ଇତିହାସ ରଚିଲେ ୧୮ ବର୍ଷୀୟା ରାଡୁକାନୁ, ଜିତିଲେ ୟୁଏସ୍ ଓପନ୍

ନ୍ୟୁୟର୍କ: ୟୁଏସ୍ ଓପନ୍ ଗ୍ରାଉସ୍ଲାମ୍ ଟେନିସ୍ ଚାମ୍ପିୟନଶିପରେ ଇତିହାସ ରଚିଛନ୍ତି ବ୍ରିଟେନର କ୍ୱାଲିଫାୟର୍ ଏମ୍ମା ରାଡୁକାନୁ। ରାଡୁକାନୁ କାନାଡାର ଲେଲା ଫର୍ଣ୍ଣାଣ୍ଡିଜଙ୍କୁ ହରାଇ ୟୁଏସ୍ ଓପନର ମହିଳା ସିଙ୍ଗଲ୍ସ ଟାଇଟଲ୍ ଜିତିଛନ୍ତି। ଶନିବାର ରାତିରେ ଖେଳାଯାଇଥିବା ଫାଇନାଲରେ ରାଡୁକାନୁ ସିଧାସଳଖ ୬-୪, ୬-୩ ସେଟରେ ଲେଲାଙ୍କୁ ହରାଇ ଚାମ୍ପିୟନ୍ ହୋଇଛନ୍ତି। ବ୍ରିଟେନର କିଶୋରୀ ରାଡୁକାନୁ ଗତମାସରେ ୧୫୦ତମ ନମ୍ବର ଖେଳାଳି ଭାବେ ୟୁଏସ୍ ଓପନରେ ପ୍ରବେଶ କରିଥିଲେ ଏବଂ ଏହା ପୂର୍ବରୁ ସେ ଗୋଟିଏ ଗ୍ରାଣ୍ଡସ୍ଲାମ୍ ଟୁର୍ଣ୍ଣାମେଣ୍ଟରେ […]

emma-raducanu1

emma-raducanu1

Ranjit Kumar Jena
  • Published: Sunday, 12 September 2021
  • Updated: 12 September 2021, 05:39 PM IST

Sports

Latest News

ନ୍ୟୁୟର୍କ: ୟୁଏସ୍ ଓପନ୍ ଗ୍ରାଉସ୍ଲାମ୍ ଟେନିସ୍ ଚାମ୍ପିୟନଶିପରେ ଇତିହାସ ରଚିଛନ୍ତି ବ୍ରିଟେନର କ୍ୱାଲିଫାୟର୍ ଏମ୍ମା ରାଡୁକାନୁ। ରାଡୁକାନୁ କାନାଡାର ଲେଲା ଫର୍ଣ୍ଣାଣ୍ଡିଜଙ୍କୁ ହରାଇ ୟୁଏସ୍ ଓପନର ମହିଳା ସିଙ୍ଗଲ୍ସ ଟାଇଟଲ୍ ଜିତିଛନ୍ତି। ଶନିବାର ରାତିରେ ଖେଳାଯାଇଥିବା ଫାଇନାଲରେ ରାଡୁକାନୁ ସିଧାସଳଖ ୬-୪, ୬-୩ ସେଟରେ ଲେଲାଙ୍କୁ ହରାଇ ଚାମ୍ପିୟନ୍ ହୋଇଛନ୍ତି।

ବ୍ରିଟେନର କିଶୋରୀ ରାଡୁକାନୁ ଗତମାସରେ ୧୫୦ତମ ନମ୍ବର ଖେଳାଳି ଭାବେ ୟୁଏସ୍ ଓପନରେ ପ୍ରବେଶ କରିଥିଲେ ଏବଂ ଏହା ପୂର୍ବରୁ ସେ ଗୋଟିଏ ଗ୍ରାଣ୍ଡସ୍ଲାମ୍ ଟୁର୍ଣ୍ଣାମେଣ୍ଟରେ ଭାଗ ନେଇଥିଲେ। ଆଉ କ୍ୱାଲିଫାୟରରୁ ସିଧା ଚାମ୍ପିୟନ୍ ହେବା ପରେ ରାଡୁକାନୁ ନୂଆ ଇତିହାସ ରଚିଛନ୍ତି।

ବ୍ରିଟେନର ୧୮ ବର୍ଷୀୟା ଏମ୍ମା ଫ୍ଲାଶିଙ୍ଗ୍ ମିଡୋଜରେ ଲଗାତର ୧୦ ମୁକାବିଲା ଜିତି ଟାଇଟଲ୍ ନିଜ ନାଁରେ କରିଛନ୍ତି। ସେ କ୍ୱାଲିଫାୟରରେ ତିନୋଟି ଏବଂ ମୁଖ୍ୟ ଡ୍ର’ରେ ୭ଟି ମ୍ୟାଚ୍ ଜିତିଛନ୍ତି। ୨୦୧୪ ପରେ ପ୍ରଥମ ମହିଳା ଖେଳାଳି ଭାବେ ରାଡୁକାନୁ ବିନା କୌଣସି ସେଟ୍ ହରାଇ ୟୁଏସ୍ ଓପନ୍ ଟାଇଟଲ୍ ଜିତିବାର ଗୌରବ ଅର୍ଜନ କରିଛନ୍ତି।

୧୯୯୯ ୟୁଏସ୍ ଓପନ୍ ପରେ ପ୍ରଥମଥର ଦୁଇ କିଶୋରୀ ଖେଳାଳି କୌଣସି ଗ୍ରାଣ୍ଡସ୍ଲାମ୍ ଫାଇନାଲ୍ ଖେଳୁଥିଲେ। ୧୯୯୯ରେ ୧୭ ବର୍ଷରେ ସେରେନା ଓ ୧୮ ବର୍ଷରେ ମାର୍ଟିନା ହିଙ୍ଗିସଙ୍କ ମଧ୍ୟରେ ଟାଇଟଲ୍ ମୁକାବିଲା ହୋଇଥିଲା। ସେହିପରି ୧୯୬୮ ପରେ ଓପନ୍ ଏହାରେ ପ୍ରଥମଥର କୌଣସି ଗ୍ରାଣ୍ଡସ୍ଲାମ୍ ଫାଇନାଲରେ ଦୁଇ ଅଣସିଡ୍ ଖେଳାଳି ମୁହାଁମୁହିଁ ହୋଇଥିଲେ।

ପ୍ରଥମଥର ଗ୍ରାଣ୍ଡସ୍ଲାମ୍ ଜିତିବା ପରେ ରାଡୁକାନୁ କହିଥିଲେ, ଏହି ଟାଇଟଲ୍ ମୋ ପାଇଁ ବହୁତ ଖାସ। କେବଳ ମୁଁ ନୁହେଁ ମୁଖ୍ୟ ଡ୍ର’ରେ ସ୍ଥାନ ପାଇଥିବା ସବୁ ଖେଳାଳି ଟାଇଟଲ୍ ଜିତିବା ପାଇଁ ଦାବିଦାର ଥିଲେ। ମୁଁ ସର୍ବଦା ନିଜ ପ୍ରଦର୍ଶନ ଉପରେ ଫୋକସ୍ କରିଥିଲି ଏବଂ ସେଥିରେ ମୋତେ ସଫଳତା ମଧ୍ୟ ମିଳିଲା ବୋଲି ରାଡୁକାନୁ କହିଛନ୍ତି।

ଅନ୍ୟପକ୍ଷରେ ରନର୍ସଅପ୍ ହୋଇଥିବା ଲେଲା କହିଥିଲେ, ମୁଁ ପୁଣିଥରେ ଗ୍ରାଣ୍ଡସ୍ଲାମ୍ ଫାଇନାଲରେ ସ୍ଥାନ ହାସଲ କରିଛି ଏବଂ ସେତେବେଳେ ମୋ ହାତରେ ସଠିକ୍ ଟ୍ରଫି ଥିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos