ବୋଲରଙ୍କ ଦମରେ ଓଡ଼ିଶାର ଇନିଂସ୍ ବିଜୟ

ରାୟପୁର: ଚଳିତ ବର୍ଷର ରଣଜୀ ଟ୍ରଫିର ପ୍ରଥମ ମ୍ୟାଚରେ ଓଡ଼ିଶାକୁ ଜବରଦସ୍ତ ବିଜୟ ମିଳିଛି। ପେସବାହିନୀଙ୍କ ଚମତ୍କାର ପ୍ରଦର୍ଶନ ବଳରେ ଓଡ଼ିଶା ତା’ର ପ୍ରଥମ ମ୍ୟାଚରେ ଛତିଶଗଡ଼କୁ ଇନିଂସ୍ ଓ ୩ ରନରେ ପରାସ୍ତ କରିଛି। ଏହି ବିଜୟରୁ ଓଡ଼ିଶାକୁ ପୂର୍ଣ୍ଣ ୭ ପଏଣ୍ଟ ହାସଲ ହୋଇଛି। ଉକ୍ତ ମ୍ୟାଚରେ ଛତିଶଗଡ଼ ପ୍ରଥମ ଇନିଂସରେ ୧୩୪ ରନ୍ କରିଥିବା ବେଳେ ଓଡ଼ିଶା ୨୧୫ ରନ୍ କରି ଅଲଆଉଟ୍ ହୋଇଥିଲା। ୮୧ ରନରେ ପଛୁଆ ଥିବା ଛତିଶଗଡ଼ ଦ୍ୱିତୀୟ […]

odisha

odisha

Ranjit Kumar Jena
  • Published: Wednesday, 11 December 2019
  • Updated: 11 December 2019, 04:38 PM IST

Sports

Latest News

ରାୟପୁର: ଚଳିତ ବର୍ଷର ରଣଜୀ ଟ୍ରଫିର ପ୍ରଥମ ମ୍ୟାଚରେ ଓଡ଼ିଶାକୁ ଜବରଦସ୍ତ ବିଜୟ ମିଳିଛି। ପେସବାହିନୀଙ୍କ ଚମତ୍କାର ପ୍ରଦର୍ଶନ ବଳରେ ଓଡ଼ିଶା ତା'ର ପ୍ରଥମ ମ୍ୟାଚରେ ଛତିଶଗଡ଼କୁ ଇନିଂସ୍ ଓ ୩ ରନରେ ପରାସ୍ତ କରିଛି। ଏହି ବିଜୟରୁ ଓଡ଼ିଶାକୁ ପୂର୍ଣ୍ଣ ୭ ପଏଣ୍ଟ ହାସଲ ହୋଇଛି। ଉକ୍ତ ମ୍ୟାଚରେ ଛତିଶଗଡ଼ ପ୍ରଥମ ଇନିଂସରେ ୧୩୪ ରନ୍ କରିଥିବା ବେଳେ ଓଡ଼ିଶା ୨୧୫ ରନ୍ କରି ଅଲଆଉଟ୍ ହୋଇଥିଲା।

୮୧ ରନରେ ପଛୁଆ ଥିବା ଛତିଶଗଡ଼ ଦ୍ୱିତୀୟ ଇନିଂସରେ ମାତ୍ର ୭୮ ରନରେ ଅଲଆଉଟ୍ ହୋଇଯାଇଛି। ଓଡ଼ିଶା ବିଜୟରେ ଯୁବ ପେସ୍ ବୋଲର ରାଜେଶ ମହାନ୍ତି ମୁଖ୍ୟ ଭୂମିକା ବହନ କରିଛନ୍ତି। ଉକ୍ତ ମ୍ୟାଚରେ ମୋଟ ୧୦ ୱିକେଟ୍ ନେଇଥିବା ରାଜେଶ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି। ରାଜେଶ ବ୍ୟତୀତ ଅନ୍ୟ ଦୁଇ ଅଭିଜ୍ଞ ପେସ୍ ବୋଲର ବସନ୍ତ ମହାନ୍ତି ଓ ସୂର୍ଯ୍ୟକାନ୍ତ ପ୍ରଧାନ ମଧ୍ୟ ପ୍ରଭାବୀ ପ୍ରଦର୍ଶନ କରିଛନ୍ତି।

ମଙ୍ଗଳବାର ତୃତୀୟ ଦିବସରେ ଛତିଶଗଡ଼ ତା'ର ପୂର୍ବଦିନର ସ୍କୋର ୪୫/୧ରୁ ଖେଳ ଆରମ୍ଭ କରିଥିଲା। ଛତିଶଗଡ଼ ସହଜରେ ଇନିଂସ୍ ପରାଜୟ ଏଡ଼ାଇବ ବୋଲି ଲାଗୁଥିଲା। କିନ୍ତୁ ଓଡ଼ିଶାର ପେସ୍ ଆଟାକ ଆକର୍ଷଣୀୟ ବୋଲିଂ ଦିବସର ପ୍ରଥମ ସେସନ୍ ଭିତରେ ହିଁ ଛତିଶଗଡ଼ ଇନିଂସର ପରିସମାପ୍ତି ଘଟାଇ ମ୍ୟାଚକୁ ଶେଷ କରିଥିଲେ। ଛତିଶଗଡ଼ ତା'ର ଶେଷ ୯ ୱିକେଟ୍ ମାତ୍ର ୨୯ ରନରେ ହରାଇଥିଲା। ଟିମ୍ ପକ୍ଷରୁ ଆଶୁତୋଷ ସିଂହ ସର୍ବାଧିକ ୪୩ ରନ୍ କରିଥିବା ବେଳେ ଅନ୍ୟ ସାତଜଣ ବ୍ୟାଟ୍ସମ୍ୟାନ୍ ଦୁଇଅଙ୍କ ଛୁଇଁପାରିନଥିଲେ।

ସୋମବାର ୧୨ ରନରେ ଅପରାଜିତ ଥିବା ଜୀବନଜୋତ୍ ସିଂହ କୌଣସି ରନ୍ ଯୋଡ଼ିବା ପୂର୍ବରୁ ବସନ୍ତ ମହାନ୍ତିଙ୍କ ଶିକାର ହୋଇଥିଲେ। ଆଶୁତୋଷ ଓ କ୍ୟାପଟେନ୍ ହରପ୍ରୀତ ସିଂହ ତୃତୀୟ ୱିକେଟ୍ ପାଇଁ ୨୨ ରନ୍ ଯୋଡ଼ିଥିଲେ। ହରପ୍ରୀତ ୧୧ ରନ୍ କରି ରାଜେଶଙ୍କ ବଲରେ କ୍ଲିନ୍ ବୋଲ୍ଡ ହୋଇଥିଲେ। ଏହା ପରେ ଛତିଶଗଡ଼ର ୱିକେଟ୍ ପତନ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିଲା।

ଦଳ ତା'ର ଶେଷ ୭ ୱିକେଟ୍ ମାତ୍ର ୭ ରନରେ ହରାଇ ଅଲଆଉଟ୍ ହୋଇଥିଲା। ଆଶୁତୋଷଙ୍କ ମୂଲ୍ୟବାନ୍ ୱିକେଟ୍ ନେଇଥିଲେ ସୂର୍ଯ୍ୟକାନ୍ତ। ଏହା ପରେ ରାଜେଶ ଓ ସୂର୍ଯ୍ୟକାନ୍ତ ଛତିଶଗଡ଼ର କୌଣସି ବ୍ୟାଟ୍ସମ୍ୟାନଙ୍କୁ କ୍ରିଜରେ ୧୦ ବଲରୁ ଅଧିକ ଖେଳିବାକୁ ଦେଇନଥିଲେ। ଛତିଶଗଡ଼ ପକ୍ଷରୁ ଅମନଦୀପ ଖାରେ, ଶଶାଙ୍କ ସିଂହ, ପୁନୀତ ଦାତେ ଓ ଅଜୟ ମଣ୍ଡଳ ଖାତା ଖୋଲିପାରିନଥିଲେ। ଓଡ଼ିଶା ପକ୍ଷରୁ ରାଜେଶ ୧୯ ରନ୍ ଦେଇ ୪ଟି, ସୂର୍ଯ୍ୟକାନ୍ତ ୩୪ ରନ୍ ଦେଇ ୪ଟି ଏବଂ ବସନ୍ତ ୨୩ ରନ୍ ଦେଇ ୨ଟି ୱିକେଟ୍ ନେଇଥିଲେ।

ସଂକ୍ଷିପ୍ତ ସ୍କୋର
ଛତିଶଗଡ଼ ପ୍ରଥମ ଇନିଂସ୍ ୧୩୪
ଓଡ଼ିଶା ପ୍ରଥମ ଇନିଂସ୍ ୨୧୫
ଛତିଶଗଡ଼ ଦ୍ୱିତୀୟ ଇନିଂସ୍ ୭୮ (ଆଶୁତୋଷ ସିଂହ ୪୩, ଜୀବନଜୋତ୍ ସିଂହ ୧୨, ହରପ୍ରୀତ ସିଂହ ୧୧, ରାଜେଶ ମହାନ୍ତି ୪/୧୯, ସୂର୍ଯ୍ୟକାନ୍ତ ୪/୩୪, ବସନ୍ତ ମହାନ୍ତି ୨/୧୯)।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story