ଭାରତର ଉଦାହରଣ ଦେଇ ପାକିସ୍ତାନ ଫ୍ୟାନ୍ସଙ୍କୁ ସମାଲୋଚନା କଲେ ରମିଜ ରାଜା

ଇସଲାମାବାଦ: ଭାରତର ଉଦାହରଣ ଦେଇ ନିଜ ଦେଶର କ୍ରିକେଟ ଫ୍ୟାନ୍ସଙ୍କୁ ସମାଲୋଚନା କରିଛନ୍ତି ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ମୁଖ୍ୟ ରମିଜ ରାଜା। ଭାରତୀୟ ମିଡିଆ ଓ ଭାରତୀୟ କ୍ରିକେଟ ଫ୍ୟାନମାନେ କେବେ ହେଲେ ପାକିସ୍ତାନ ଫ୍ୟାନ୍ସଙ୍କ ଭଳି ଆଚରଣ କରନ୍ତି ନାହିଁ ବୋଲି ପରୋକ୍ଷରେ ରମିଜ ରାଜା କହିବାକୁ ପଛାଇ ନାହାନ୍ତି। ଭାରତ ଓ ପାକିସ୍ତାନ ନିୟମିତ ମ୍ୟାଚ୍ ଖେଳୁନାହାନ୍ତି। କିନ୍ତୁ ଅନେକ ସମୟରେ ଭାରତ ଓ ପାକିସ୍ତାନ ଖେଳାଳିଙ୍କ ତୁଳନା କରାଯାଏ। ସେହିପରି ଉଭୟ […]

Pakistan

  • Published: Thursday, 06 October 2022
  • , Updated: 06 October 2022, 08:17 PM IST

ଇସଲାମାବାଦ: ଭାରତର ଉଦାହରଣ ଦେଇ ନିଜ ଦେଶର କ୍ରିକେଟ ଫ୍ୟାନ୍ସଙ୍କୁ ସମାଲୋଚନା କରିଛନ୍ତି ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ମୁଖ୍ୟ ରମିଜ ରାଜା। ଭାରତୀୟ ମିଡିଆ ଓ ଭାରତୀୟ କ୍ରିକେଟ ଫ୍ୟାନମାନେ କେବେ ହେଲେ ପାକିସ୍ତାନ ଫ୍ୟାନ୍ସଙ୍କ ଭଳି ଆଚରଣ କରନ୍ତି ନାହିଁ ବୋଲି ପରୋକ୍ଷରେ ରମିଜ ରାଜା କହିବାକୁ ପଛାଇ ନାହାନ୍ତି।

ଭାରତ ଓ ପାକିସ୍ତାନ ନିୟମିତ ମ୍ୟାଚ୍ ଖେଳୁନାହାନ୍ତି। କିନ୍ତୁ ଅନେକ ସମୟରେ ଭାରତ ଓ ପାକିସ୍ତାନ ଖେଳାଳିଙ୍କ ତୁଳନା କରାଯାଏ। ସେହିପରି ଉଭୟ ଦେଶର ମ୍ୟାଚ୍‌ ରେଜଲ୍ଟକୁ ତୁଳନା କରି ଫ୍ୟାନ୍ସ ସୋଶାଲ ମିଡିଆରେ ବିତର୍କ ମଧ୍ୟ କରନ୍ତି। ତେବେ ଏସିଆ କପ ଫାଇନାଲ ଓ ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜରେ ପାକିସ୍ତାନ ଫେଲ ମାରିବାରୁ ଦେଶର ଫ୍ୟାନ୍ସ ରାଗି ଯାଇଛନ୍ତି।

ସେମାନେ ପାକିସ୍ତାନ ଖେଳାଳିଙ୍କ ଉପରକୁ ଅଙ୍ଗୁଳି ଉଠାଇବାରୁ ଏହାର ଜବାବ ରମିଜ ଦେଇଛନ୍ତି। ଏଥିସହ ପାକିସ୍ତାନ ଓ ଏହାର ଚୀର ପ୍ରତିଦ୍ୱନ୍ଦ୍ୱୀ ଭାରତକୁ କେମିତି ଭିନ୍ନ ସ୍କେଲରେ ମପା ଯାଏ, ସେକଥା ମଧ୍ୟ ଉଲ୍ଲେଖ କରିଛନ୍ତି।

ଟି-୨୦ ଫର୍ମାଟରେ ପାକିସ୍ତାନର ଅଧିନାୟକ ବାବର ଆଜମ ଓ ଷ୍ଟାର ବ୍ୟାଟର ମହମ୍ମଦ ରିଜୱାନଙ୍କ ଷ୍ଟ୍ରାଇକ ରେଟ୍‌କୁ ନେଇ ଫ୍ୟାନ୍ସ ପ୍ରଶ୍ନ ଉଠାଇଛନ୍ତି। ଏସିଆ କପରେ ଭାରତ ଫେଲ ମାରିଥିବା ବେଳେ ବିରାଟ କୋହଲି ଆଫଗାନିସ୍ତାନ ବିପକ୍ଷରେ ଶତକ ହାସଲ କରିଥିଲେ। ଏହା ବିରାଟଙ୍କ ୭୧ତମ ଅନ୍ତର୍ଜାତୀୟ ଶତକ ଥିବାରୁ ଭାରତୀୟ କ୍ରିକେଟ ଫ୍ୟାନ୍ସ ବେଶ ଖୁସି ହୋଇଥିଲେ। ତେବେ ବାବର ଇଂଲଣ୍ଡ ବିପକ୍ଷରେ ୧୧୦ ରନର ଇନିଂସ ଖେଳି ମଧ୍ୟ ପାକିସ୍ତାନ ଫ୍ୟାନ୍ସଙ୍କ ଆକ୍ରୋଶର ଶିକାର ହୋଇଛନ୍ତି। ଏହାକୁ ନେଇ ରମିଜ ରାଜା ରାଗି ଯାଇଛନ୍ତି।

ସେ କହିଛନ୍ତି, “ପୂର୍ବରୁ ଆମେ ପ୍ରଥମ ପରୀକ୍ଷାରେ ହିଁ ଫେଲ ମାରୁଥିଲି। ହଁ, ଆମେ ଏଥିର ଫାଇନାଲକୁ ଯାଇଥିଲୁ ଓ ହଁ, ସେଠାରେ ଭଲ ଖେଳି ନଥିଲୁ। ଖରାପ ଦିନ ଥିବାରୁ ଆମେ ହାରିଗଲୁ। କିନ୍ତୁ ଏସିଆ କପରେ ଆହୁରି ଅନେକ ଟିମ ଥିଲେ। ସେମାନେ ଫାଇନାଲକୁ ମଧ୍ୟ ଯାଇ ପାରିନାହାନ୍ତି।

ମୋର କହିବାର ଅର୍ଥ ଭାରତ କଥା ବିଚାରକୁ ନିଆଯାଉ। ଫାଇନାଲରେ ପହଞ୍ଚି ପାରି ନଥିବାରୁ ଭାରତକୁ ତୀବ୍ର ସମାଲୋଚନା ସମ୍ମୁଖୀନ ହେବାକୁ ପଡ଼ିଥାଆନ୍ତା। ହେଲେ ସେମାନଙ୍କ ଫ୍ୟାନ୍ସ ଓ ମିଡିଆ ସେମିତି କିଛି କରିନାହିଁ। ମୁଁ ଆପଣମାନଙ୍କୁ କହି ରଖିବାକୁ ଚାହୁଁଛି ଯେ ବିରାଟ କୋହଲି ଆଫଗାନିସ୍ତାନ ବିପକ୍ଷରେ ଶତକ ହାସଲ କରିଥିଲେ।

ଏହି ଗୋଟିଏ ଶତକ ସେମାନଙ୍କୁ(ଭାରତ) ପୂରା ଏସିଆ କପ ଭୁଲାଇ ଦେଇଥିଲା। ଆମେ କେବେ ହେଲେ ଏମିତି କରିପାରିବା? ଆମେ କେବଳ ଏୟା କହିପାରିବା ଯେ ବାବର ଆଜମ ଶତକ ହାସଲ କଲେ କିନ୍ତୁ ତାଙ୍କ ଷ୍ଟ୍ରାଇକ ରେଟ ୧୩୫ ରହିଥିଲା। ଡାଭିଡ ୱାର୍ଣ୍ଣରଙ୍କ ଷ୍ଟ୍ରାଇକ ରେଟ ୧୪୭.୩ ଥିଲା। ଏହା ଛଡ଼ା ଆମେ କିଛି ବି କରିପାରିବା ନାହିଁ। ତେଣୁ ଏସବୁ କଥା ମୂଲ୍ୟହୀନ।”

୨୦୨୧ ଟି-୨୦ ବିଶ୍ୱକପରେ ପାକିସ୍ତାନ ସେମି ଫାଇନାଲକୁ ଯାଇଥିଲା। ଏପରି କି ଦଳ ଲିଗ୍‌ ପର୍ଯ୍ୟାୟରେ ଭାରତକୁ ମଧ୍ୟ ହରାଇଥିଲା।

Related story