ବିଶ୍ୱକପ ପାଇଁ ଯୁଦ୍ଧ ବନ୍ଦ ରଖିବାକୁ ଆହ୍ୱାନ ଦେଲା ଫିଫା

ନୁସା ଦୁଆ (ଇଣ୍ଡୋନେସିଆ) : ବିଶ୍ୱ ଫୁଟବଲ ସଂଘର ସଭାପତି ମଙ୍ଗଳବାର ୟୁକ୍ରେନରେ ଚାଲିଥିବା ଯୁଦ୍ଧକୁ ବିଶ୍ୱକପ ପାଇଁ ମାସେ ଯାଏ ବନ୍ଦ ରଖିବାକୁ ଆହ୍ୱାନ ଦେଇଛନ୍ତି। କ୍ରୀଡ଼ା ଲୋକଙ୍କୁ ଏକାଠି କରିବାକୁ ସମର୍ଥନ ହେଉଥିବାରୁ ୟୁକ୍ରେନରେ ମାସେ ପାଇଁ ଅସ୍ତ୍ରବିରତି ଲାଗୁ କରିବାକୁ ଫିଫାର ସଭାପତି ଜିଆନ୍ନି ଇନଫାନଟିନୋ କହିଛନ୍ତି। ଇଣ୍ଡୋନେସିଆର ବାଲିରେ ଏକାଠି ହୋଇଥିବା ଜି-୨୦ ଗ୍ରୁପର ନେତାମାନଙ୍କୁ ସମ୍ବୋଧନ କରି ଜିଆନ୍ନି କହିଛନ୍ତି, ଦୀର୍ଘ ୯ ମାସ ହେଲା ରୁଷ ଓ ୟୁକ୍ରେନ […]

FiFA

  • Published: Tuesday, 15 November 2022
  • , Updated: 15 November 2022, 03:26 PM IST

ନୁସା ଦୁଆ (ଇଣ୍ଡୋନେସିଆ) : ବିଶ୍ୱ ଫୁଟବଲ ସଂଘର ସଭାପତି ମଙ୍ଗଳବାର ୟୁକ୍ରେନରେ ଚାଲିଥିବା ଯୁଦ୍ଧକୁ ବିଶ୍ୱକପ ପାଇଁ ମାସେ ଯାଏ ବନ୍ଦ ରଖିବାକୁ ଆହ୍ୱାନ ଦେଇଛନ୍ତି। କ୍ରୀଡ଼ା ଲୋକଙ୍କୁ ଏକାଠି କରିବାକୁ ସମର୍ଥନ ହେଉଥିବାରୁ ୟୁକ୍ରେନରେ ମାସେ ପାଇଁ ଅସ୍ତ୍ରବିରତି ଲାଗୁ କରିବାକୁ ଫିଫାର ସଭାପତି ଜିଆନ୍ନି ଇନଫାନଟିନୋ କହିଛନ୍ତି।

ଇଣ୍ଡୋନେସିଆର ବାଲିରେ ଏକାଠି ହୋଇଥିବା ଜି-୨୦ ଗ୍ରୁପର ନେତାମାନଙ୍କୁ ସମ୍ବୋଧନ କରି ଜିଆନ୍ନି କହିଛନ୍ତି, ଦୀର୍ଘ ୯ ମାସ ହେଲା ରୁଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧ ବେଳେ ରବିବାର କତାରରେ ଆରମ୍ଭ ହେବାକୁ ଥିବା ବିଶ୍ୱକପ ସକାରାତ୍ମକ ପରିବେଶ ସୃଷ୍ଟି କରିପାରେ।

ତେଣୁ ଆପଣମାନେ ସମସ୍ତେ ବିଶ୍ୱକପ ଦୃଷ୍ଟିରୁ ଅସ୍ଥାୟୀ ଭାବେ ମାସକ ପାଇଁ ୟୁକ୍ରେନରେ ଅସ୍ତ୍ରବିରତି ଲାଗୁ କରିବାକୁ ଚେଷ୍ଟା କରନ୍ତୁ। ଯଦି ସଂପୂର୍ଣ୍ଣ ଅସ୍ତ୍ରବିରତି ଲାଗୁ ହୋଇପାରିବ ନାହିଁ, ତା’ହେଲେ କିଛି ମାନବୀୟ କରିଡର କିମ୍ବା କ’ଣ କଲେ ଆଲୋଚନା ପାଇଁ ବାଟ ଫିଟିବ, ସେ ଦିଗରେ ଯେକୌଣସି ପଦକ୍ଷେପ ନିଅନ୍ତୁ।

୨୦୧୮ରେ ରୁଷ ଫୁଟବଲ ବିଶ୍ୱକପର ଆୟୋଜନ କରିଥିଲା। ୨୦୩୦ ବିଶ୍ୱକପ ପାଇଁ ପର୍ତ୍ତୁଗାଲ ଓ ସ୍ପେନ ସହ ୟୁକ୍ରେନ ଏହାର ଆୟୋଜନ କରିବାକୁ ବିଡ୍‌ କରିଛି। ବିଶ୍ୱକପ କେବେ ହେଲେ ବିଶ୍ୱର ସବୁ ସମସ୍ୟା ସମାଧାନ କରିଦେବ ବୋଲି ଆମେ କହୁନାହୁଁ। କିନ୍ତୁ ବିଶ୍ୱକପ ଗୋଟିଏ ସ୍ୱତନ୍ତ୍ର ପ୍ଲାଟଫର୍ମ ଯୋଗାଇ ଦେଇଥାଏ।

ବିଶ୍ୱର ଅଧାର ଅଧିକ ଲୋକ ଫୁଟବଲର ମଜା ଟିଭିରେ ଉଠାଇବେ। ତେଣୁ ଆମକୁ ବିବାଦର ଅନ୍ତ ଘଟାଇବାକୁ ଯାହା ଦରକାର, ସେସବୁ କରିବାକୁ ପଡ଼ିବ ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ ରୁଷ ଫେବୃଆରୀ ୨୪ରୁ ୟୁକ୍ରେନ ସହ ଯୁଦ୍ଧ କରୁଥିବାରୁ ଫିଫା ମସ୍କୋକୁ ବିଶ୍ୱକପରୁ ସସପେଣ୍ଡ କରିଛି। ତେଣୁ ରୁଷକୁ କତାରରେ ନଭେମ୍ବର ୨୦ରୁ ଡିସେମ୍ବର ୧୮ ଯାଏ ଆୟୋଜିତ ହେବାକୁ ଥିବା ବିଶ୍ୱକପରେ ଦେଖିବାକୁ ମିଳିବ ନାହିଁ। ପ୍ରଥମଥର ପାଇଁ ଫିଫା ବିଶ୍ୱକପ କୌଣସି ମଧ୍ୟପ୍ରାଚ୍ୟ ଦେଶରେ ଆୟୋଜିତ ହେଉଛି।

Related story