କରୋନା ଭାଇରସ୍ ସତ୍ତ୍ୱେ ଜଳିଲା ଟୋକିଓ ଅଲିମ୍ପିକ୍ସ ମଶାଲ

ଆନସିଏଣ୍ଟ ଅଲିମ୍ପିଆ (ଗ୍ରୀସ୍‌): ଟୋକିଓ ଅଲିମ୍ପିକ୍ସର ମଶାଲ ଯାତ୍ରା ଗୁରୁବାର ପ୍ରାଚୀନ ଅଲିମ୍ପିଆରେ ପ୍ରଜ୍ଜ୍ୱଳନ କରାଯାଇଛି। ଗୁରୁବାର ସ୍ଥାନୀୟ ସମୟ ୧୨.୧୦ ସମୟରେ ଗ୍ରୀସର ଅଭିନେତ୍ରୀ ଜାନ୍ଥି ଜିୟୋଜିୟୁ ପ୍ରାଚୀନ ଗ୍ରୀକ ହାଇ ପ୍ରିଷ୍ଟେସର ଭୂମିକା ବହନ କରି ପାରାବୋଲିକ୍ ମିରରର ବ୍ୟବହାର କରି ସୂର୍ଯ୍ୟଙ୍କ କିରଣରେ ଏହି ମଶାଲର ପ୍ରଜ୍ଜ୍ୱଳନ କରିଛନ୍ତି। And the #Tokyo2020 #OlympicTorchRelay has officially started! These incredible photos captured that historic moment! #UnitedByEmotion pic.twitter.com/W2CbeJDvlt — […]

olympics

Ranjit Kumar Jena
  • Published: Thursday, 12 March 2020
  • , Updated: 12 March 2020, 09:47 PM IST

ଆନସିଏଣ୍ଟ ଅଲିମ୍ପିଆ (ଗ୍ରୀସ୍‌): ଟୋକିଓ ଅଲିମ୍ପିକ୍ସର ମଶାଲ ଯାତ୍ରା ଗୁରୁବାର ପ୍ରାଚୀନ ଅଲିମ୍ପିଆରେ ପ୍ରଜ୍ଜ୍ୱଳନ କରାଯାଇଛି। ଗୁରୁବାର ସ୍ଥାନୀୟ ସମୟ ୧୨.୧୦ ସମୟରେ ଗ୍ରୀସର ଅଭିନେତ୍ରୀ ଜାନ୍ଥି ଜିୟୋଜିୟୁ ପ୍ରାଚୀନ ଗ୍ରୀକ ହାଇ ପ୍ରିଷ୍ଟେସର ଭୂମିକା ବହନ କରି ପାରାବୋଲିକ୍ ମିରରର ବ୍ୟବହାର କରି ସୂର୍ଯ୍ୟଙ୍କ କିରଣରେ ଏହି ମଶାଲର ପ୍ରଜ୍ଜ୍ୱଳନ କରିଛନ୍ତି।


କରୋନା ଭାଇରସର ମହାମାରୀ ବ୍ୟାପିବା କାରଣରୁ ଏହି ସମାରୋହରେ କାହାରିକୁ ବି ସାମିଲ୍ ହେବାକୁ ଅନୁମତି ମିଳିନଥିଲା। ପ୍ରାଚୀନ ଅଲିମ୍ପିଆରୁ ଏହି ମଶାଲ ୮ଦିନ ପର୍ଯ୍ୟନ୍ତ ଗ୍ରୀସ୍ ଯାତ୍ରା କରିବ ଏବଂ ପୁଣି ଏହାକୁ ଟୋକିଓ ୨୦୨୦୨ ଆୟୋଜକଙ୍କୁ ହସ୍ତାନ୍ତର କରିଦିଆଯିବ। ଏହି ସମାରୋହ ମାର୍ଚ୍ଚ ୧୯ ତାରିଖରେ ପାନାଥେନିଏକ୍ ଷ୍ଟାଡିୟମରେ ହେବ। ଏହି ମଶାଲ ସମଗ୍ର ବିଶ୍ୱ ପରିକ୍ରମା କରି ଜୁଲାଇ ଶେଷଭାଗରେ ଜାପାନରେ ପହଞ୍ଚିବ, ଯେଉଁଠାରେ ୨୪ ଜୁଲାଇରୁ ଅଗଷ୍ଟ ୯ ତାରିଖ ପର୍ଯ୍ୟନ୍ତ ଅଲିମ୍ପିକ୍ସ କ୍ରୀଡ଼ାର ଆୟୋଜନ ହେବ।

ଜାପାନ ଏହା ପୂର୍ବରୁ ୧୯୬୪ରେ ମଧ୍ୟ ଅଲିମ୍ପିକ୍ସର ଆୟୋଜନ କରିସାରିଛି। ସୂଚନାଯୋଗ୍ୟ, କରୋନା ଭାଇରସ୍ କାରଣରୁ ସାରା ବିଶ୍ୱରେ ଅନେକ କ୍ରୀଡ଼ାକୁ ବାତିଲ କରିଦିଆଯାଇଛି। ଏପରିକି ଏହି ଭାଇରସ୍ କାରଣରୁ ଅଲିମ୍ପିକ୍ସ ଆୟୋଜନ ଉପରେ ମଧ୍ୟ ପ୍ରଶ୍ନ ଉଠିବା ଆରମ୍ଭ ହୋଇଛି। ତେବେ ଟୋକିଓରେ ଅଲିମ୍ପିକ୍ସ ଆୟୋଜନ ହେବ କି ନାହିଁ, ତାହା ପରବର୍ତ୍ତୀ ଦିନରେ ଜଣାପଡ଼ିଯିବ।

Related story