ଆଇସିସି ସହ ପାର୍ଟନରଶିପ୍ ବଢ଼ାଇଲା ଓପୋ

ନୂଆଦିଲ୍ଲୀ: ସ୍ମାର୍ଟଫୋନ୍ କମ୍ପାନୀ ଓପୋ ଗୁରୁବାର ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ସହ ତା’ର ପାର୍ଟନରଶିପକୁ ଆଉ ଚାରିବର୍ଷ ବଢ଼ାଇବାକୁ ଘୋଷଣା କରିଛି, ଯାହା ସେପ୍ଟେମ୍ବର ୨୦୨୩ ପର୍ଯ୍ୟନ୍ତ ଜାରି ରହିବ। ଏଥିସହ ଓପୋ ଆଇସିସି ଏବଂ ଏହା ସହ ଜଡ଼ିତ ଆଇସିସି ଇଭେଣ୍ଟର ଅଫିସିଆଲ୍ ମୋବାଇଲ୍ ହ୍ୟାଣ୍ଡସେଟ୍ ଏବଂ ହେଡସେଟର ପାର୍ଟନରଶିପ୍ ରହିବ। ଏହି ଇଭେଣ୍ଟ ମଧ୍ୟରେ ଦକ୍ଷିଣ ଆଫ୍ରିକାରେ ଆସନ୍ତାବର୍ଷ ଜାନୁଆରୀରେ ହେବାକୁଥିବା ଆଇସିସି ଅଣ୍ଡର-୧୯ ବିଶ୍ୱକପ୍ ଏବଂ ଅଷ୍ଟ୍ରେଲିଆରେ ଆସନ୍ତାବର୍ଷ ପୁରୁଷ ଓ […]

icc-and-oppio

Ranjit Kumar Jena
  • Published: Thursday, 05 December 2019
  • , Updated: 05 December 2019, 08:00 PM IST

ନୂଆଦିଲ୍ଲୀ: ସ୍ମାର୍ଟଫୋନ୍ କମ୍ପାନୀ ଓପୋ ଗୁରୁବାର ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ସହ ତା'ର ପାର୍ଟନରଶିପକୁ ଆଉ ଚାରିବର୍ଷ ବଢ଼ାଇବାକୁ ଘୋଷଣା କରିଛି, ଯାହା ସେପ୍ଟେମ୍ବର ୨୦୨୩ ପର୍ଯ୍ୟନ୍ତ ଜାରି ରହିବ। ଏଥିସହ ଓପୋ ଆଇସିସି ଏବଂ ଏହା ସହ ଜଡ଼ିତ ଆଇସିସି ଇଭେଣ୍ଟର ଅଫିସିଆଲ୍ ମୋବାଇଲ୍ ହ୍ୟାଣ୍ଡସେଟ୍ ଏବଂ ହେଡସେଟର ପାର୍ଟନରଶିପ୍ ରହିବ।

ଏହି ଇଭେଣ୍ଟ ମଧ୍ୟରେ ଦକ୍ଷିଣ ଆଫ୍ରିକାରେ ଆସନ୍ତାବର୍ଷ ଜାନୁଆରୀରେ ହେବାକୁଥିବା ଆଇସିସି ଅଣ୍ଡର-୧୯ ବିଶ୍ୱକପ୍ ଏବଂ ଅଷ୍ଟ୍ରେଲିଆରେ ଆସନ୍ତାବର୍ଷ ପୁରୁଷ ଓ ମହିଳା ଟି-୨୦ ବିଶ୍ୱକପ୍ ମଧ୍ୟ ସାମିଲ୍ ଅଛି।

ଆଇସିସିର ମୁଖ୍ୟ କାର୍ଯ୍ୟକାରୀ ମନୁ ସାହନୀ କହିଛନ୍ତି, ଓପୋ ଆଇସିସି ଏବଂ ତା'ର ସମସ୍ତ ଇଭେଣ୍ଟର ଗ୍ଲୋବାଲ୍ ପାର୍ଟନର୍ ହେବା ନେଇ ଆମେ ବହୁତ ଖୁସି। ସୂଚନାଯୋଗ୍ୟ, ୨୦୧୫ରେ ଆଇସିସି ଓପୋ ସହ ୪ ବର୍ଷିୟା ଗ୍ଲୋବାଲ ପାର୍ଟନରଶିପ୍ ନେଇ ଘୋଷଣା କରିଥିଲା।

Related story