ଓଡ଼ିଶା-ତ୍ରିପୁରା ରଣଜୀ ମ୍ୟାଚ୍‌: ପ୍ରଥମ ଦିନର ଖେଳ ବାତିଲ

ଅଗରତାଲା: ଚଳିତ ରଣଜୀ ଟ୍ରଫିର ଚତୁର୍ଥ ପର୍ଯ୍ୟାୟ ଆଜିଠାରୁ ଦେଶର ବିଭିନ୍ନ ସ୍ଥାନରେ ଆରମ୍ଭ ହୋଇଛି। ଓଡ଼ିଶା ତା’ର ଚତୁର୍ଥ ମୁକାବିଲାରେ ତ୍ରିପୁରାକୁ ସାମ୍ନା କରିବ। ଅଗତାଲାର ମହାରାଜ ବୀର ବିକ୍ରମ କଲେଜ ଷ୍ଟାଡିୟମରେ ହେବାକୁଥିବା ଏହି ମ୍ୟାଚର ପ୍ରଥମ ଦିବସ ଖେଳ ବର୍ଷା ଏବଂ ଖରାପ ପାଗ ଯୋଗୁ ସମ୍ପୂର୍ଣ୍ଣ ଧୋଇ ହୋଇଯାଇଛି। ଏପରିକି ମ୍ୟାଚରେ ଟସ୍ ମଧ୍ୟ ପଡ଼ିପାରି ନାହିଁ। ଶନିବାର ଅର୍ଥାତ୍ ଦ୍ୱିତୀୟ ଦିବସରେ ମଧ୍ୟ ବର୍ଷା ହେବାର ସମ୍ଭାବନା ଥିବା ଏଠାକାର […]

odisha

Ranjit Kumar Jena
  • Published: Friday, 03 January 2020
  • , Updated: 03 January 2020, 09:40 PM IST

ଅଗରତାଲା: ଚଳିତ ରଣଜୀ ଟ୍ରଫିର ଚତୁର୍ଥ ପର୍ଯ୍ୟାୟ ଆଜିଠାରୁ ଦେଶର ବିଭିନ୍ନ ସ୍ଥାନରେ ଆରମ୍ଭ ହୋଇଛି। ଓଡ଼ିଶା ତା'ର ଚତୁର୍ଥ ମୁକାବିଲାରେ ତ୍ରିପୁରାକୁ ସାମ୍ନା କରିବ। ଅଗତାଲାର ମହାରାଜ ବୀର ବିକ୍ରମ କଲେଜ ଷ୍ଟାଡିୟମରେ ହେବାକୁଥିବା ଏହି ମ୍ୟାଚର ପ୍ରଥମ ଦିବସ ଖେଳ ବର୍ଷା ଏବଂ ଖରାପ ପାଗ ଯୋଗୁ ସମ୍ପୂର୍ଣ୍ଣ ଧୋଇ ହୋଇଯାଇଛି। ଏପରିକି ମ୍ୟାଚରେ ଟସ୍ ମଧ୍ୟ ପଡ଼ିପାରି ନାହିଁ।

ଶନିବାର ଅର୍ଥାତ୍ ଦ୍ୱିତୀୟ ଦିବସରେ ମଧ୍ୟ ବର୍ଷା ହେବାର ସମ୍ଭାବନା ଥିବା ଏଠାକାର ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ, ଚଳିତ ରଣଜୀ ଟ୍ରଫିରେ ଓଡ଼ିଶା ଚମତ୍କାର ଆରମ୍ଭ କରିଛି। ଓଡ଼ିଶା ତା'ର ପ୍ରଥମ ତିନୋଟି ମ୍ୟାଚରେ ବୋନସ୍ ପଏଣ୍ଟ ସହ ବିଜୟ ହାସଲ କରିଛି। ଓଡ଼ିଶା ଏଲିଟ୍ ଗ୍ରୁପ୍‌-ସି'ରେ ୨୧ ପଏଣ୍ଟ ସହ ଶୀର୍ଷ ସ୍ଥାନରେ ରହିଛି।

ଓଡ଼ିଶା ପ୍ରଥମ ମ୍ୟାଚରେ ଛତିଶଗଡ଼କୁ ଇନିଂସ୍ ଓ ୩ ରନରେ ହରାଇଥିବା ବେଳେ ଦ୍ୱିତୀୟ ମ୍ୟାଚରେ ସର୍ଭିସେସକୁ ଇନିଂସ୍ ଓ ୩୧ ରନ୍ ଏବଂ ତୃତୀୟ ମ୍ୟାଚରେ ଉତ୍ତରାଖଣ୍ଡକୁ ୧୦ ୱିକେଟରେ ପରାସ୍ତ କରିଥିଲା। ଅନ୍ୟପକ୍ଷରେ ତ୍ରିପୁରା ଖେଳିଥିବା ତିନୋଟି ଯାକ ମ୍ୟାଚରେ ପରାସ୍ତ ହୋଇଛି।

Related story