ଗ୍ରାଉଣ୍ଡରେ ପତ୍ନୀଙ୍କୁ କଲେ ଭିଡିଓ କଲ୍, କାନ୍ଦି ପକାଇଲେ

ନୂଆଦିଲ୍ଲୀ: ଆର୍ଜେଣ୍ଟିନା ବ୍ରାଜିଲକୁ ହରାଇ ୨୮ ବର୍ଷ ପରେ କୋପା ଆମେରିକା ଫୁଟବଲ୍ ଟାଇଟଲ୍ ଉପରେ କବଜା କରିଛି। ଟାଇଟଲ୍ ଜିତିବା ପରେ ଆର୍ଜେଣ୍ଟିନାର କ୍ୟାପଟେନ୍ ଲିଓନେଲ୍ ମେସିଙ୍କର ଖୁସିର ଠିକଣା ନଥିଲା। ମ୍ୟାଚ୍ ଜିତିବା ପରେ ମେସି ଗ୍ରାଉଣ୍ଡରୁ ହିଁ ପତ୍ନୀ ଆଣ୍ଟୋନେଲା ରୋକୁଜୋଙ୍କୁ ଭିଡିଓ କଲ୍ କରି ନିଜ ଖୁସି ଜାହିର୍ କରିଛନ୍ତି। ଆର୍ଜେଣ୍ଟିନା ଫାଇନାଲ୍ ମୁକାବିଲାରେ ବ୍ରାଜିଲକୁ ୧-୦ ଗୋଲରେ ହରାଇ ଏହି ଟୁର୍ଣ୍ଣାମେଣ୍ଟର ଟ୍ରଫି ଜିତିଛି। ଟାଇଟଲ୍ ଜିତିବା ପରେ ଆର୍ଜେଣ୍ଟିନାର […]

messi1

Ranjit Kumar Jena
  • Published: Sunday, 11 July 2021
  • , Updated: 11 July 2021, 08:19 PM IST

ନୂଆଦିଲ୍ଲୀ: ଆର୍ଜେଣ୍ଟିନା ବ୍ରାଜିଲକୁ ହରାଇ ୨୮ ବର୍ଷ ପରେ କୋପା ଆମେରିକା ଫୁଟବଲ୍ ଟାଇଟଲ୍ ଉପରେ କବଜା କରିଛି। ଟାଇଟଲ୍ ଜିତିବା ପରେ ଆର୍ଜେଣ୍ଟିନାର କ୍ୟାପଟେନ୍ ଲିଓନେଲ୍ ମେସିଙ୍କର ଖୁସିର ଠିକଣା ନଥିଲା। ମ୍ୟାଚ୍ ଜିତିବା ପରେ ମେସି ଗ୍ରାଉଣ୍ଡରୁ ହିଁ ପତ୍ନୀ ଆଣ୍ଟୋନେଲା ରୋକୁଜୋଙ୍କୁ ଭିଡିଓ କଲ୍ କରି ନିଜ ଖୁସି ଜାହିର୍ କରିଛନ୍ତି।

ଆର୍ଜେଣ୍ଟିନା ଫାଇନାଲ୍ ମୁକାବିଲାରେ ବ୍ରାଜିଲକୁ ୧-୦ ଗୋଲରେ ହରାଇ ଏହି ଟୁର୍ଣ୍ଣାମେଣ୍ଟର ଟ୍ରଫି ଜିତିଛି। ଟାଇଟଲ୍ ଜିତିବା ପରେ ଆର୍ଜେଣ୍ଟିନାର ଖେଳାଳିମାନେ ବିଜୟ ଉତ୍ସବ ମନାଇବାରେ ଲାଗି ପଡ଼ିଥିଲେ। ଏହି ସମୟରେ ମେସି ତୁରନ୍ତ ନିଜ ପତ୍ନୀଙ୍କୁ ଫୋନ୍ କରିଥିଲେ ଏବଂ ନିଜର ତିନି ପିଲାଙ୍କ ସହ କଥା ହୋଇଥିଲେ। ମେସି ବିଜୟୀ ମେଡାଲକୁ ଚୁମ୍ବନ କରୁଥିବା ଦେଖିବାକୁ ମିଳିଛି। ସେ ଭିଡିଓ କଲ୍ ଜରିଆରେ ଏହି ମେଡାଲକୁ ନିଜ ପରିବାରକୁ ଦେଖାଇଛନ୍ତି।

 

View this post on Instagram

 

A post shared by Copa América (@copaamerica)

ପରିବାର ସହ ମେସିଙ୍କର କଥା ହେବାର ଭିଡିଓ ଏବେ ସୋଶାଲ ଭାଇରାଲ୍ ହୋଇଛି। ଏହି ଭିଡିଓକୁ କୋପା ଆମେରିକାର ଅଫିସିଆଲ୍ ଇନଷ୍ଟାଗ୍ରାମ ହ୍ୟାଣ୍ଡଲରେ ଅପଲୋଡ୍ କରାଯାଇଛି। ପରେ ଆଣ୍ଟୋନେଲା ମଧ୍ୟ ମେସିଙ୍କ ସହ କଥାବାର୍ତ୍ତା ହେଉଥିବାର ଭିଡିଓ ସ୍କ୍ରିନଶଟ୍ ନିଜ ଇନଷ୍ଟାଗ୍ରାମ ଷ୍ଟୋରିରେ ଶେଆର୍ କରିଛନ୍ତି।

ସୂଚନାଯୋଗ୍ୟ, ଆର୍ଜେଣ୍ଟିନା ଏହା ପୂର୍ବରୁ ୧୯୯୩ରେ କୋପା ଆମେରିକା ଟାଇଟଲ୍ ଉପରେ କବଜା କରିଥିଲା। ସେହି ସମୟରେ ଆର୍ଜେଣ୍ଟିନା ଫାଇନାଲରେ ମେକ୍ସିକୋକୁ ହରାଇ ଚାମ୍ପିୟନ୍ ହୋଇଥିଲା। ମେସି ଚଳିତ କୋପା ଆମେରିକାରେ ମୋଟ ୪ଟି ଗୋଲ୍ ଦେଇଛନ୍ତି। ସେ ମଧ୍ୟ ଚଳିତ ଟୁର୍ଣ୍ଣାମେଣ୍ଟରେ ୫ଟି ଆସିଷ୍ଟ ମଧ୍ୟ କରିଛନ୍ତି।

ବ୍ରାଜିଲରେ ମାରକାନା ଷ୍ଟାଡିୟମରେ ଖେଳାଯାଇଥିବା ଏହି ମୁକାବିଲାରେ ସମସ୍ତଙ୍କ ନଜର ମେସିଙ୍କ ଉପରେ ଥିଲା। ମେସିଙ୍କ କ୍ୟାରିୟରର ଏହା ପ୍ରଥମ ଅନ୍ତର୍ଜାତୀୟ ଟାଇଟଲ୍। ଏହା ପୂର୍ବରୁ ସେ ନିଜ କ୍ଲବ୍ ବାର୍ସିଲୋନାକୁ ଅନେକ ଥର ଚାମ୍ପିୟନ୍ କରାଇସାରିଛନ୍ତି।

Related story