Advertisment

ଆଜି ଦିନରେ ସଚିନଙ୍କ ନାଁରେ ହୋଇଥିଲା ସେହି ବିଶ୍ୱ ରେକର୍ଡ, ଯାହା ଆଜି ବି ଅତୁଟ

ନୂଆଦିଲ୍ଲୀ: କ୍ରିକେଟ୍ ଇତିହାସ ପାଇଁ ମାର୍ଚ୍ଚ ୧୬ ତାରିଖ ବହୁତ ଖାସ୍। ୮ବର୍ଷ ତଳେ ଠିକ୍ ଆଜିର ଦିନରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଅନ୍ତର୍ଜାତୀୟ କ୍ରିକେଟରେ ଶତକର ଶତକ ପୂରଣ କରିଥିଲେ। ସଚିନଙ୍କ ବ୍ୟତୀତ ଅନ୍ତର୍ଜାତୀୟ କ୍ରିକେଟରେ ଏପର୍ଯ୍ୟନ୍ତ କୌଣସି ବ୍ୟାଟ୍ସମ୍ୟାନ୍ ଏହି ଉପଲବ୍ଧି ହାସଲ କରିପାରିନାହାନ୍ତି। କ୍ରିକେଟ୍ ଭଗବାନ କୁହାଯାଉଥିବା ସଚିନ ଏସିଆ କପରେ ବାଂଲାଦେଶ ବିପକ୍ଷ ଶେର-ଇ-ବାଂଲା ଷ୍ଟାଡିୟମରେ ୧୧୪ ରନର ଇନିଂସ୍ ଖେଳି ନିଜର ୪୯ତମ ଶତକ ହାସଲ କରିଥିଲେ ଏବଂ […]

ଆଜି ଦିନରେ ସଚିନଙ୍କ ନାଁରେ ହୋଇଥିଲା ସେହି ବିଶ୍ୱ ରେକର୍ଡ, ଯାହା ଆଜି ବି ଅତୁଟ

sachin1

Advertisment

ନୂଆଦିଲ୍ଲୀ: କ୍ରିକେଟ୍ ଇତିହାସ ପାଇଁ ମାର୍ଚ୍ଚ ୧୬ ତାରିଖ ବହୁତ ଖାସ୍। ୮ବର୍ଷ ତଳେ ଠିକ୍ ଆଜିର ଦିନରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଅନ୍ତର୍ଜାତୀୟ କ୍ରିକେଟରେ ଶତକର ଶତକ ପୂରଣ କରିଥିଲେ। ସଚିନଙ୍କ ବ୍ୟତୀତ ଅନ୍ତର୍ଜାତୀୟ କ୍ରିକେଟରେ ଏପର୍ଯ୍ୟନ୍ତ କୌଣସି ବ୍ୟାଟ୍ସମ୍ୟାନ୍ ଏହି ଉପଲବ୍ଧି ହାସଲ କରିପାରିନାହାନ୍ତି। କ୍ରିକେଟ୍ ଭଗବାନ କୁହାଯାଉଥିବା ସଚିନ ଏସିଆ କପରେ ବାଂଲାଦେଶ ବିପକ୍ଷ ଶେର-ଇ-ବାଂଲା ଷ୍ଟାଡିୟମରେ ୧୧୪ ରନର ଇନିଂସ୍ ଖେଳି ନିଜର ୪୯ତମ ଶତକ ହାସଲ କରିଥିଲେ ଏବଂ ଏହା ସହ ସେ ଅନ୍ତର୍ଜାତୀୟ କ୍ରିକେଟରେ ୧୦୦ତମ ଶତକ ପୂରଣ କରିବାରେ ପ୍ରଥମ ବ୍ୟାଟ୍ସମ୍ୟାନ୍ ହୋଇଥିଲେ।

Advertisment

ସଚିନଙ୍କ ନାମରେ ଟେଷ୍ଟ କ୍ରିକେଟରେ ୫୧ ଶତକ ରହିଛି। ତେବେ ଏହି ଶତକ ସଚିନଙ୍କ କ୍ୟାରିୟରର ସବୁଠାରୁ କଷ୍ଟସାଧ୍ୟ କହିଲେ ଅତ୍ୟୁକ୍ତି ହେବ ନାହିଁ। ସଚିନ ଏହି ଶତକ ପୂରଣ କରିବା ପାଇଁ ବର୍ଷେ ଓ ଚାରିଦିନ ଅପେକ୍ଷା କରିଥିଲେ। ନିଜ କ୍ୟାରିୟରରେ ସଚିନ କୌଣସି ଶତକ ପାଇଁ ଏତେ ଦିନ ଧରି ଅପେକ୍ଷା କରିନଥିଲେ । ଏହା ପୂର୍ବରୁ ସେ ଥରେ ୩୧୫ଦିନ ଧରି ଶତକ ମାରିପାରିନଥିଲେ କିନ୍ତୁ ୯୯ରୁ ୧୦୦ତମ ଶତକ ପର୍ଯ୍ୟନ୍ତ ପହଞ୍ଚିବାର ଅପେକ୍ଷା କ୍ରିକେଟ୍ ଜଗତରେ ଖୁବ୍ ଚର୍ଚ୍ଚା ସାଉଁଣ୍ଟି ଥିଲା। ଏଥିପାଇଁ ଏହି ଷ୍ଟାର୍ କ୍ରିକେଟର୍ ନିଜର ସବୁ ଶତକ ମଧ୍ୟରୁ ଏହି ଶତକକୁ ସବୁଠାରୁ କଷ୍ଟସାଧ୍ୟ ଆଖ୍ୟା ଦେଇଥିଲେ।

୨୦୧୨, ମାର୍ଚ୍ଚ ୧୬ ତାରିଖରେ ଢାକାରେ ଖେଳାଯାଇଥିବା ଏସିଆ କପର ଏହି ମ୍ୟାଚରେ ସଚିନଙ୍କ ବ୍ୟାଟରୁ ବାହାରିଥିବା ଏହି ଶତକ କ୍ରିକେଟ୍ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ିଥିଲା। ସଚିନଙ୍କ ୧୧୪ ରନର ଇନିଂସ୍ କ୍ରିକେଟପ୍ରେମୀଙ୍କୁ ଖୁବ୍ ଆଶ୍ୱସ୍ତି ଦେଇଥିଲା। ସଚିନ ୧୪୭ ବଲରେ ଏହି ଶତକୀୟ ଇନିଂସ୍ ଖେଳିଥିଲେ, ଯାହା ବଳରେ ଭାରତ ୫ ୱିକେଟରେ ୨୮୯ ରନ୍ କରିଥିଲା। କିନ୍ତୁ ବାଂଲାଦେଶ ଏହି ଲକ୍ଷ୍ୟକୁ ସହଜରେ ହାସଲ କରି ଭାରତକୁ ପରାସ୍ତ କରିଥିଲା। ଶତକ ମାରିବା ପରେ ସଚିନ କହିଥିଲେ, ଏହା ମୋ କ୍ୟାରିୟରର ସବୁଠାରୁ କଷ୍ଟସାଧ୍ୟ ଶତକ ଥିଲା, କାରଣ ମୁଁ ଯୁଆଡ଼େ ଯାଉଥିଲି ଲୋକେ କେବଳ ଏହି କଥା ଉପରେ ଚର୍ଚ୍ଚା କରୁଥିଲେ । କେହିବି ମୋର ୯୯ ଶତକ କଥା ଉପରେ ଆଲୋଚନା କରୁନଥିଲେ।

Advertisment

publive-imageସୂଚନାଯୋଗ୍ୟ, ସଚିନ ନିଜର ୯୯ତମ ଶତକ ୨୦୧୧ ବିଶ୍ୱକପରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ହାସଲ କରିଥିଲେ। ଏହା ପରେ ସଚିନ୍ ପ୍ରାୟ ୬ଥର ଶତକ ନିକଟତର ହୋଇକି ବି ଏଥିରୁ ବଞ୍ଚିତ ହୋଇଥିଲେ। ଏଥିରେ ଦୁଇଥର ସଚିନ ନର୍ଭସ୍‌-୯୦ର ଶିକାର ହୋଇଥିଲେ। ୨୦୧୧ ବିଶ୍ୱକପରେ ପାକିସ୍ତାନ ବିପକ୍ଷ ସେମିଫାଇନାଲ୍ ମୁକାବିଲାରେ ସଚିନ ୮୫ ରନରେ ବ୍ୟାଟିଂ କରୁଥିବା ବେଳେ ଆଉଟ୍ ହୋଇଥିଲେ। ଏହା ପରେ ସଚିନ ସମ୍ପୂର୍ଣ୍ଣ ଫିଟ୍ ଥାଇକି ବି ୱେଷ୍ଟଇଣ୍ଡିଜ୍ ଗସ୍ତ କରିନଥିଲେ, କିନ୍ତୁ ଇଂଲଣ୍ଡ ଗସ୍ତରେ ତାଙ୍କ ପାଖରେ ଶତକ ମାରିବାର ଭଲ ସୁଯୋଗ ଥିଲା। ସେହି ସିରିଜରେ ରାହୁଲ୍ ଡ୍ରାଭିଡଙ୍କୁ ଛାଡ଼ି ଦେଲେ କୌଣସି ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ବ୍ୟାଟ୍ ଚାଲିନଥିଲା।

ସଚିନ କେବଳ ଓଭାଲରେ ଖେଳାଯାଇଥିବା ଚତୁର୍ଥ ଟେଷ୍ଟରେ ଲୟରେ ଥିଲେ। ମ୍ୟାଚର ଚତୁର୍ଥ ଦିବସରେ ସଚିନ ୩୫ ରନରେ ବ୍ୟାଟିଂ କରୁଥିଲେ ଏବଂ ପରବର୍ତ୍ତୀ ଦିନ କେଭିନ୍ ପିଟରସନଙ୍କ ବଲରେ ଚୌକା ମାରି ୯୦ ରନ୍ ପର୍ଯ୍ୟନ୍ତ ପହଞ୍ଚିଥିଲେ। କିନ୍ତୁ ସେହି ସମୟରେ ଟିମ୍ ବ୍ରେସନାନଙ୍କ ବଲରେ ସଚିନ ଏଲବିଡବ୍ଲ୍ୟୁ ଆଉଟ୍ ହୋଇଥିଲେ। ଏହା ପରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦିଲ୍ଲୀରେ ୭୬ ରନ୍ ଏବଂ ନିଜ ଘରୋଇ ମାଟି ଅର୍ଥାତ୍ ମୁମ୍ବାଇରେ ୯୪ ରନ୍ କରି ଆଉଟ୍ ହୋଇଥିଲେ। ଏହା ପରେ ଭାରତୀୟ ଟିମ୍ ଯେତେବେଳେ ଅଷ୍ଟ୍ରେଲିଆ ଗସ୍ତ କରିଥିଲା, ସେହି ସମୟରେ କ୍ରିକେଟ୍ ଅଷ୍ଟ୍ରେଲିଆ ସଚିନଙ୍କ ୧୦୦ତମ ଶତକ ପାଇଁ ସ୍ୱତନ୍ତ୍ର ଟ୍ରଫି ପ୍ରସ୍ତୁତ କରିଥିଲା। ସଚିନ ଯେଉଁଠାକୁ ବି ଯାଉଥିଲେ, ତାଙ୍କ ସହ ସେହି ଟ୍ରଫି ଯାଉଥିଲା, କିନ୍ତୁ ଏହି କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ କେବଳ ମେଲବର୍ଣ୍ଣ (୭୩) ଓ ସିଡନୀ (୮୦)ରେ ହିଁ ଆଶା ଉଜ୍ଜୀବିତ କରିପାରିଥିଲେ।

ଏସିଆ କପ୍ ପାଇଁ ସଚିନ ଯେତେବେଳେ ବାଂଲାଦେଶ ଗଲେ, ସେ ନିଜର ହେୟାର ଷ୍ଟାଇଲ୍ ବଦଳାଇଥିଲେ, ଯେଉଁଥିରେ ତାଙ୍କ ଶତକ ଓ ଅନ୍ଧବିଶ୍ୱାସକୁ ଯୋଡ଼ା ଯାଇଥିଲା। ଶ୍ରୀଲଙ୍କା ବିପକ୍ଷ ପ୍ରଥମ ମ୍ୟାଚରେ ସଚିନ ମାତ୍ର ୬ ରନ୍ କରି ଆଉଟ୍ ହୋଇଥିଲେ, କିନ୍ତୁ ବାଂଲାଦେଶ ବିପକ୍ଷରେ କ୍ରିଜରେ ତିଷ୍ଠିଥିଲେ ଏବଂ ଶତକ ପୂରଣ କରିବାରେ ସଫଳ ହୋଇଥିଲେ। ଏହି ଶତକ କ୍ରିକେଟ୍ ଇତିହାସର ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ଶତକରେ ସାମିଲ୍ ହୋଇଥିଲା। ସେହିଦିନ ଭାରତର ତତ୍କାଳୀନ ଅର୍ଥ ମନ୍ତ୍ରୀ ପ୍ରଣବ ମୁଖାର୍ଜୀ ଲୋକସଭାରେ ବଜେଟ୍ ଉପସ୍ଥାପନ କରିଥିଲେ, କିନ୍ତୁ ସନ୍ଧ୍ୟାରେ ବଜେଟ୍ ଖବର ପଛକୁ ଚାଲିଯାଇଥିଲା ଏବଂ ସଚିନଙ୍କ ଶତକ ମୁଖ୍ୟ ଖବର ଭାବେ ପରିବେଷଣ ହୋଇଥିଲା। ସମ୍ଭବତଃ, ପ୍ରଥମଥର ଲାଗି କୌଣସି କ୍ରିକେଟ୍ ଘଟଣା ବଜେଟ୍ ଉପରେ ଭାରୀ ପଡ଼ିଥିଲା। ସେତେବେଳେ ସଚିନ ଯୁବ ଖେଳାଳିଙ୍କୁ ପରାମର୍ଶ ଦେଇଥିଲେ ଯେ ସର୍ବଦାର ଖେଳକୁ ଭରପୂର ଉପଭୋଗ କର, ନିଜ ଲକ୍ଷ୍ୟର ପିଛା କର ଏବଂ ସ୍ୱପ୍ନ ନିଶ୍ଚୟ ପୂରଣ ହେବ। ମୁଁ ମଧ୍ୟ ୨୨ ବର୍ଷ ବିଶ୍ୱକପ୍ ଟ୍ରଫି ପାଇଁ ପ୍ରତୀକ୍ଷା କରିଥିଲି ଏବଂ ମୋ ସ୍ୱପ୍ନ ପୂରଣ ହୋଇଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe