ବାରବାଟୀ ଷ୍ଟାଡିୟମ ପିଚ୍ ଯାଞ୍ଚ କଲେ କାଜଲ୍‌

କଟକ (ଓଡ଼ିଶା ରିପୋର୍ଟର): ରବିବାର ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଭାରତ ଓ ୱେଷ୍ଟଇଣ୍ଡିଜ୍ ହାଇଭୋଲଟେଜ୍ ମ୍ୟାଚ୍। ଏଥିପାଇଁ ବାରବାଟୀ ଏବଂ ଏହାର ଆଖପାଖରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ସୁରକ୍ଷାରେ ଯେପରି କୌଣସି ଢ଼ିଲା ନହେବ, ସେଥିପ୍ରତି ବିଶେଷ ଧ୍ୟାନ ଦିଆଯାଇଛି। ରବିବାର ମ୍ୟାଚ୍ ପାଇଁ ରାଜ୍ୟ ପୁଲିସ୍ କେ-୯ର ଟିମର ଡଗ୍ ସ୍କ୍ୱାଡ୍ ବାରବାଟୀ ପିଚକୁ ତଦାରଖ କରିଥିଲେ। ଏହି ଡଗ୍ ସ୍କ୍ୱାଡର ଲିଡର୍ କୁହାଯାଉଥିବା କାଜଲକୁ ଷ୍ଟାଡିୟମ ଅଣାଯାଇଥିଲା। କାଜଲ୍ ନେତୃତ୍ୱରେ ଏକାଧିକ ସନ୍ଧାନୀ […]

kajal

Ranjit Kumar Jena
  • Published: Friday, 20 December 2019
  • , Updated: 20 December 2019, 08:55 PM IST

କଟକ (ଓଡ଼ିଶା ରିପୋର୍ଟର): ରବିବାର ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଭାରତ ଓ ୱେଷ୍ଟଇଣ୍ଡିଜ୍ ହାଇଭୋଲଟେଜ୍ ମ୍ୟାଚ୍। ଏଥିପାଇଁ ବାରବାଟୀ ଏବଂ ଏହାର ଆଖପାଖରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ସୁରକ୍ଷାରେ ଯେପରି କୌଣସି ଢ଼ିଲା ନହେବ, ସେଥିପ୍ରତି ବିଶେଷ ଧ୍ୟାନ ଦିଆଯାଇଛି।

ରବିବାର ମ୍ୟାଚ୍ ପାଇଁ ରାଜ୍ୟ ପୁଲିସ୍ କେ-୯ର ଟିମର ଡଗ୍ ସ୍କ୍ୱାଡ୍ ବାରବାଟୀ ପିଚକୁ ତଦାରଖ କରିଥିଲେ। ଏହି ଡଗ୍ ସ୍କ୍ୱାଡର ଲିଡର୍ କୁହାଯାଉଥିବା କାଜଲକୁ ଷ୍ଟାଡିୟମ ଅଣାଯାଇଥିଲା। କାଜଲ୍ ନେତୃତ୍ୱରେ ଏକାଧିକ ସନ୍ଧାନୀ କୁକୁରର ପୂରା ଟିମ୍ ପିଚ୍ ଏବଂ ଆଉଟ୍ ଫିଲ୍ଡକୁ ତଦାରଖ କରିଥିଲା। ଡଗ୍ ସ୍କ୍ୱାଡର ଲିଡର୍ କାଜଲ ନିଜ ଅଧିକାରୀଙ୍କ ଇସାରାରେ ହିଁ ସବୁ କାମ କରୁଥିଲା।

ଏହାଛଡ଼ା ଅଧିକାରୀମାନେ ମଧ୍ୟ ନେଟ୍ସ ପାଇଁ ଉପଲବ୍ଧ ପିଚକୁ ଟିକନିକ୍ ଯାଞ୍ଚ କରିଥିଲେ। ଷ୍ଟମ୍ପ ପୋତାଯାଇଥିବା ସ୍ଥାନରେ ଲାଇଟ୍ ପକାଇ ଏହାକୁ ଭଲଭାବେ ତଦାରଖ କରିଥିଲେ। ଯେହେତୁ ଏହା ଅନ୍ତର୍ଜାତୀୟ ମ୍ୟାଚ୍‌, ତେଣୁ ଉଭୟ ଦଳର ସୁରକ୍ଷା ହେଉଛି ମୁଖ୍ୟ ପ୍ରାଥମିକତା।

Related story