‘ଟପ୍‌ ଗିୟର୍‌’ ଶୁଟିଂ ବେଳେ ଆଣ୍ଡ୍ର୍ୟୁ ଫ୍ଲିଣ୍ଟଫ ଆହତ, ହସ୍ପିଟାଲରେ ଭର୍ତ୍ତି

ଲଣ୍ଡନ: ବିବିସିର ଲୋକପ୍ରିୟ ଟିଭି ଶୋ’ ‘ଟପ୍‌ ଗିୟର’ ପାଇଁ ଶୁଟିଂ କରିବା ବେଳେ ଆହତ ହୋଇଛନ୍ତି ପୂର୍ବତନ କ୍ରିକେଟର ଆଣ୍ଡ୍ର୍ୟୁ ଫ୍ଲିଣ୍ଟଫ। ୪୫ ବର୍ଷୀୟ ଫ୍ଲିଣ୍ଟଫ ଆହତ ହେବା ପରେ ତାଙ୍କୁ ତୁରନ୍ତ ଘଟଣାସ୍ଥଳରେ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଇଥିଲା। ଏହାପରେ ଅଧିକ ଚିକିତ୍ସା ପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ତାଙ୍କ ଆହତ ସମସ୍ୟା କେତେ ଗୁରୁତର ସେକଥା ଜଣାପଡ଼ିନି। ବ୍ରିଟିଶ ମିଡିଆରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଦକ୍ଷିଣ ଲଣ୍ଡନରେ ଥିବା ଡନ୍ସଫୋଲ୍ଡ […]

Flintoff

  • Published: Wednesday, 14 December 2022
  • , Updated: 14 December 2022, 11:51 AM IST

ଲଣ୍ଡନ: ବିବିସିର ଲୋକପ୍ରିୟ ଟିଭି ଶୋ’ ‘ଟପ୍‌ ଗିୟର’ ପାଇଁ ଶୁଟିଂ କରିବା ବେଳେ ଆହତ ହୋଇଛନ୍ତି ପୂର୍ବତନ କ୍ରିକେଟର ଆଣ୍ଡ୍ର୍ୟୁ ଫ୍ଲିଣ୍ଟଫ। ୪୫ ବର୍ଷୀୟ ଫ୍ଲିଣ୍ଟଫ ଆହତ ହେବା ପରେ ତାଙ୍କୁ ତୁରନ୍ତ ଘଟଣାସ୍ଥଳରେ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଇଥିଲା। ଏହାପରେ ଅଧିକ ଚିକିତ୍ସା ପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ତାଙ୍କ ଆହତ ସମସ୍ୟା କେତେ ଗୁରୁତର ସେକଥା ଜଣାପଡ଼ିନି।

ବ୍ରିଟିଶ ମିଡିଆରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଦକ୍ଷିଣ ଲଣ୍ଡନରେ ଥିବା ଡନ୍ସଫୋଲ୍ଡ ପାର୍କ ଏରୋଡ୍ରମରେ କାର୍ଯ୍ୟକ୍ରମ ଗୋଟିଏ ଟାସ୍କ ଚାଲିଥିଲା। ଏହି ସମୟରେ ଆଣ୍ଡ୍ର୍ୟୁ ଫ୍ଲିଣ୍ଟଫ ଆହତ ହୋଇଥିଲେ। ତାଙ୍କୁ କାର୍ଯ୍ୟକ୍ରମର ସଦସ୍ୟମାନେ ତୁରନ୍ତ ମେଡିକାଲ ସୁବିଧା ଯୋଗାଇ ଦେବା ସହ ହସ୍ପିଟାଲ ନେଇଥିଲେ ବୋଲି ବିବିସି ମୁଖପାତ୍ର କହିଛନ୍ତି।

ଆଣ୍ଡ୍ର୍ୟୁ ଫ୍ଲିଣ୍ଟଫ ଜଣେ ଦକ୍ଷ ଅଲରାଉଣ୍ଡର ଥିଲେ। ସେ ଇଂଲଣ୍ଡ ପାଇଁ ୭୯ଟି ଟେଷ୍ଟ, ୧୧୪ ଦିନିକିଆ ଓ ୭ ଟି-୨୦ ମ୍ୟାଚ୍‌ ଖେଳିଥିଲେ। ୨୦୦୫ ଓ ୨୦୦୯ରେ ଇଂଲଣ୍ଡ ଆଶେସ ସିରିଜ ଆଣ୍ଡ୍ର୍ୟୁ ଫ୍ଲିଣ୍ଟଫଙ୍କ ପାଇଁ ଜିତିଥିଲା। ତେବେ ସେ ମାତ୍ର ୩୨ ବର୍ଷ ବୟସରେ କ୍ରିକେଟକୁ ଅଲବିଦା କହିବାରୁ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କ୍ରିକେଟରୁ ଅବସର ନେବା ପରେ ସେ ଟିଭି କାର୍ଯ୍ୟକ୍ରମରେ ନଜର ଆସୁଛନ୍ତି।

Related story