ବିଜୟପୁରା: ମାର୍କେଟରେ ଗଣ୍ଡଗୋଳ କରିଛନ୍ତି ଭାରତୀୟ ମହିଳା ଦଳର ନିୟମିତ ସଦସ୍ୟ ରାଜେଶ୍ୱରୀ ଗାଏକ୍ୱାଡ। କର୍ଣ୍ଣାଟକାର ବିଜୟପୁରାରେ ଗୋଟିଏ ସୁପର ମାର୍କେଟରେ ଗାଏକ୍ୱାଡ ଏପରି ଆଚରଣ ପ୍ରଦର୍ଶନ କରିଛନ୍ତି। ସେ ଏଠାକୁ କିଛି କଷମେଟିକ କିଣିବାକୁ ଯାଇଥିଲେ।
ଏହି ସମୟରେ ଦୋକାନରେ ଥିବା କର୍ମଚାରୀଙ୍କ ସହ ତାଙ୍କର ଯୁକ୍ତିତର୍କ ହୋଇଥିଲା। ଏହି ଯୁକ୍ତତର୍କ ପରେ ଗାଏକ୍ୱାଡ ମାର୍କେଟରୁ ଚାଲି ଯାଇଥିଲେ। କିନ୍ତୁ ଗାଏକ୍ୱାଡଙ୍କ କିଛି ଲୋକ ମାର୍କେଟରେ ପହଞ୍ଚିଥିଲେ। ସେମାନେ ଦୋକାନ ଭିତରେ ପଶି କର୍ମଚାରୀମାନଙ୍କୁ ମାଡ଼ ମାରିଥିଲେ।
ପ୍ରାଥମିକ ଅବସ୍ଥାରେ ସୁପରମାର୍କେଟର କର୍ମଚାରୀ ସିସିଟିଭି ଫୁଟେଜ ଶେୟାର କରିବା ସହ ପୁଲିସ୍ରେ ଅଭିଯୋଗ କରିବାକୁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ପରବର୍ତ୍ତୀ ଅବସ୍ଥାରେ ଉଭୟ ପକ୍ଷ ପରସ୍ପର ସହ ବୁଝାମଣା କରିନେଇଛନ୍ତି। ତେଣୁ ସୁପରମାର୍କେଟ ପକ୍ଷରୁ ଗାଏକ୍ୱାଡ କିମ୍ବା ତାଙ୍କ ଲୋକମାନଙ୍କ ବିରୋଧରେ କୌଣସି ପ୍ରକାରର ଅଭିଯୋଗ କରାଯାଇନାହିଁ। ତେବେ ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ବେଶ ଚର୍ଚ୍ଚା ସୃଷ୍ଟି କରିଛି।