ପଞ୍ଜାବ କ୍ରିକେଟ ଆସୋସିଏସନ ମୁଖ୍ୟଙ୍କ ନାଁରେ ସାଂଘାତିକ ଅଭିଯୋଗୁ ଆଣିଲେ ଭଜି

ଅମୃତସର: ପୂର୍ବତନ କ୍ରିକେଟର ତଥା ପଞ୍ଜାବ କ୍ରିକେଟ ଆସୋସିଏସନ(ପିସିଏ)ର ମୁଖ୍ୟ ପରାମର୍ଶଦାତା ହରଭଜନ ସିଂହ ଓରଫ ଭଜି ସାଂଘାତିକ ଅଭିଯୋଗ ଆଣିଛନ୍ତି। ସେ ଏହି କ୍ରିକେଟ ସଂସ୍ଥା ସହ ଜଡ଼ିତ ସବୁ ଅଂଶୀଦାରମାନଙ୍କୁ ଗୋଟିଏ ଖୋଲା ଚିଠି ଲେଖିଛନ୍ତି। ଏଥିରେ ଭଜି ପଞ୍ଜାବ କ୍ରିକେଟ ଆସୋସିଏସନର ସଭାପତି ନୂଆ ସଦସ୍ୟଙ୍କୁ ନିଯୁକ୍ତି  ସଂକ୍ରାନ୍ତରେ ବେଆଇନ କାର୍ଯ୍ୟକଳାପ କରିଥିବା ଅଭିଯୋଗ କରିଛନ୍ତି। ଏଥିପାଇଁ ହରଭଜନ ପିସିଏର ସବୁ ସଦସ୍ୟ ଓ ଅଂଶୀଦାରମାନଙ୍କୁ ଏକାଠି ହୋଇ ବେଆଇନ କାର୍ଯ୍ୟକଳାପ ବନ୍ଦ […]

Harbhajan Singh

  • Published: Friday, 07 October 2022
  • , Updated: 07 October 2022, 09:11 PM IST

ଅମୃତସର: ପୂର୍ବତନ କ୍ରିକେଟର ତଥା ପଞ୍ଜାବ କ୍ରିକେଟ ଆସୋସିଏସନ(ପିସିଏ)ର ମୁଖ୍ୟ ପରାମର୍ଶଦାତା ହରଭଜନ ସିଂହ ଓରଫ ଭଜି ସାଂଘାତିକ ଅଭିଯୋଗ ଆଣିଛନ୍ତି। ସେ ଏହି କ୍ରିକେଟ ସଂସ୍ଥା ସହ ଜଡ଼ିତ ସବୁ ଅଂଶୀଦାରମାନଙ୍କୁ ଗୋଟିଏ ଖୋଲା ଚିଠି ଲେଖିଛନ୍ତି। ଏଥିରେ ଭଜି ପଞ୍ଜାବ କ୍ରିକେଟ ଆସୋସିଏସନର ସଭାପତି ନୂଆ ସଦସ୍ୟଙ୍କୁ ନିଯୁକ୍ତି  ସଂକ୍ରାନ୍ତରେ ବେଆଇନ କାର୍ଯ୍ୟକଳାପ କରିଥିବା ଅଭିଯୋଗ କରିଛନ୍ତି। ଏଥିପାଇଁ ହରଭଜନ ପିସିଏର ସବୁ ସଦସ୍ୟ ଓ ଅଂଶୀଦାରମାନଙ୍କୁ ଏକାଠି ହୋଇ ବେଆଇନ କାର୍ଯ୍ୟକଳାପ ବନ୍ଦ କରନ୍ତୁ ବୋଲି ଆହ୍ୱାନ ଦେଇଛନ୍ତି।

ଆପ୍‌ ପକ୍ଷରୁ ରାଜ୍ୟସଭାକୁ ଯାଇଥିବା ଭଜି କହିଛନ୍ତି, “ପିସିଏ ସଭାପତି ଗୁଲଜରିନ୍ଦର ସିଂହ ଚହଲ ବେଆଇନ କାର୍ଯ୍ୟକଳାପରେ ସାମିଲ ଥିବା ୧୦ ଦିନ ହେଲା ମୋତେ ଫୋନ କଲରେ ଅଭିଯୋଗ ଆସୁଛି। ଏହା ନିଶ୍ଚିତ ପକ୍ଷରେ କ୍ରିକେଟର ପ୍ରଶାସନିକ ମୂଲ୍ୟବୋଧ ଓ ସ୍ୱଚ୍ଛତାକୁ ଉଲ୍ଲଙ୍ଘନ କରୁଛି। ପଞ୍ଜାବର କ୍ରିକେଟ ପ୍ରେମୀମାନେ ମୋତେ ନିୟମିତ ଭାବେ ମୋତେ ଫୋନ କରୁଛନ୍ତି।

କିଛି ଅଂଶୀଦାର ମଧ୍ୟ ମୋ ନିକଟରେ ଫେରାଦ ହୋଇ ପିସିଏ ସଭାପତିଙ୍କ ନାଁରେ ଅଭିଯୋଗ ଆଣିଛନ୍ତି। ମୁଁ ଗତକାଲି ଜାଣିବାକୁ ପାଇଛି ଯେ ଏ ସଂକ୍ରାନ୍ତ ଅଭିଯୋଗ ଓମବୁଡସମାନଙ୍କ ନିକଟରେ ମଧ୍ୟ ଦିଆଯାଇଛି। ନିଜ ସପକ୍ଷରେ ଭୋଟ ହାତେଇବା ପାଇଁ ଜେନେରାଲ ବଡି ବା ସର୍ବୋଚ୍ଚ ସଂସ୍ଥାର ବିନା ଅନୁମତିରେ ୧୫୦ ଜଣଙ୍କୁ ସଦସ୍ୟତା ପଦ ଦିଆଯାଇଛି।

ପରାମର୍ଶଦାତା ହିସାବରେ ମୋ ସହ ମଧ୍ୟ ଏ ସମ୍ପର୍କରେ କେହି ବି ଆଲୋଚନା କରିନାହାନ୍ତି। ଏପରି କାର୍ଯ୍ୟକଳାପ ବିସିସିଆଇର ସମ୍ବିଧାନ ଓ ପିସିଏର ଗାଇଡଲାଇନକୁ ଉଲ୍ଲଙ୍ଘନ କରିଛି। ଏହାବାଦ କ୍ରୀଡ଼ା ସହ ଜଡ଼ିତ ପ୍ରଶାସନିକ ବିଧିବ୍ୟବସ୍ଥାର ସ୍ୱଚ୍ଛତା ଓ ଏଥିକ୍ସର ମଧ୍ୟ ବିରୋଧାଚାରଣ କରୁଛି। ନିଜର ବେଆଇନ କାର୍ଯ୍ୟକଳାପକୁ ଲୁଚାଇବା ପାଇଁ ସେମାନେ ପିସିଏର ବୈଠକ ମଧ୍ୟ ଡାକୁ ନଥିଲେ। ସେମାନେ ନିଜକୁ ସୁହାଇଲା ଭଳି ନିଷ୍ପତ୍ତି ଏକତରଫା ଭାବେ ନେଉଥିଲେ।”


୨୦୦୭ ଟି-୨୦ ବିଶ୍ୱକପ ଓ ୫୦ ଓଭର ବିଶ୍ୱକପ ଜିତିଥିବା ଟିମ୍‌ର ସଦସ୍ୟ ହେଉଛନ୍ତି ଭଜି। ସେ ପଞ୍ଜାବ ପାଇଁ ମଧ୍ୟ ଦୀର୍ଘ ବର୍ଷ ଘରୋଇ କ୍ରିକେଟ ଖେଳିଥିଲେ। ୨୦୨୧ରେ ସେ କ୍ରିକେଟକୁ ଅଲବିଦା କହିବା ସହ ଏବେ ସାଂସଦ ଭାବେ ରାଜ୍ୟସଭାକୁ ଯାଇଛନ୍ତି।

Related story