ତାକ୍ ଅଲୀ ଟ୍ରଫି: ଗୁଜରାଟ ନିକଟରୁ ହାରିଲା ଓଡ଼ିଶା

ସୁରତ: ଚଳିତ ସୟଦ ମୁସ୍ତାକ ଅଲୀ ଟ୍ରଫିରେ ଓଡ଼ିଶା ତା’ର ଚତୁର୍ଥ ମ୍ୟାଚରେ ଗୁଜରାଟ ନିକଟରୁ ୬ ୱିକେଟରେ ପରାସ୍ତ ହୋଇଛି। ସିବି ପଟେଲ ଇଣ୍ଟରନ୍ୟାଶନାଲ୍ କ୍ରିକେଟ୍ ଷ୍ଟାଡିୟମରେ ଶୁକ୍ରବାର ଗ୍ରୁପ୍-ଇ’ର ଖେଳାଯାଇଥିବା ଏହି ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଓଡ଼ିଶା ଘରୋଇ ବୋଲରଙ୍କ ଆଗରେ ଆତ୍ମସମର୍ପଣ କରି ୧୮.୪ ଓଭରରେ ସମସ୍ତ ୱିକେଟ୍ ହରାଇ ୧୦୧ ରନ୍ କରିବାକୁ ସମର୍ଥ ହୋଇଥିଲା। ଓଡ଼ିଶା ପକ୍ଷରୁ ଶୁଭ୍ରାଂଶୁ ସେନାପତି ସର୍ବାଧିକ ୩୨, ବିପ୍ଳବ ସାମନ୍ତରାୟ […]

chawla

Ranjit Kumar Jena
  • Published: Friday, 15 November 2019
  • , Updated: 15 November 2019, 06:58 PM IST

ସୁରତ: ଚଳିତ ସୟଦ ମୁସ୍ତାକ ଅଲୀ ଟ୍ରଫିରେ ଓଡ଼ିଶା ତା'ର ଚତୁର୍ଥ ମ୍ୟାଚରେ ଗୁଜରାଟ ନିକଟରୁ ୬ ୱିକେଟରେ ପରାସ୍ତ ହୋଇଛି। ସିବି ପଟେଲ ଇଣ୍ଟରନ୍ୟାଶନାଲ୍ କ୍ରିକେଟ୍ ଷ୍ଟାଡିୟମରେ ଶୁକ୍ରବାର ଗ୍ରୁପ୍-ଇ'ର ଖେଳାଯାଇଥିବା ଏହି ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଓଡ଼ିଶା ଘରୋଇ ବୋଲରଙ୍କ ଆଗରେ ଆତ୍ମସମର୍ପଣ କରି ୧୮.୪ ଓଭରରେ ସମସ୍ତ ୱିକେଟ୍ ହରାଇ ୧୦୧ ରନ୍ କରିବାକୁ ସମର୍ଥ ହୋଇଥିଲା।

ଓଡ଼ିଶା ପକ୍ଷରୁ ଶୁଭ୍ରାଂଶୁ ସେନାପତି ସର୍ବାଧିକ ୩୨, ବିପ୍ଳବ ସାମନ୍ତରାୟ ୩୧ ଓ କ୍ୟାପଟେନ୍ ଗୋବିନ୍ଦ ପୋଦ୍ଦାର ୧୩ ରନ୍ କରିଥିବା ବେଳେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ଦୁଇଅଙ୍କ ଛୁଇଁପାରି ନଥିଲେ। ଗୁଜରାଟର ସଫଳ ବୋଲର ଭାବେ ପୀୟୂଷ ଚାୱଲା ମାତ୍ର ୯ ରନ୍ ଦେଇ ୩ଟି ଏବଂ ରୁଶ୍ କାଲାରିଆ ୧୫ ରନ୍ ଦେଇ ୩ ୱିକେଟ୍ ନେଇଥିଲେ।

୧୦୨ ରନର ସହଜ ଲକ୍ଷ୍ୟକୁ ଗୁଜରାଟ ମାତ୍ର ୧୬.୧ ଓଭରରେ ୪ ୱିକେଟ୍ ହରାଇ ହାସଲ କରିନେଇଥିଲା। ଭାର୍ଗବ ମେରାଇ ସର୍ବାଧିକ ଅପରାଜିତ ୪୮ ଓ ଚିରାଜ ଗାନ୍ଧି ୧୩ ରନ୍ କରି ଅପରାଜିତ ରହିଥିଲେ। ପ୍ରିୟାଙ୍କ ପାଞ୍ଚଲ ଦ୍ରୁତ ୩୭ (୨୫ ବଲ୍, ୩ ଚୌକା ଓ ୨ ଛକା) ରନ୍ କରିଥିଲେ। ଓଡ଼ିଶା ପକ୍ଷରୁ ରାଜେଶ ମହାନ୍ତି, ସୂର୍ଯ୍ୟକାନ୍ତ ପ୍ରଧାନ, ଅଭିଷେକ ରାଉତ ଓ ଗୋବିନ୍ଦ ଗୋଟିଏ ଲେଖାଏ ୱିକେଟ୍ ହାସଲ କରିଥିଲେ।

Related story