ପାକିସ୍ତାନ ବିଶ୍ୱକପ ଜିତିଲେ ବାବର ହେବେ ପ୍ରଧାନମନ୍ତ୍ରୀ-କାହିଁକି ଏମିତି କହିଲେ ଗାଭାସ୍କର

ମେଲବର୍ଣ୍ଣ: ବାବାର ଆଜମଙ୍କ ନେତୃତ୍ୱାଧୀନ ପାକିସ୍ତାନ ଆସନ୍ତାକାଲି ଟି-୨୦ ବିଶ୍ୱକପ ଫାଇନାଲରେ ଇଂଲଣ୍ଡକୁ ଭେଟିବ। ମେଲବର୍ଣ୍ଣର ଐତିହାସିକ ଗ୍ରାଉଣ୍ଡରେ ଏହି ମ୍ୟାଚ୍‌ ଖେଳାଯିବ। ୧୯୯୨ ମସିହାରେ ଯେଉଁ ସବୁ ସ୍ଥିତି ଦେଇ ପାକିସ୍ତାନ ଦିନିକିଆ ବିଶ୍ୱକପ ଜିତିଥିଲା, ୨୦୨୨ରେ ମଧ୍ୟ ସମାନ ସ୍ଥିତି ଦେଇ ଫାଇନାଲରେ ପ୍ରବେଶ କରିଛି। ୧୯୯୨ ଫାଇନାଲରେ ଇମ୍ରାନ ଖାନଙ୍କ ପାକିସ୍ତାନ ବି ଇଂଲଣ୍ଡକୁ ହରାଇ ପ୍ରଥମଥର ଦିନିକିଆ ବିଶ୍ୱକପ ଜିତିଥିଲା। ଏବେ ବାବର ଆଜମଙ୍କ ସହ ସମାନ ସ୍ଥିତି ଘଟିବ ଓ […]

babar-azam

  • Published: Saturday, 12 November 2022
  • , Updated: 12 November 2022, 02:20 PM IST

ମେଲବର୍ଣ୍ଣ: ବାବାର ଆଜମଙ୍କ ନେତୃତ୍ୱାଧୀନ ପାକିସ୍ତାନ ଆସନ୍ତାକାଲି ଟି-୨୦ ବିଶ୍ୱକପ ଫାଇନାଲରେ ଇଂଲଣ୍ଡକୁ ଭେଟିବ। ମେଲବର୍ଣ୍ଣର ଐତିହାସିକ ଗ୍ରାଉଣ୍ଡରେ ଏହି ମ୍ୟାଚ୍‌ ଖେଳାଯିବ। ୧୯୯୨ ମସିହାରେ ଯେଉଁ ସବୁ ସ୍ଥିତି ଦେଇ ପାକିସ୍ତାନ ଦିନିକିଆ ବିଶ୍ୱକପ ଜିତିଥିଲା, ୨୦୨୨ରେ ମଧ୍ୟ ସମାନ ସ୍ଥିତି ଦେଇ ଫାଇନାଲରେ ପ୍ରବେଶ କରିଛି।

୧୯୯୨ ଫାଇନାଲରେ ଇମ୍ରାନ ଖାନଙ୍କ ପାକିସ୍ତାନ ବି ଇଂଲଣ୍ଡକୁ ହରାଇ ପ୍ରଥମଥର ଦିନିକିଆ ବିଶ୍ୱକପ ଜିତିଥିଲା। ଏବେ ବାବର ଆଜମଙ୍କ ସହ ସମାନ ସ୍ଥିତି ଘଟିବ ଓ ସେ ବିଶ୍ୱକପ ଜିତିବେ ବୋଲି ପାକିସ୍ତାନ କ୍ରିକେଟ ପ୍ରେମୀ ଆଶା କରିଛନ୍ତି। ଏହାକୁ ନେଇ ନାନାପ୍ରକାରର ମେମ୍ସ ଓ ଜୋକ୍ସ ମଧ୍ୟ ସୋଶାଲ ମିଡିଆରେ ଭାଇରାଲ ହେଉଛି।

ଏସବୁ ଭିତରେ କିମ୍ବଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କର ଦେଇଥିବା ଗୋଟିଏ ବୟାନର ଭିଡିଓ ଭାଇରାଲ ହେବାରେ ଲାଗିଛି। ସେ ଦେଇଥିବା ବୟାନ ମଧ୍ୟ ସମସ୍ତଙ୍କୁ ଚକିତ କରିଛି। ଭାରତ-ଇଂଲଣ୍ଡ ସେମି ଫାଇନାଲ ପୂର୍ବରୁ ଆଡିଲେଡ ଓଭାଲରେ ମ୍ୟାଚ୍‌ର ବିଶ୍ଲେଷଣ କରୁଥିବା ଗାଭାସ୍କର କହିଥିଲେ ଯେ ଯଦି ପାକିସ୍ତାନ ଚଳିତ ଟୁର୍ଣ୍ଣାମେଣ୍ଟକୁ ଜିତି ନେଉଛି, ତା’ହେଲେ ବାବାର ଆଜାମ ୨୦୪୮ରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ହେବେ। ତାଙ୍କର ଏହି ବୟାନ ଶୁଣି ସେଠାରେ ଥିବା ମାଇକେଲ ଆଥେରଟନ ଓ ଶେଷ ୱାଟଶନ କିଛି ସମୟ ପାଇଁ ଚକିତ ହୋଇଯାଇଥିଲେ। ଏହାର ଭିଡିଓ ଭାଇରାଲ ହେବାରେ ଲାଗିଛି।

୧୯୯୨ରେ ଇମ୍ରାନ ଖାନ ଦିନିକିଆ ବିଶ୍ୱକପ ଜିତିଥିବା ବେଳେ ପରବର୍ତ୍ତୀ ଅବସ୍ଥାରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ହୋଇଥିଲେ। ଏହାକୁ ଦୃଷ୍ଟିରେ ରଖି ଗାଭାସ୍କର ଏପରି କଥା କହିଥିବା ଅନୁମାନ କରାଯାଉଛି। ତେବେ ନିର୍ଦ୍ଦିଷ୍ଟ ଭାବେ ୨୦୪୮ କଥା କାହିଁକି ସେ କହିଲେ, ସେକଥା ବୁଝାପଡ଼ୁନି।


୧୯୯୨ ଦିନିକିଆ ବିଶ୍ୱକପ ଅଷ୍ଟ୍ରେଲିଆରେ ଆୟୋଜନ ହୋଇଥିଲା। ଇମ୍ରାନ ଖାନଙ୍କ ଦଳ ପ୍ରଥମ ମ୍ୟାଚ୍‌ ମେଲବର୍ଣ୍ଣରେ ହାରିଥିଲା। ଏଥିସହ ଲିଗ ପର୍ଯ୍ୟାୟରେ ଭାରତ ଠାରୁ ପରାସ୍ତ ହୋଇଥିଲା। ଏହାସତ୍ତ୍ୱେ ବର୍ଷାର ଆଶୀର୍ବାଦ ଓ ଶେଷ ୩ ମ୍ୟାଚରେ ଜବରଦସ୍ତ ପ୍ରଦର୍ଶନ କରି ପାକିସ୍ତାନ ସେମିରେ ପହଞ୍ଚିଥିଲା। ସେମିରେ ଦଳ ନ୍ୟୁଜିଲ୍ୟାଣ୍ଡକୁ ହରାଇ ଫାଇନାଲରେ ପ୍ରବେଶ କରିଥିଲା। ଶେଷରେ ଇଂଲଣ୍ଡକୁ ହରାଇ ଟ୍ରଫି ଜିତିଥିଲା।

ଏଥର ମଧ୍ୟ ବାବର ଆଜମ ଟିମ ମେଲବର୍ଣ୍ଣରେ ପ୍ରଥମ ମ୍ୟାଚ୍‌ ଭାରତ ଠାରୁ ହାରିଥିଲା। ଶେଷ ୩ ମ୍ୟାଚ୍‌ରେ ଦଳ ଦକ୍ଷିଣ ଆଫ୍ରିକା, ନେଦରଲ୍ୟାଣ୍ଡ୍ସ ଓ ବାଂଲାଦେଶକୁ ହରାଇ ସେମିକୁ ଯାଇଛି। ସେମିରେ ନ୍ୟୁଜିଲ୍ୟାଣ୍ଡକୁ ହରାଇ ଇଂଲଣ୍ଡ ସହ ଫାଇନାଲ ଟିକେଟ ହାସଲ କରିଛି।

Related story