ଫିଫା ବିଶ୍ୱକପ: କ୍ୱାର୍ଟର ଫାଇନାଲରେ ଇଂଲଣ୍ଡ-ଫ୍ରାନ୍ସ ଲଢ଼େଇ

ଦୋହା: କତାରରେ ଚାଲିଥିବା ଫିଫା ଫୁଟବଲ ବିଶ୍ୱକପର ନକଆଉଟ ଲଢ଼େଇ ଶନିବାର ଠାରୁ ଆରମ୍ଭ ହୋଇଯାଇଛି। ଶନିବାର ନେଦରଲ୍ୟାଣ୍ଡ୍ସ ଓ ଆର୍ଜେଣ୍ଟିନା ଯଥାକ୍ରମେ ଆମେରିକା ଓ ଅଷ୍ଟ୍ରେଲିଆକୁ ହରାଇଥିଲେ। ଏହାର ଅର୍ଥ କ୍ୱାର୍ଟର ଫାଇନାଲରେ ଲିଓନେଲ ମେସିଙ୍କ ଆର୍ଜେଣ୍ଟିନା କ୍ୱାର୍ଟର ଫାଇନାଲରେ ନେଦରଲ୍ୟାଣ୍ଡ୍ସକୁ ଭେଟିବ। ସେହିପରି ଦ୍ୱିତୀୟ କ୍ୱାର୍ଟର ଫାଇନାଲରେ ମୁହାଁମୁହିଁ ହେବେ ଡିଫେଣ୍ଡିଂ ଚାମ୍ପିୟନ ଫ୍ରାନ୍ସ ଓ ଶକ୍ତିଶାଳୀ ଇଂଲଣ୍ଡ। ୨୦୧୮ରେ ଫ୍ରାନ୍ସ ଫିଫା ବିଶ୍ୱକପ ଜିତିଥିଲା। ହେଲେ ଇଂଲଣ୍ଡ ୧୯୬୬ ପରଠାରୁ ଆଉ ବିଶ୍ୱକପ […]

kane

kane

Hemant Lenka
  • Published: Monday, 05 December 2022
  • Updated: 05 December 2022, 04:17 PM IST

Sports

Latest News

ଦୋହା: କତାରରେ ଚାଲିଥିବା ଫିଫା ଫୁଟବଲ ବିଶ୍ୱକପର ନକଆଉଟ ଲଢ଼େଇ ଶନିବାର ଠାରୁ ଆରମ୍ଭ ହୋଇଯାଇଛି। ଶନିବାର ନେଦରଲ୍ୟାଣ୍ଡ୍ସ ଓ ଆର୍ଜେଣ୍ଟିନା ଯଥାକ୍ରମେ ଆମେରିକା ଓ ଅଷ୍ଟ୍ରେଲିଆକୁ ହରାଇଥିଲେ। ଏହାର ଅର୍ଥ କ୍ୱାର୍ଟର ଫାଇନାଲରେ ଲିଓନେଲ ମେସିଙ୍କ ଆର୍ଜେଣ୍ଟିନା କ୍ୱାର୍ଟର ଫାଇନାଲରେ ନେଦରଲ୍ୟାଣ୍ଡ୍ସକୁ ଭେଟିବ।

ସେହିପରି ଦ୍ୱିତୀୟ କ୍ୱାର୍ଟର ଫାଇନାଲରେ ମୁହାଁମୁହିଁ ହେବେ ଡିଫେଣ୍ଡିଂ ଚାମ୍ପିୟନ ଫ୍ରାନ୍ସ ଓ ଶକ୍ତିଶାଳୀ ଇଂଲଣ୍ଡ। ୨୦୧୮ରେ ଫ୍ରାନ୍ସ ଫିଫା ବିଶ୍ୱକପ ଜିତିଥିଲା। ହେଲେ ଇଂଲଣ୍ଡ ୧୯୬୬ ପରଠାରୁ ଆଉ ବିଶ୍ୱକପ ଜିତି ନାହିଁ। ଦଳ କତାରରେ ବିଶ୍ୱକପ ଜିତିବା ଲକ୍ଷ୍ୟରେ ରହିଛି। ଗ୍ରୁପ ଷ୍ଟେଜରେ ଦମଦାର ପ୍ରଦର୍ଶନ କରିଥିବା ଇଂଲଣ୍ଡ ପ୍ରି କ୍ୱାର୍ଟରରେ ସେନେଗଲକୁ ୩-୦ରେ ହରାଇଛି।

କିନ୍ତୁ ଏବେ ଦଳ ସାମ୍ନାରେ ଫ୍ରାନ୍ସ ରହିଛି। ଫ୍ରାନ୍ସ ଗ୍ରୁପ ଷ୍ଟେଜରେ ୨ଟି ମ୍ୟାଚ୍‌ ଜିତିଥିବା ବେଳେ ଗୋଟିଏରେ ହାରିଥିଲା। ରବିବାର ଦଳ ପ୍ରି-କ୍ୱାର୍ଟରରେ ପୋଲାଣ୍ଡକୁ ୩-୧ରେ ହରାଇଥିଲା। ତେଣୁ ଦୁଇ ଦଳ କ୍ୱାର୍ଟର ଫାଇନାଲର ମୁହାଁମୁହିଁ ହେବ। ଯିଏ ହାରିବ, ତା’ର ବିଶ୍ୱକପ ସ୍ୱପ୍ନ ଅଧାରେ ରହିଯିବ। କାରଣ ପରାଜିତ ଦଳ ବିଶ୍ୱକପରୁ ବିଦାୟ ନେବ।

ରବିବାର ରାତି ୧୨.୩୦ରେ ଖେଳାଯାଇଥିବା ଇଂଲଣ୍ଡ ଓ ସେନେଗଲ ମ୍ୟାଚ୍‌ ଆରମ୍ଭରୁ କିଛି ସମୟ ପାଇଁ ସଂଘର୍ଷପୂର୍ଣ୍ଣ ରହିଥିଲା। କିନ୍ତୁ ଇଂଲଣ୍ଡର ଖେଳାଳିମାନେ ନିଜ ଦକ୍ଷତାର ପରିଚୟ ଦେଇ ୩୮ତମ ମିନିଟରେ ପ୍ରଥମ ଗୋଲ ସ୍କୋର କରିଥିଲେ। ଦଳ ପକ୍ଷରୁ ଜୋର୍ଡାନ ହେଣ୍ଡେରସନ ପ୍ରଥମ ଗୋଲ ଦେଇଥିଲେ। ଏହାପରେ ଅଧିନାୟକ ହ୍ୟାରୀ କେନ ଓ ଶେଷରେ ବୁକାୟୋ ସାକା ତୃତୀୟ ଗୋଲ ସ୍କୋର କରି ଇଂଲଣ୍ଡକୁ ୩-୦ରେ ଜିତାଇ ଦେଇଛନ୍ତି।

ଇଂଲଣ୍ଡ ବର୍ତ୍ତମାନ ସୁଦ୍ଧା ବିଶ୍ୱକପରେ ୧୨ଟି ଗୋଲ ସ୍କୋର କରି ସାରିଲାଣି। ୨୦୧୮ରେ ରୁଷରେ ଆୟୋଜିତ ବିଶ୍ୱକପରେ ମଧ୍ୟ ଇଂଲଣ୍ଡ ୧୨ଟି ଗୋଲ କରିଥିଲା। କିନ୍ତୁ ସେତେବେଳେ ଦଳକୁ ସେମି ଫାଇନାଲରେ ପରାସ୍ତ ହେବାକୁ ପଡ଼ିଥିଲା। ଏଥିର ଇଂଲଣ୍ଡ ସେମିରେ ପହଞ୍ଚୁଛି କି ନାହିଁ, ସେକଥା ୧୦ ତାରିଖରେ ଜଣାପଡ଼ିବ। କାରଣ ଫ୍ରାନ୍ସ ଓ ଇଂଲଣ୍ଡ ୧୦ ତାରିଖରେ ସେମିରେ ନିଜ ସ୍ଥାନ ପକ୍କା କରିବାକୁ ଲଢ଼େଇ କରିବେ।

ଅନ୍ୟପକ୍ଷରେ ଇଂଲଣ୍ଡ ଅଧିନାୟକ ହ୍ୟାରୀ କେନ୍‌ ଦେଶର ସର୍ବାଧିକ ଗୋଲ ସ୍କୋର ହେବାର ଅତି ନିକଟରେ ପହଞ୍ଚି ଯାଇଛନ୍ତି। ସେ ସେନେଗଲ ବିପକ୍ଷରେ ଗୋଟିଏ ଗୋଲ ସ୍କୋର କରିଥିଲେ। ଏହାକୁ ମିଶାଇ କେନ୍‌ ଇଂଲଣ୍ଡ ପାଇଁ କରିଥିବା ଗୋଲ ସଂଖ୍ୟା ୫୨ରେ ପହଞ୍ଚି ଯାଇଛନ୍ତି। ତାଙ୍କ ଉପରେ ଭେଟରାନ ୱାୟେନ ରୋନୀ ଅଛନ୍ତି। ରୋନୀ ଇଂଲଣ୍ଡ ପାଇଁ ୧୨୦ଟି ମ୍ୟାଚ୍‌ ଖେଳି ୫୩ଟି ଗୋଲ ସ୍କୋର କରିଥିଲେ। ହେଲେ କେନ ମାତ୍ର ୭୯ଟି ମ୍ୟାଚ୍‌ରେ ୫୨ଟି ଗୋଲ ମାରି ସାରିଲେଣି। ୨୦୧୪ ବ୍ରାଜିଲରେ ଖେଳା ଯାଉଥିବା ବିଶ୍ୱକପରେ ରୋନୀ ଗୋଟିଏ ଗୋଲ ଇଂଲଣ୍ଡ ପାଇଁ ଦେଇଥିଲେ।

କିନ୍ତୁ କେନ ୨୦୧୮ ରୁଷରେ ଆୟୋଜିତ ବିଶ୍ୱକପରେ ୬ଟି ଓ ୨୦୨୨ କତାରରେ ଏଯାଏ ଗୋଟିଏ ଗୋଲ ସ୍କୋର କରିଛନ୍ତି। ଯଦି ଫ୍ରାନ୍ସ ବିପକ୍ଷରେ ସେ ଗୋଟିଏ ଗୋଲ ମାରି ଦେବେ, ତେବେଳେ ଇଂଲଣ୍ଡର ସର୍ବାଧିକ ଗୋଲ ସ୍କୋର ତାଲିକାର ୧ନଂ ସ୍ଥାନରେ ପହଞ୍ଚି ଯିବେ। କାରଣ ରୋନୀ ଓ କେନ୍‌ଙ୍କ ଗୋଲ ସଂଖ୍ୟା ସମାନ ହୋଇଗଲେ, ମ୍ୟାଚ୍‌ ଅନୁସାରେ ୧ନଂ ସ୍ଥାନରେ କେନ ରହିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story