ସାଗର ରାଣା ହତ୍ୟା ମାମଲା: ଆଉ ୪ ଦିନ ପାଇଁ ରିମାଣ୍ଡରେ ଗଲେ ରେସଲର ସୁଶୀଲ କୁମାର

ନୂଆଦିଲ୍ଲୀ: ସାଗର ରାଣା ହତ୍ୟାକାଣ୍ଡ ଘଟଣାରେ ଗିରଫ ଅଲିମ୍ପିକ୍ସ ପଦକ ବିଜେତା ସୁଶୀଲ କୁମାର ଓ ତାଙ୍କ ସହଯୋଗୀଙ୍କ ରିମାଣ୍ଡ ଅବଧିକୁ ଆଉ ୪ ଦିନ ବୃଦ୍ଧି କରାଯାଇଛି। ଦିଲ୍ଲୀର ଗୋଟିଏ କୋର୍ଟ ପୁଲିସ୍‌ ହେପାଜତରେ ସୁଶୀଲ ଓ ଅଜୟଙ୍କୁ ଜେରା କରିବାର ଆବଶ୍ୟକ ଥିବାରୁ ୪ ଦିନର ରିମାଣ୍ତ ପାଇଁ ଅନୁମତି ଦେଇଛନ୍ତି। ମେ’ ୨୩ରେ କୋର୍ଟ ସୁଶୀଲ ଓ ଅଜୟଙ୍କୁ ୬ ଦିନିଆ ରିମାଣ୍ତରେ ନେବାକୁ ଅନୁମତି ଦେଇଥିଲେ। ଆଜି ଏହି ଅବଧି ଶେଷ […]

Sushil-Kumar

Hemant Lenka
  • Published: Saturday, 29 May 2021
  • , Updated: 29 May 2021, 06:18 PM IST

ନୂଆଦିଲ୍ଲୀ: ସାଗର ରାଣା ହତ୍ୟାକାଣ୍ଡ ଘଟଣାରେ ଗିରଫ ଅଲିମ୍ପିକ୍ସ ପଦକ ବିଜେତା ସୁଶୀଲ କୁମାର ଓ ତାଙ୍କ ସହଯୋଗୀଙ୍କ ରିମାଣ୍ଡ ଅବଧିକୁ ଆଉ ୪ ଦିନ ବୃଦ୍ଧି କରାଯାଇଛି। ଦିଲ୍ଲୀର ଗୋଟିଏ କୋର୍ଟ ପୁଲିସ୍‌ ହେପାଜତରେ ସୁଶୀଲ ଓ ଅଜୟଙ୍କୁ ଜେରା କରିବାର ଆବଶ୍ୟକ ଥିବାରୁ ୪ ଦିନର ରିମାଣ୍ତ ପାଇଁ ଅନୁମତି ଦେଇଛନ୍ତି।

ମେ’ ୨୩ରେ କୋର୍ଟ ସୁଶୀଲ ଓ ଅଜୟଙ୍କୁ ୬ ଦିନିଆ ରିମାଣ୍ତରେ ନେବାକୁ ଅନୁମତି ଦେଇଥିଲେ। ଆଜି ଏହି ଅବଧି ଶେଷ ହେଉଥିବାରୁ ପୁଲିସ୍ ସେମାନଙ୍କୁ କୋର୍ଟରେ ହାଜର କରାଇଥିଲା।

କୋର୍ଟ ରିମାଣ୍ତ ଅବଧି ବୃଦ୍ଧି କରିବା ବେଳେ ସୁଶୀଲଙ୍କ ମେଡିକାଲ ଚେକଅପ ପ୍ରତି ୨୪ ଘଣ୍ଟାରେ ଥରେ କରିବାକୁ ପୁଲିସ୍‌କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ୪ ଦିନିଆ ରିମାଣ୍ତ ସମୟରେ ସୁଶୀଲଙ୍କ ଓକିଲ ତାଙ୍କୁ ଭେଟିପାରିବେ। ପୁଲିସ୍‌ ଆଜି ରୋହିଣୀ କୋର୍ଟରେ ସୁଶୀଲ ଓ ଅଜୟଙ୍କ ପାଇଁ ୭ ଦିନିଆ ରିମାଣ୍ଡ ମାଗିଥିଲା। ହେଲେ କୋର୍ଟ ୪ ଦିନ ପାଇଁ ଅନୁମତି ଦେଇଛନ୍ତି।

ଚଳିତ ମାସ ୪ ତାରିଖ ରାତି ପ୍ରାୟ ୧୧ଟା ବେଳେ ସାଗର ରାଣା ରହୁଥିବା ଏମ୍ ବ୍ଲକର ସେହି ଫ୍ଲାଟରେ କିଛି ଲୋକେ ପହଞ୍ଚିଥିଲେ। ମିଡିଆ ରିପୋର୍ଟ ମୁତାବକ, ସାଗର ଓ ତାଙ୍କ ସାଥୀଙ୍କୁ ଅପହରଣ କରାଯାଇଥିଲା। ସାଗରଙ୍କ ବ୍ୟତୀତ ଆଉ ଯେଉଁମାନଙ୍କୁ ଅପହରଣ କରାଯାଇଥିଲା, ସେମାନେ ପୁଲିସକୁ କହିଥିଲେ ଯେ ତଳେ ଥିବା କାରରେ ସୁଶୀଲ କୁମାର ବସିଥିଲେ। ସମସ୍ତଙ୍କୁ ବନ୍ଧୁକ ମୁନରେ ରଖି ଛତ୍ରସାଲ୍ ଷ୍ଟାଡିୟମକୁ ନିଆଯାଇଥିଲା।

ଛତ୍ରସାଲ୍ ଷ୍ଟାଡିୟମର ପାର୍କିଂରେ ସାଗର ଓ ତାଙ୍କର ବନ୍ଧୁ ସୋନୁ ଓ ଅମିତ୍ କୁମାରଙ୍କୁ ଖୁବ୍ ମାରପିଟ୍ କରାଯାଇଥିଲା। ତିନିଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ବହୁତ ଖରାପ ହୋଇଯାଇ ଥିଲା। ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ସାଗରଙ୍କର ମୃତ୍ୟୁ ହୋଇଥିଲା। ଏହା ପରେ ସୁଶୀଲଙ୍କ ନାଁ ସାମ୍ନାକୁ ଆସିଥିଲା। ସେବେଠାରୁ ସୁଶୀଲ ଓ ତାଙ୍କ ସହଯୋଗୀମାନେ ଫେରାର ଥିଲେ। ଶେଷରେ ୨୨ ତାରିଖ ରାତିରେ ତାଙ୍କୁ ଓ ସହଯୋଗୀ ଅଜୟଙ୍କୁ ଦିଲ୍ଲୀ ପୁଲିସ ଗିରଫ କରିବାକୁ ସକ୍ଷମ ହୋଇଥିଲା। ଏଯାଏ ପୂରା ଘଟଣାରେ ପୁଲିସ୍‌ ୯ ଜଣଙ୍କୁ ଗିରଫ କରିସାରିଲାଣି।

Related story