ଐତିହାସିକ ନିଷ୍ପତ୍ତି: ସ୍ମିଥ୍‌-ୱାର୍ନର ବର୍ଷେ, ବେନକ୍ରାଫ୍ଟ ୯ ମାସ ପାଇଁ ବାସନ୍ଦ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କ୍ରିକେଟ୍‌ରୁ ବାସନ୍ଦ ହେଲେ ଅଷ୍ଟ୍ରେଲିଆର ୩ଜଣ ଖେଳାଳି। ବଲ୍‌ ଟାମ୍ପରିଂ ଘଟଣାରେ ସ୍ମିଥ୍‌, ୱାର୍ନର ଓ ବେନକ୍ରାଫ୍ଟ ଦୋଷୀ ସାବ୍ୟସ୍ତ ହେବାପରେ ଅଷ୍ଟ୍ରେଲିଆ କ୍ରିକେଟ୍ ବୋର୍ଡ ଏହି ନିଷ୍ପତ୍ତି ନେଇଛି। ସ୍ମିଥ୍‌ ଓ ୱାର୍ନରଙ୍କୁ ଗୋଟିଏ ବର୍ଷ ବାସନ୍ଦ କରାଯାଇଥିବା ବେଳେ ବେନକ୍ରାଫ୍ଟଙ୍କୁ ୯ ମାସ ବାସନ୍ଦ କରାଯାଇଛି। ଅଷ୍ଟ୍ରେଲିଆ କ୍ରିକେଟ୍‌ ବୋର୍ଡର ଏହି ନିଷ୍ପତ୍ତି ପରେ ଏବେ ବିସିସିଆଇ ଖୁବଶୀଘ୍ର ଆଇପିଏଲ୍‌ରୁ ଏହି ଖେଳାଳିଙ୍କୁ ବ୍ୟାନ୍‌ ଘୋଷଣ କରିବାକୁ ଯାଉଛି। କୌଣସି ମୁହୂର୍ତ୍ତରେ […]

images

Ordigital Desk
  • Published: Wednesday, 28 March 2018
  • , Updated: 28 March 2018, 03:05 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କ୍ରିକେଟ୍‌ରୁ ବାସନ୍ଦ ହେଲେ ଅଷ୍ଟ୍ରେଲିଆର ୩ଜଣ ଖେଳାଳି। ବଲ୍‌ ଟାମ୍ପରିଂ ଘଟଣାରେ ସ୍ମିଥ୍‌, ୱାର୍ନର ଓ ବେନକ୍ରାଫ୍ଟ ଦୋଷୀ ସାବ୍ୟସ୍ତ ହେବାପରେ ଅଷ୍ଟ୍ରେଲିଆ କ୍ରିକେଟ୍ ବୋର୍ଡ ଏହି ନିଷ୍ପତ୍ତି ନେଇଛି। ସ୍ମିଥ୍‌ ଓ ୱାର୍ନରଙ୍କୁ ଗୋଟିଏ ବର୍ଷ ବାସନ୍ଦ କରାଯାଇଥିବା ବେଳେ ବେନକ୍ରାଫ୍ଟଙ୍କୁ ୯ ମାସ ବାସନ୍ଦ କରାଯାଇଛି। ଅଷ୍ଟ୍ରେଲିଆ କ୍ରିକେଟ୍‌ ବୋର୍ଡର ଏହି ନିଷ୍ପତ୍ତି ପରେ ଏବେ ବିସିସିଆଇ ଖୁବଶୀଘ୍ର ଆଇପିଏଲ୍‌ରୁ ଏହି ଖେଳାଳିଙ୍କୁ ବ୍ୟାନ୍‌ ଘୋଷଣ କରିବାକୁ ଯାଉଛି। କୌଣସି ମୁହୂର୍ତ୍ତରେ ଆଇପିଏଲର ଗଭର୍ନିଂ କାଉନ୍‌ସିଲ୍‌ ସ୍ମିଥ ଓ ୱାର୍ନରଙ୍କୁ ବାସନ୍ଦ ଘୋଷଣା କରିପାରେ। ଅଷ୍ଟ୍ରେଲିଆ କୋଚ୍‌ ଡାରେନ ଲେହମ୍ୟାନଙ୍କୁ ବଲ୍‌ ଟାମ୍ପରିଂ ମାମଲାରେ କ୍ଲିନ୍‌ ଚିଟ୍‌ ମିଳିଛି। ଡାରେନ ଲେହମ୍ୟାନ୍ ପୂର୍ବପରି ଦଳର କୋଚ ରହିବେ ବୋଲି କ୍ରିକେଟ୍‌ ଅଷ୍ଟ୍ରେଲିଆ ପକ୍ଷରୁ ସ୍ପଷ୍ଟ କରାଯାଇଛି।

Related story