ଓଡ଼ିଶା ରଣଜୀ ଦଳକୁ ମିଳିବ ଆର୍ଥିକ ପୁରସ୍କାର

କଟକ (ଓଡ଼ିଶା ରିପୋର୍ଟର): ଚଳିତ ରଣଜୀ ସିଜନରେ ଓଡ଼ିଶାର ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଓସିଏ ପକ୍ଷରୁ ସାଢେ ୫ ଲକ୍ଷ ଟଙ୍କା ଆଥର୍ଥକ ପୁରସ୍କାର ଘୋଷଣା କରାଯାଇଛି। ଓଡ଼ିଶା ଲଗାତାର ତିନୋଟି ମ୍ୟାଚରେ ବୋନସ ପଏଣ୍ଟ ବିଜୟ ହାସଲ କରିଥିବାରୁ ଏଥିପାଇଁ ପୁରସ୍କାର ରାଶି ଘୋଷଣା କରାଯାଇଛି। ଦଳର ସମସ୍ତ ଖେଳାଳିଙ୍କ ସହ ଅନ୍ୟାନ୍ୟ ଅଧିକାରୀଙ୍କୁ ମୋଟ ସାଢେ ୫ଲକ୍ଷ ଟଙ୍କା ପ୍ରଦାନ କରାଯିବ। ତ୍ରିପୁରା ଗ୍ରସ୍ତ ପୂର୍ବରୁ ଡିସେମ୍ବର ୩୧ ତାରିଖ ରାତିରେ ବାରବାଟୀ ଷ୍ଟାଡିୟମରେ […]

odisha-player

odisha-player

Ranjit Kumar Jena
  • Published: Sunday, 29 December 2019
  • Updated: 29 December 2019, 10:15 PM IST

Sports

Latest News

କଟକ (ଓଡ଼ିଶା ରିପୋର୍ଟର): ଚଳିତ ରଣଜୀ ସିଜନରେ ଓଡ଼ିଶାର ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଓସିଏ ପକ୍ଷରୁ ସାଢେ ୫ ଲକ୍ଷ ଟଙ୍କା ଆଥର୍ଥକ ପୁରସ୍କାର ଘୋଷଣା କରାଯାଇଛି। ଓଡ଼ିଶା ଲଗାତାର ତିନୋଟି ମ୍ୟାଚରେ ବୋନସ ପଏଣ୍ଟ ବିଜୟ ହାସଲ କରିଥିବାରୁ ଏଥିପାଇଁ ପୁରସ୍କାର ରାଶି ଘୋଷଣା କରାଯାଇଛି।

ଦଳର ସମସ୍ତ ଖେଳାଳିଙ୍କ ସହ ଅନ୍ୟାନ୍ୟ ଅଧିକାରୀଙ୍କୁ ମୋଟ ସାଢେ ୫ଲକ୍ଷ ଟଙ୍କା ପ୍ରଦାନ କରାଯିବ। ତ୍ରିପୁରା ଗ୍ରସ୍ତ ପୂର୍ବରୁ ଡିସେମ୍ବର ୩୧ ତାରିଖ ରାତିରେ ବାରବାଟୀ ଷ୍ଟାଡିୟମରେ ଆୟୋଜିତ ହେବାକୁଥିବା ସ୍ୱତନ୍ତ୍ର ନୂତନ ବର୍ଷ କାର୍ଯ୍ୟକ୍ରମରେ ରଣଜୀ ଖେଳାଳିଙ୍କୁ ପୁରସ୍କାର ରାଶି ପ୍ରଦାନ କରାଯିବ।

ଏହି ପୁରସ୍କାର ଖେଳାଳିମାନଙ୍କୁ ଅଧିକ ଉତ୍ସାହର ସହ ଖେଳିବାକୁ ପ୍ରୋତ୍ସାହିତ କରିବ ବୋଲି ଓସିଏ ସମ୍ପାଦକ ସଞ୍ଜୟ ବେହେରା ସୂଚନା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos