ଝିଲି ଓ ଶ୍ରୀୟଙ୍କାଙ୍କୁ ମିଳିଲା ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର, ୫୩ଜଣ କ୍ରୀଡ଼ାବିତଙ୍କୁ ନିଯୁକ୍ତି ପତ୍ର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭାରଉତ୍ତୋଳନକାରୀ ଝିଲି ଦଳବେହେରା ଓ ସୁଟର ଶ୍ରୀୟଙ୍କା ଷଡ଼ଙ୍ଗୀଙ୍କୁ କ୍ରୀଡ଼ା କ୍ଷେତ୍ରରେ ନିଜର ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ପ୍ରତିଷ୍ଠିତ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାରରେ ସମ୍ମାନିତ କରାଯାଇଛି । ସେମାନଙ୍କ ସହିତ ମୋଟ ୨୯୧ଜଣ କ୍ରୀଡ଼ାବିତଙ୍କୁ ମଧ୍ୟ ଜାତୀୟ ଓ ଆନ୍ତର୍ଜାତିକସ୍ତରରେ ଭଲ ପ୍ରଦର୍ଶନ ପାଇଁ ଆର୍ଥିକ ପୁରସ୍କାର ପ୍ରଦାନ କରାଯାଇଛି । ଆଜି ଲୋକସେବା ଭବନର କନଭେନସନ ହଲରେ ଆୟୋଜିତ ପୁରସ୍କାର ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ ଏହି […]

Award

Award

Ordigital Desk
  • Published: Monday, 29 August 2022
  • Updated: 29 August 2022, 09:46 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭାରଉତ୍ତୋଳନକାରୀ ଝିଲି ଦଳବେହେରା ଓ ସୁଟର ଶ୍ରୀୟଙ୍କା ଷଡ଼ଙ୍ଗୀଙ୍କୁ କ୍ରୀଡ଼ା କ୍ଷେତ୍ରରେ ନିଜର ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ପ୍ରତିଷ୍ଠିତ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାରରେ ସମ୍ମାନିତ କରାଯାଇଛି । ସେମାନଙ୍କ ସହିତ ମୋଟ ୨୯୧ଜଣ କ୍ରୀଡ଼ାବିତଙ୍କୁ ମଧ୍ୟ ଜାତୀୟ ଓ ଆନ୍ତର୍ଜାତିକସ୍ତରରେ ଭଲ ପ୍ରଦର୍ଶନ ପାଇଁ ଆର୍ଥିକ ପୁରସ୍କାର ପ୍ରଦାନ କରାଯାଇଛି ।

ଆଜି ଲୋକସେବା ଭବନର କନଭେନସନ ହଲରେ ଆୟୋଜିତ ପୁରସ୍କାର ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ ଏହି କ୍ରୀଡ଼ାବିତଙ୍କୁ ପୁରସ୍କୃତ କରିଥିଲେ । କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପୂର୍ବତନ ଆନ୍ତର୍ଜାତିକ କ୍ରିକେଟର ଦେବାଶୀଷ ମହାନ୍ତିଙ୍କୁ ଲାଇଫ ଟାଇମ୍ ଆଚିଭମେଂଟ ଆୱାର୍ଡ ଭାବେ ୩ଲକ୍ଷ ଟଙ୍କା, ମାନପତ୍ର ଓ ଟ୍ରଫି ପ୍ରଦାନ କରିଛନ୍ତି । ସେହିପରି ରାଉରକେଲା ଇସ୍ପାତ କାରଖାନାକୁ ମଧ୍ୟ କ୍ରୀଡ଼ା କ୍ଷେତ୍ର ପାଇଁ ସହଯୋଗ ନିମନ୍ତେ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାରରେ ସମ୍ମାନିତ କରାଯାଇଛି । ଏଥିପାଇଁ ରାଉରକେଲା ଇସ୍ପାତ କାରଖାନାର ନିର୍ଦ୍ଦେଶକ ଅତନୁ ଭୌମିକଙ୍କୁ ୧ଲକ୍ଷ ଟଙ୍କା, ମାନପତ୍ର ସହ ଟ୍ରଫି ପ୍ରଦାନ କରାଯାଇଛି । କ୍ରୀଡ଼ା ଖବର ପ୍ରକାଶ କରୁଥିବା କ୍ରୀଡ଼ା ସାମ୍ବାଦିକ ବେଣୁଧର ଦାସଙ୍କୁ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ପ୍ରଦାନ କରାଯାଇଛି । ତାଙ୍କୁ ଏଥିପାଇଁ ୫୦ହଜାର ଟଙ୍କା ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇଛି ।

ନିଜର ସାହାସୀ ଓ ନିସ୍ୱାର୍ଥପର କାର୍ଯ୍ୟ ଯୋଗୁ ୧୪ବର୍ଷ ବୟସର ପ୍ରତାପ ତରାଇ ଓ ୧୦ବର୍ଷ ବୟସର ଶୁଭଶ୍ରୀ ରାଉତଙ୍କୁ ବିଜୁ ପଟ୍ଟନାୟକ ସାହାସିକ ପୁରସ୍କାର ପ୍ରଦାନ କରାଯାଇଛି । ଉଭୟଙ୍କୁ ୧ଲକ୍ଷ ଟଙ୍କା ଲେଖାଏଁ ଅର୍ଥ ରାଶି, ମାନପତ୍ର ଓ ସିଲଭର ମେଡାଲ ମୁଖ୍ୟମନ୍ତ୍ରୀ ପ୍ରଦାନ କରିଥିଲେ ।

କୋଚିଂ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ କୋଚ୍ ବିଷ୍ଣୁ ମିଶ୍ରଙ୍କୁ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ପ୍ରଦାନ କରାଯାଇଛି । ସେ ୧ଲକ୍ଷ ଟଙ୍କା ସହ ମାନପତ୍ର ଓ ଟ୍ରଫି ଗ୍ରହଣ କରିଥିଲେ ।

ସେହିପରି କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କଠାରୁ ୩ଲକ୍ଷ ଟଙ୍କା ଅର୍ଥ ରାଶି ପୁରସ୍କାର ଆକାରରେ ଗ୍ରହଣ କରିଛନ୍ତି । ତାଙ୍କ ପୁଅ ସିଦ୍ଧାର୍ଥ ରାଉତରାୟ ଗତ କିଛିମାସ ତଳେ ଏଭରେଷ୍ଟ ଶୃଙ୍ଗ ଆରୋହଣ କରିଥିବାରୁ ତାଙ୍କୁ ରାଜ୍ୟ ସରକାରଙ୍କ ଏହି ପୁରସ୍କାର ରାଶିରେ ସମ୍ବର୍ଦ୍ଧିତ କରିଛନ୍ତି । ତାଙ୍କ ତରଫରୁ ତାଙ୍କ ପିତା ବିଧାୟକ ଶ୍ରୀ ରାଉତରାୟ ଏହି ସମ୍ମାନ ଗ୍ରହଣ କରିଥିଲେ ।

ଏହି ଅବସରରେ ରାଜ୍ୟର ୫୩ଜଣ ପ୍ରତିଭାବନା କ୍ରୀଡାବିତ୍ ଓ ପାରା ଖେଳାଳିଙ୍କୁ ସେମାନଙ୍କର କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନକୁ ଦୃଷ୍ଟିରେ ରଖି ସରକାରୀ ଚାକିରିର ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି ।

ବଡ଼ି ବିଲଡର ଚନ୍ଦନ କୁମାର ସାହୁ, ପାରା ଆଥେଲେଟ୍ ଜୟନ୍ତୀ ବେହେରା, ବ୍ୟାଡ଼ମିଂଟନ କେଳାଳୀ ଋତୁପୂର୍ଣ୍ଣା ପଣ୍ଡା, ପାରା ବ୍ୟାଡ଼ମିଂଟନ ଆଥଲେଟ୍ ସୁନୀଲ ପ୍ରଧାନ, ରଗବୀ କେଳାଳୀ ମୁନା ମୁର୍ମୁ, ହକି ଖେଳାଳୀ ଜୀବନ କିଶୋରୀ ଟପ୍ପୋ ଓ ଜାହ୍ନବଚୀ ପ୍ରଧାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା ନିଯୁକ୍ତି ପତ୍ର ପ୍ରଦାନ କରିଥିଲେ ।

ଏମାନଙ୍କ ବ୍ୟତୀତ ୨୯୧ଜଣ କ୍ରୀଡ଼ାବିତଙ୍କୁ ସେମାନଙ୍କର ଜାତୀୟ ଓ ଆନ୍ତର୍ଜାତିକସ୍ତରରେ କ୍ରୀଡ଼ା ପ୍ରଦର୍ଶନ ନିମନ୍ତେ ଅର୍ଥରାଶିରେ ସମ୍ବର୍ଦ୍ଧିତ କରାଯାଇଛି । ସିଲଭର ମେଡାଲ ଆଣିଥିବା ଅମିତ୍ ରୋହିଦାସଙ୍କୁ ୭୫ଲକ୍ଷ ଟଙ୍କା ଓ ବ୍ରୋଞ୍ଜ ପଦନ ଜିଣିଥିବା ଦୀପଗ୍ରେସ୍ ଏକ୍କାଙ୍କୁ ୫୦ଲକ୍ଷ ଟଙ୍କାର ଅର୍ଥରାଶି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପ୍ରଦାନ କରିଥିଲେ ।
ସେହିପରି ରାଜ୍ୟଗୋଷ୍ଠୀ କ୍ରୀଡ଼ା-୨୦୨୨ରେ ଅଂଶଗ୍ରହଣ କରିଥିବା ଦ୍ୟୁତି ଚାନ୍ଦ ଓ ଶ୍ରବାଣୀ ନନ୍ଦ ଓ ଦୀନେଶ କୁମାର, ଫିଡେ ଚେସ୍ ଅଲମ୍ପିଆଡରେ ଭାଗ ନେଇଥିବା ପଦ୍ମିନୀ ରାଉତଙ୍କୁ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ସାଢ଼େ ୭ଲକ୍ଷ ଟଙ୍କା ଲେଖାଏଁ ଅର୍ଥ ରାଶି ପ୍ରଦାନ କରିଥିଲେ ।

ସେହିପରି ଆନ୍ତର୍ଜାତିକ ସ୍ତରରେ ଭଲ ପ୍ରଦର୍ଶନ କରିଥିବା ଚେସ୍ ଖେଳାଳୀ ସାଇନା ସାଲୋନିକାଙ୍କୁ ୧.୫ଲକ୍ଷ ଟଙ୍କା, ଫୁଟବଲ ଖେଳାଳୀ ଟଙ୍କଧର ବାଗଙ୍କୁ ୨ଲକ୍ଷ, ଚକ୍ଷୁହୀନ ଚେସ୍ ଖେଳାଳୀ ସୌନ୍ଦର୍ଯ୍ୟା ପ୍ରଧାନଙ୍କୁ ୨ଲକ୍ଷ ଟଙ୍କା, ରାଖାଲ ସେଠୀଙ୍କୁ ୨ଲ୪ ଟଙ୍କା, ମାଳତୀ ପାନୁରେଙ୍କୁ ୩ଲକ୍ଷ ଟଙ୍କା, ହ୍ୱିଲଚେୟାର ଫେନ୍ସର ଭି ରମେଶ ରାଓଙ୍କୁ ୨ଲକ୍ଷ ଟଙ୍କା ପୁରସ୍କାର କ୍ରୀଡ଼ାମନ୍ତ୍ରୀ ଶ୍ରୀ ବେହେରା ପ୍ରଦାନ କରିଥିଲେ । ଏହି ଅବସରରେ କ୍ରୀଡ଼ା ଓ ଯୁବବ୍ୟାପାର ବିଭାଗ ପକ୍ଷରୁ ମୋଟ ୨କୋଟି ୧୨ଲକ୍ଷ ୮୨ହଜାର ୫୦୦ଟଙ୍କା ଅର୍ଥ ରାଶି ପୁରସ୍କାର ଆକାରରେ ବିଭିନ୍ନ ଖେଳାଳୀଙ୍କୁ ପ୍ରଦାନ କରାଯାଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story