କେପ୍ ଟାଉନ୍ ଟେଷ୍ଟ: ପ୍ରଥମ ଦିନରେ ଇଂଲଣ୍ଡ ୨୬୨/୯

କେପ୍ ଟାଉନ୍‌: ପୁଣି ଦକ୍ଷିଣ ଆଫ୍ରିକା ବୋଲରଙ୍କ ଆଗରେ ଆତ୍ମସମର୍ପଣ କରିଛି ଇଂଲଣ୍ଡ। ଏଠାରେ ଆରମ୍ଭ ହୋଇଥିବା ଦ୍ୱିତୀୟ ଟେଷ୍ଟରେ ଭ୍ରମଣକାରୀ ଇଂଲଣ୍ଡ ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ୯ ୱିକେଟ୍ ହରାଇ ୨୬୨ ରନ୍ କରିଛି। ଉକ୍ତ ମ୍ୟାଚରେ ଇଂଲଣ୍ଡର ଓଲି ପୋପଙ୍କ ଅର୍ଦ୍ଧଶତକକୁ ଛାଡ଼ି ଦେଲେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ବଡ଼ ସ୍କୋର କରିବାକୁ ସକ୍ଷମ ହୋଇନାହାନ୍ତି। ଷ୍ଟମ୍ପ ଅପସାରଣ ବେଳକୁ ପୋପ୍ ୫୬ ଓ ଜେମ୍ସ ଆଣ୍ଡରସନ୍ ୩ ରନରେ ବ୍ୟାଟିଂ […]

south-africa

Ranjit Kumar Jena
  • Published: Friday, 03 January 2020
  • , Updated: 03 January 2020, 09:53 PM IST

କେପ୍ ଟାଉନ୍‌: ପୁଣି ଦକ୍ଷିଣ ଆଫ୍ରିକା ବୋଲରଙ୍କ ଆଗରେ ଆତ୍ମସମର୍ପଣ କରିଛି ଇଂଲଣ୍ଡ। ଏଠାରେ ଆରମ୍ଭ ହୋଇଥିବା ଦ୍ୱିତୀୟ ଟେଷ୍ଟରେ ଭ୍ରମଣକାରୀ ଇଂଲଣ୍ଡ ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ୯ ୱିକେଟ୍ ହରାଇ ୨୬୨ ରନ୍ କରିଛି। ଉକ୍ତ ମ୍ୟାଚରେ ଇଂଲଣ୍ଡର ଓଲି ପୋପଙ୍କ ଅର୍ଦ୍ଧଶତକକୁ ଛାଡ଼ି ଦେଲେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ବଡ଼ ସ୍କୋର କରିବାକୁ ସକ୍ଷମ ହୋଇନାହାନ୍ତି। ଷ୍ଟମ୍ପ ଅପସାରଣ ବେଳକୁ ପୋପ୍ ୫୬ ଓ ଜେମ୍ସ ଆଣ୍ଡରସନ୍ ୩ ରନରେ ବ୍ୟାଟିଂ କରୁଥିଲେ।

ନ୍ୟୁଲ୍ୟାଣ୍ଡସରେ ଖେଳାଯାଉଥିବା ଏହି ମ୍ୟାଚରେ ଇଂଲଣ୍ଡ କ୍ୟାପଟେନ୍ ଜୋ ରୁଟ୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ରୋରୀ ବର୍ନସଙ୍କ ସ୍ଥାନରେ ଓପନ୍ କରୁଥିବା ଜ୍ୟାକ୍ କ୍ରଲୀ ମାତ୍ର ୪ ରନ୍ କରି ଭର୍ନନ୍ ଫିଲାଣ୍ଡରଙ୍କ ଶିକାର ହୋଇଥିଲେ। ତେବେ ଡମ୍ ସିବଲୀ ଓ ଜୋ ଡେନଲୀ ଦ୍ୱିତୀୟ ୱିକେଟ୍ ପାଇଁ ୫୫ ରନର ଅର୍ଦ୍ଧଶତୀକୟ ଭାଗୀଦାରୀ କରି ଟିମ୍ ସ୍ଥିତି ସୁଧାରିଥିଲେ।

ସିବଲୀ ୩୪ ରନ୍ କରି କାଗିସୋ ରବାଡାଙ୍କ ବଲରେ ଆଉଟ୍ ହୋଇଥିବା ବେଳେ ଡେନଲୀ (୩୮)ଙ୍କୁ କେଶବ ମହାରାଜ କ୍ଲିନ୍ ବୋଲ୍ଡ କରିଥିଲେ। ମଧ୍ୟକ୍ରମରେ କ୍ୟାପଟେନ୍ ଜୋ ରୁଟ୍ (୩୫), ବେନ୍ ଷ୍ଟୋକ୍ସ (୪୭) ଓ ଜୋସ୍ ବଟଲର୍ (୨୯) ଭଲ ଆରମ୍ଭକୁ ବଡ଼ ସ୍କୋରରେ ପରିଣତ କରିପାରିନଥିଲେ।

ତେବେ ଓଲି ପୋପ୍ ଅପରାଜିତ ରହି ଟିମର ସ୍କୋରକୁ ୨୦୦ ଅତିକ୍ରମ କରାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ସାମ୍ କୁରାନ୍ (୯), ଡୋମିନିକ୍ ବେସ୍ (୦) ଓ ଷ୍ଟୁଆର୍ଟ ବ୍ରଡ୍ (୧) ଦୁଇଅଙ୍କ ଛୁଇଁପାରିନଥିଲେ। ଦକ୍ଷିଣ ଆଫ୍ରିକା ପକ୍ଷରୁ ଫିଲାଣ୍ଡର, ରବାଡା, ଆନରିଚ୍ ନୋର୍ଟଜେ ଓ ଡ୍ୱେନ୍ ପ୍ରିଟୋରିୟସ୍ ୨ଟି ଲେଖାଏ ୱିକେଟ୍ ହାସଲ କରିଥିଲେ।

Related story