ଜୟ ଶାହଙ୍କ ‘ଏସିଆ କପ ୨୦୨୩ ବୟାନ’ର ଜବାବ ଦେଲା ପାକିସ୍ତାନ

ଇସଲାମାବାଦ: ୨୦୨୩ ଏସିଆ କପ ପାଇଁ ଭାରତ କେବେ ହେଲେ ପାକିସ୍ତାନ ଯିବ ନାହିଁ। ଏସିଆ କପ ନିରପେକ୍ଷ ଭେନ୍ୟୁରେ ହେବା ସପକ୍ଷରେ ବିସିସିଆଇ ସମ୍ପାଦକ ଜୟ ଶାହ ମତ ରଖିଥିଲେ। ଏହା ଉପରେ ଆଜି ପାକିସ୍ତାନ କ୍ରିକେଟ ବୋର୍ଡ ପ୍ରତିକ୍ରିୟା ଦେଇଛି। ପିସିବି ଜୟ ଶାହଙ୍କ ବୟାନରେ ଆଶ୍ଚର୍ଯ୍ୟ ହେବା ସହ ଅସନ୍ତୋଷ ପ୍ରକାଶ କରିଛି। ଜୟ ଶାହ ବିସିସିଆଇ ସମ୍ପାଦକ ସହ ଏସିଆନ କ୍ରିକେଟ କାଉନସିଲର ଅଧ୍ୟକ୍ଷ ମଧ୍ୟ। ତେଣୁ ସେ ନିରପେକ୍ଷ ଭେନ୍ୟୁରେ […]

PCB

  • Published: Wednesday, 19 October 2022
  • , Updated: 19 October 2022, 06:37 PM IST

ଇସଲାମାବାଦ: ୨୦୨୩ ଏସିଆ କପ ପାଇଁ ଭାରତ କେବେ ହେଲେ ପାକିସ୍ତାନ ଯିବ ନାହିଁ। ଏସିଆ କପ ନିରପେକ୍ଷ ଭେନ୍ୟୁରେ ହେବା ସପକ୍ଷରେ ବିସିସିଆଇ ସମ୍ପାଦକ ଜୟ ଶାହ ମତ ରଖିଥିଲେ। ଏହା ଉପରେ ଆଜି ପାକିସ୍ତାନ କ୍ରିକେଟ ବୋର୍ଡ ପ୍ରତିକ୍ରିୟା ଦେଇଛି। ପିସିବି ଜୟ ଶାହଙ୍କ ବୟାନରେ ଆଶ୍ଚର୍ଯ୍ୟ ହେବା ସହ ଅସନ୍ତୋଷ ପ୍ରକାଶ କରିଛି। ଜୟ ଶାହ ବିସିସିଆଇ ସମ୍ପାଦକ ସହ ଏସିଆନ କ୍ରିକେଟ କାଉନସିଲର ଅଧ୍ୟକ୍ଷ ମଧ୍ୟ। ତେଣୁ ସେ ନିରପେକ୍ଷ ଭେନ୍ୟୁରେ ଏସିଆ କପ ଆୟୋଜନ ହେବ ବୋଲି କହିଥିବାରୁ ପାକିସ୍ତାନ ହାତରୁ ହୋଷ୍ଟିଂ ଦାୟିତ୍ୱ ଚାଲି ଯିବାର ଆଶଙ୍କା ପ୍ରକାଶ ପାଇଛି।

ପିସିବି ସୂତ୍ରରୁ ଗତକାଲି ଖବର ମିଳିଥିଲା ଯେ ହୋଷ୍ଟିଂରେ ପାକିସ୍ତାନ କୌଣସି ପ୍ରକାରର ସାଲିସ କରିବ ନାହିଁ। ଯଦି ଭାରତ ଏସିଆ କପ ଖେଳିବାକୁ ପାକିସ୍ତାନ ଆସିବ ନାହିଁ। ତା’ହେଲେ ୨୦୨୩ରେ ଭାରତରେ ଆୟୋଜିତ ହେବାକୁ ଥିବା ଦିନିକିଆ ବଶ୍ୱକପକୁ ପାକିସ୍ତାନ ବୟକଟ କରିବ।

ତେବେ ଆଜି ପିସିବି ବିଧିବଦ୍ଧ ଭାବେ ବିବୃତି ଜାରି କରି ଶାହଙ୍କ ବୟାନ ଉପରେ ପ୍ରତିକ୍ରିୟା ରଖିଛି। ପିସିବି ପକ୍ଷରୁ କୁହାଯାଇଛି ଯେ ଏସିସି ମୁଖ୍ୟ ଜୟ ଶାହ ଏପରି ବୟାନ ଦେବା ଆଶ୍ଚର୍ଯ୍ୟଜନକ। ସେ ଏସିସି ବୋର୍ଡ କିମ୍ବା ହୋଷ୍ଟିଂ ଅଧିକାର ପାଇଥିବା ପିସିବି ସହ ଏ ସମ୍ପର୍କରେ କୌଣସି ପ୍ରକାରର ଆଲୋଚନା ନ କରି ବୟାନ ଦେଇଛନ୍ତି।

ଏପରି ବୟାନ ଯୋଗୁ ପାକିସ୍ତାନ ଦରକାର ପଡ଼ିଲେ ଭାରତରେ ଅନୁଷ୍ଠିତ ହେବାକୁ ଥିବା ୨୦୨୩ ବିଶ୍ୱକପରୁ ଓହରି ଯିବ। ସେହିପରି ୨୦୨୪-୨୦୩୧ ବର୍ଷ ମଧ୍ୟରେ ଭାରତରେ ହେବାକୁ ଥିବା ସମସ୍ତ ଆଇସିସି ଇଭେଣ୍ଟରେ ମଧ୍ୟ ଭାଗ ନ ନେବା ଉପରେ ବିଚାର କରିବ। ଏସିସି ବୈଠକରେ ସର୍ବସମ୍ମତିକ୍ରମେ ପାକିସ୍ତାନ ଏସିଆ କପ ଆୟୋଜନ କରିବାକୁ ଅଧିକାର ପାଇଥିଲା।

ଏସିସି ବୋର୍ଡ ସଦସ୍ୟମାନେ ଏଥିରେ ରାଜି ହୋଇଥିଲେ। ଏବେ ଏସିଆ କପକୁ ନିରପେକ୍ଷ ଭେନ୍ୟୁରେ ଆୟୋଜନ କରିବା ପାଇଁ ଶାହ ଦେଇଥିବା ବୟାନ ସଂପୂର୍ଣ୍ଣ ଭାବେ ଏକତରଫା। ୧୯୮୩ ସେପ୍ଟେମ୍ବର ମାସରେ ଯେଉଁ ମୂଲ୍ୟବୋଧ ଓ ଆଦର୍ଶକୁ ନେଇ ଏସିଆନ କ୍ରିକେଟ କାଉନସିଲ ଗଠନ ହୋଇଥିଲା, ଶାହଙ୍କ ବୟାନ ଏହାର ବିରୋଧାଚରଣ କରୁଛି।

ତାଙ୍କ ବୟାନ ଏସିଆନ ଓ ଅନ୍ତର୍ଜାତୀୟ କ୍ରିକେଟ ସମୂହ ମଧ୍ୟରେ ବିଭାଜନ ସୃଷ୍ଟି କରିପାରେ। ଏଥିସହ ୨୦୨୩ ଆଇସିସି ଦିନିକିଆ ବିଶ୍ୱକପ ଉପରେ ମଧ୍ୟ ପ୍ରଭାବ ପଡ଼ିବ। ଏଯାଏ ପାକିସ୍ତାନ ଏସିସି ବୋର୍ଡ ପକ୍ଷରୁ ଏସିସି ସଭାପତିଙ୍କ ବୟାନ ଉପରେ କୌଣସି ବିଧିବଦ୍ଧ ଚିଠି ପାଇନାହିଁ। ସ୍ଥିତିକୁ ଦେଖି ପିସିବି ତୁରନ୍ତ ଜରୁରୀ ବୈଠକ ଡାକିବାକୁ ଏସିସିକୁ କହୁଛି। ଏହି ବୈଠକରେ ଗୁରୁତ୍ୱପୂର୍ଣ୍ଣ ଓ ସମ୍ବେଦନଶୀଳ ପ୍ରସଙ୍ଗରେ ଆଲୋଚନା ହେବା ଦରକାର ବୋଲି ପିସିବି କହିଛି।

Related story