ରଣଜୀ ଟ୍ରଫି: ସୁଯୋଗ ହାତଛଡ଼ା କଲା ଓଡ଼ିଶା

ଅଗରତାଲା: ଏଠାରେ ଚାଲିଥିବା ଓଡ଼ିଶା ଓ ତ୍ରିପୁରା ରଣଜୀ ମ୍ୟାଚ୍ ଡ୍ର’ ଭାବେ ଶେଷ ହୋଇଛି। ତେବେ ପ୍ରଥମ ଇନିଂସ୍ ଅଗ୍ରଣୀ ଭିତ୍ତିରେ ତ୍ରିପୁରା ୩ ପଏଣ୍ଟ ହାସଲ କରିଥିବା ବେଳେ ଓଡ଼ିଶା ୧ ପଏଣ୍ଟରେ ସନ୍ତୁଷ୍ଟ ହୋଇଛି। ମ୍ୟାଚର ପ୍ରଥମ ଦୁଇଦିନ ବର୍ଷା କାରଣରୁ ଟସ୍ ପଡ଼ିପାରିନଥିବା ବେଳେ ଶେଷ ଦୁଇଦିନରେ ଖେଳ ସମ୍ଭବ ହୋଇଛି। ତ୍ରିପୁରା ପ୍ରଥମ ଇନିଂସରେ ୬ ୱିକେଟ୍ ହରାଇ ୨୮୮ ରନ୍ କରି ପାଳି ଘୋଷଣା କରିଥିଲା ଏବଂ ତୃତୀୟ […]

rana-dutta

rana-dutta

Ranjit Kumar Jena
  • Published: Monday, 06 January 2020
  • Updated: 06 January 2020, 05:59 PM IST

Sports

Latest News

ଅଗରତାଲା: ଏଠାରେ ଚାଲିଥିବା ଓଡ଼ିଶା ଓ ତ୍ରିପୁରା ରଣଜୀ ମ୍ୟାଚ୍ ଡ୍ର' ଭାବେ ଶେଷ ହୋଇଛି। ତେବେ ପ୍ରଥମ ଇନିଂସ୍ ଅଗ୍ରଣୀ ଭିତ୍ତିରେ ତ୍ରିପୁରା ୩ ପଏଣ୍ଟ ହାସଲ କରିଥିବା ବେଳେ ଓଡ଼ିଶା ୧ ପଏଣ୍ଟରେ ସନ୍ତୁଷ୍ଟ ହୋଇଛି। ମ୍ୟାଚର ପ୍ରଥମ ଦୁଇଦିନ ବର୍ଷା କାରଣରୁ ଟସ୍ ପଡ଼ିପାରିନଥିବା ବେଳେ ଶେଷ ଦୁଇଦିନରେ ଖେଳ ସମ୍ଭବ ହୋଇଛି।

ତ୍ରିପୁରା ପ୍ରଥମ ଇନିଂସରେ ୬ ୱିକେଟ୍ ହରାଇ ୨୮୮ ରନ୍ କରି ପାଳି ଘୋଷଣା କରିଥିଲା ଏବଂ ତୃତୀୟ ଦିବସ ଖେଳ ଶେଷ ସୁଦ୍ଧା ଓଡ଼ିଶା ବିନା ୱିକେଟ୍ ହରାଇ ୫ ରନ୍ କରିଥିଲା। ସୋମବାର ତଥା ଚତୁର୍ଥ ଦିବସରେ ରାଣା ଦତ୍ତ ଓ ମଣିଶଙ୍କର ମୁରାସିଂହଙ୍କ ଘାତକ ବୋଲିଂକୁ ସାମ୍ନା କରିନପାରି ଓଡ଼ିଶା ପ୍ରଥମ ଇନିଂସରେ ୧୨୧ ରନ୍ କରି ଅଲଆଉଟ୍ ହୋଇଛି। ଫଳରେ ତ୍ରିପୁରା ପ୍ରଥମ ଇନିଂସରେ ୧୬୭ ରନର ବଡ଼ ଅଗ୍ରଣୀ ହାସଲ କରିଥିଲା।

ଫଲୋଅନ୍ ପାଇ ପୁନର୍ବାର ବ୍ୟାଟିଂ କରିଥିବା ଓଡ଼ିଶା ୧ ୱିକେଟ୍ ବିନିମୟରେ ୭୧ ରନ୍ କରି ମ୍ୟାଚ୍ ଶେଷ କରିଛି। ଗୋବିନ୍ଦ ପୋଦ୍ଦାର ୩୩ ଓ କ୍ୟାପଟେନ୍ ଶୁଭ୍ରାଂଶୁ ସେନାପତି ୨୬ ରନ୍ କରି ଅପରାଜିତ ଥିଲେ। ଶାନ୍ତନୁ ମିଶ୍ର ୬ ରନ୍ କରି ଆଉଟ୍ ହୋଇଥିଲେ।

ପ୍ରଥମ ଇନିଂସରେ ଓଡ଼ିଶା ପକ୍ଷରୁ ବିପ୍ଳବ ସାମନ୍ତରାୟ ସର୍ବାଧିକ ୫୧ (୬୯ ବଲ, ୧୦ ଚୌକା) ରନ୍ କରିଥିବା ବେଳେ ସୂର୍ଯ୍ୟକାନ୍ତ ପ୍ରଧାନ ୨୧, ଶାନ୍ତନୁ ମିଶ୍ର ୧୧, ଗୋବିନ୍ଦ ପୋଦ୍ଦାର ୮, ଦେବାଶିଷ ସାମନ୍ତରାୟ ୫, ସୁଜିତ୍ ଲେଙ୍କା ୫, ଅଭିଷେକ ରାଉତ ୧ ଓ ବସନ୍ତ ମହାନ୍ତି ଅପରାଜିତ ୧୭ ରନ୍ କରିଥିଲେ। ତ୍ରିପୁରା ପକ୍ଷରୁ ରାଣା ଦତ୍ତ ୨୩ ରନ୍ ଦେଇ ୫ଟି ଓ ମଣିଶଙ୍କର ୩୬ ରନ୍ ଦେଇ ୩ଟି ୱିକେଟ୍ ହାସଲ କରିଥିଲେ।

ସୂଚନାଯୋଗ୍ୟ, ଚଳିତ ସିଜନରେ ଓଡ଼ିଶା ତା'ର ପ୍ରଥମ ତିନୋଟି ମ୍ୟାଚରେ ବୋନସ୍ ପଏଣ୍ଟ ସହ ବିଜୟ ହାସଲ କରିଥିଲା। ଓଡ଼ିଶା ପ୍ରଥମ ମ୍ୟାଚରେ ଛତିଶଗଡ଼କୁ ଇନିଂସ୍ ଓ ୩ ରନ୍‌ରେ, ଦ୍ୱିତୀୟ ମ୍ୟାଚରେ ସର୍ଭିସେସକୁ ଇନିଂସ୍ ଓ ୩୧ ରନରେ ଏବଂ ତୃତୀୟ ମ୍ୟାଚରେ ଉତ୍ତରାଖଣ୍ଡକୁ ୧୦ ୱିକେଟରେ ହରାଇଥିଲା। ଓଡ଼ିଶା ତା'ର ପଞ୍ଚମ ମୁକାବିଲାରେ ହରିୟାଣାକୁ ଭେଟିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story