ଓଡ଼ିଶାର ପ୍ରମୋଦଙ୍କୁ ଅର୍ଜୁନ ପୁରସ୍କାର, ବଜରଙ୍ଗଙ୍କ ସହ ଦୀପା ପାଇବେ ଖେଳ ରତ୍ନ

ନୂଆଦିଲ୍ଲୀ: ପାରା ବ୍ୟାଡମିଣ୍ଟନରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଓଡ଼ିଶାର ପ୍ରମୋଦ ଭଗତଙ୍କୁ ଚଳିତ ବର୍ଷ ଅର୍ଜୁନ ପୁରସ୍କାରରେ ସମ୍ମାନିତ କରାଯିବ। ପ୍ରମୋଦଙ୍କ ବ୍ୟତୀତ କ୍ରିକେଟର ରବୀନ୍ଦ୍ର ଜାଡେଜା ମଧ୍ୟ ଅଜୁର୍ନ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ୧୬ ଓ ୧୭ ତାରିଖ ଦୁଇ ଦିନ ଧରି ବସିଥିବା ପୁରସ୍କାର ଚୟନ କମିଟି ପ୍ରମୋଦ ଓ ଜାଡେଜାଙ୍କ ସମେତ ୧୯ ଜଣଙ୍କୁ ଅର୍ଜୁନ ପୁରସ୍କାର ପାଇଁ କ୍ରୀଡ଼ା ମନ୍ତ୍ରଣାଳୟ ନିକଟକୁ ସୁପାରିସ କରିଛି। ସେହିପରି ଚଳିତ ବର୍ଷ ଦୁଇ […]

bf

Hemant Lenka
  • Published: Saturday, 17 August 2019
  • , Updated: 17 August 2019, 06:55 PM IST

ନୂଆଦିଲ୍ଲୀ: ପାରା ବ୍ୟାଡମିଣ୍ଟନରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଓଡ଼ିଶାର ପ୍ରମୋଦ ଭଗତଙ୍କୁ ଚଳିତ ବର୍ଷ ଅର୍ଜୁନ ପୁରସ୍କାରରେ ସମ୍ମାନିତ କରାଯିବ। ପ୍ରମୋଦଙ୍କ ବ୍ୟତୀତ କ୍ରିକେଟର ରବୀନ୍ଦ୍ର ଜାଡେଜା ମଧ୍ୟ ଅଜୁର୍ନ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ୧୬ ଓ ୧୭ ତାରିଖ ଦୁଇ ଦିନ ଧରି ବସିଥିବା ପୁରସ୍କାର ଚୟନ କମିଟି ପ୍ରମୋଦ ଓ ଜାଡେଜାଙ୍କ ସମେତ ୧୯ ଜଣଙ୍କୁ ଅର୍ଜୁନ ପୁରସ୍କାର ପାଇଁ କ୍ରୀଡ଼ା ମନ୍ତ୍ରଣାଳୟ ନିକଟକୁ ସୁପାରିସ କରିଛି।

ସେହିପରି ଚଳିତ ବର୍ଷ ଦୁଇ ଜଣ କ୍ରୀଡ଼ାବିତଙ୍କୁ ଦେଶର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ 'ରାଜୀବ ଗାନ୍ଧି ଖେଳ ରତ୍ନ’ରେ ସମ୍ମାନିତ କରାଯିବ। ଏହି ତାଲିକାରେ ରେସଲର ବଜରଙ୍ଗ ପୁନିଆ ଓ ପାରା ଆଥଲେଟ ଦୀପା ମଲ୍ଲିକ ରହିଛନ୍ତି। ଚଳିତ ମାସ ୨୯ ତାରିଖରେ ଜାତୀୟ କ୍ରୀଡ଼ା ଦିବସ। ଏହି ଅବସରରେ ଶ୍ରେଷ୍ଠ କ୍ରୀଡ଼ାବିତଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସମ୍ମାନିତ କରିବେ।

ପୁରସ୍କାର କମିଟି ପକ୍ଷରୁ ପ୍ରକାଶ ପାଇଥିବା ତାଲିକା ଅନୁଯାୟୀ, ଚଳିତ ବର୍ଷ ୩ ଜଣଙ୍କୁ ଦ୍ରୋଣାଚାର୍ଯ୍ୟ ସମ୍ମାନ ମିଳିବ। ସେମାନେ ହେଲେ ବିମଳ କୁମାର (ବ୍ୟାଡମିଣ୍ଟନ), ସନ୍ଦୀପ ଗୁପ୍ତା(ଟେବୁଲ ଟେନିସ) ଓ ମହିନ୍ଦ୍ର ସିଂହ ଢୀଲୋନ (ଆଥଲେଟିକ୍ସ)।

ଅର୍ଜୁନ ପୁରସ୍କାର ପାଇବାକୁ ଥିବା ତାଲିକାରେ ୧୯ ଜଣ କ୍ରୀଡ଼ାବିତ ରହିଛନ୍ତି। ସେମାନେ ହେଲେ ତଜିନ୍ଦର ସିଂହ ତୋର(ଆଥଲେଟିକ୍ସ), ମହମ୍ମଦ ଆନ୍ସ (ଆଥଲେଟିକ୍ସ), ଏସ୍‌ ଭାସ୍କରନ(ବଡି ବିଲଡିଂ), ସୋନିଆ ଲାଥେର (ବକ୍ସିଂ), ରବୀନ୍ଦ୍ର ଜାଡେଜା (କ୍ରିକେଟ), ଚିଙ୍ଗଲେନସାନା ସିଂହ କାଙ୍ଗୁଜାମ (ହକି), ଅଜୟ ଠାକୁର (କବାଡ଼ି), ଗୌରବ ସିଂହ ଗିଲ (ମୋଟର ସ୍ପୋର୍ଟ), ପ୍ରମୋଦ ଭଗତ (ପାରା ବ୍ୟାଡମିଣ୍ଟନ), ଅଞ୍ଜୁମ ମୋଦଗିଲ (ଶୁଟିଂ), ହରମୀତ ରାଜୁଲ ଦେଶାଇ (ଟେବୁଲ ଟେନିସ), ପୂଜା ଧଣ୍ଡା(ରେସଲିଂ), ଫୌଦ ମିର୍ଜା(ଏକ୍ୟୁଷ୍ଟ୍ରିଆନ), ଗୁରପ୍ରୀତ ସିଂହ ସାନ୍ଧୁ (ଫୁଟବଲ), ପୁନମ ଯାଦବ (କ୍ରିକେଟ), ସ୍ୱପ୍ନା ବର୍ମା (ଆଥଲେଟିକ୍ସ), ସୁନ୍ଦର ସିଂହ ଗୁରଜାର (ପାରା ଆଥଲେଟିକ୍ସ), ସାଇ ପ୍ରଣୀତ(ବ୍ୟାଡମିଣ୍ଟନ) ଓ ଶ୍ରୀରାମ ସିଂହ ଶେରଗିଲ(ପୋଲୋ)।

ଚଳିତ ବର୍ଷ ୫ ଜଣଙ୍କୁ ସମ୍ମାନଜନକ 'ଧ୍ୟାନଚାନ୍ଦ ପୁରସ୍କାର' ମିଳିବ। ହକି ପାଇଁ ମାନୁଏଲ ଫ୍ରେଡ୍ରିକ୍ସ, ଟେବୁଲ ଟେନିସ ପାଇଁ ଅରୂପ ବାସ୍କା, ରେସଲିଂ ପାଇଁ ମନୋଜ କୁମାର, ଟେନିସ ପାଇଁ ନୀତୀନ କିର୍ତ୍ତନେ ଓ ତୀରନ୍ଦାଜ ପାଇଁ ସି ଲାରେମସାଙ୍ଗା ସମ୍ମାନିତ ହେବେ।

Related story