କୁସ୍ତିକୁ କୋଳାଇ ନେଲା ଉତ୍ତର ପ୍ରଦେଶ

ନୂଆଦିଲ୍ଲୀ: ଓଡ଼ିଶା ରାସ୍ତାରେ ଉତ୍ତର ପ୍ରଦେଶ। ଓଡ଼ିଶା ସରକାର ଉତ୍ତର ପ୍ରଦେଶ ସରକାର ମଧ୍ୟ ଏବେ କ୍ରୀଡ଼ାକୁ ପ୍ରୋତ୍ସାହନ ଯୋଗାଇ ଦେବାକୁ ଆଗେଇ ଆସିଛି। ଉତ୍ତର ପ୍ରଦେଶ ସରକାର ଭାରତୀୟ ରେସଲିଂକୁ ପୋଷ୍ୟ ଭାବେ ଗ୍ରହଣ କରିନେଇଛନ୍ତି। ଏ ନେଇ ଭାରତୀୟ ରେସଲିଂ ମହାସଂଘ (ଡବ୍ଲ୍ୟୁଏଫଆଇ)ର ଅଧ୍ୟକ୍ଷ ବ୍ରଜଭୂଷଣ ଶରଣ ସିଂହ ସୂଚନା ଦେଇଛନ୍ତି। ଉତ୍ତର ପ୍ରଦେଶ ସରକାର ରେସଲରଙ୍କୁ ସମର୍ଥନ ଓ ସେମାନଙ୍କର ଭିତ୍ତିଭୂମିକୁ ମଜଭୁତ୍ କରିବା ଲାଗି ୨୦୩୨ ଅଲିମ୍ପିକ୍ସ ପର୍ଯ୍ୟନ୍ତ ୧୭୦ କୋଟି […]

wresting

Ranjit Kumar Jena
  • Published: Thursday, 26 August 2021
  • , Updated: 26 August 2021, 10:10 PM IST

ନୂଆଦିଲ୍ଲୀ: ଓଡ଼ିଶା ରାସ୍ତାରେ ଉତ୍ତର ପ୍ରଦେଶ। ଓଡ଼ିଶା ସରକାର ଉତ୍ତର ପ୍ରଦେଶ ସରକାର ମଧ୍ୟ ଏବେ କ୍ରୀଡ଼ାକୁ ପ୍ରୋତ୍ସାହନ ଯୋଗାଇ ଦେବାକୁ ଆଗେଇ ଆସିଛି। ଉତ୍ତର ପ୍ରଦେଶ ସରକାର ଭାରତୀୟ ରେସଲିଂକୁ ପୋଷ୍ୟ ଭାବେ ଗ୍ରହଣ କରିନେଇଛନ୍ତି। ଏ ନେଇ ଭାରତୀୟ ରେସଲିଂ ମହାସଂଘ (ଡବ୍ଲ୍ୟୁଏଫଆଇ)ର ଅଧ୍ୟକ୍ଷ ବ୍ରଜଭୂଷଣ ଶରଣ ସିଂହ ସୂଚନା ଦେଇଛନ୍ତି। ଉତ୍ତର ପ୍ରଦେଶ ସରକାର ରେସଲରଙ୍କୁ ସମର୍ଥନ ଓ ସେମାନଙ୍କର ଭିତ୍ତିଭୂମିକୁ ମଜଭୁତ୍ କରିବା ଲାଗି ୨୦୩୨ ଅଲିମ୍ପିକ୍ସ ପର୍ଯ୍ୟନ୍ତ ୧୭୦ କୋଟି ଟଙ୍କା ନିବେଶ କରିବାକୁ ଘୋଷଣା କରିଛନ୍ତି।

ଡବ୍ଲ୍ୟୁଏଫଆଇର ଏହି ଶୀର୍ଷ ଅଧିକାରୀ ଜଣକ କହିଛନ୍ତି, ‘ଓଡ଼ିଶା ସରକାରଙ୍କ ଦ୍ୱାରା ହକି ଖେଳକୁ ସମର୍ଥନ ଦେବା ଭଳି ବଡ଼ ପଦକ୍ଷେପରୁ ପ୍ରେରଣା ନେଇ ଆମେ ଉତ୍ତର ପ୍ରଦେଶ ସରକାର ଠାରୁ ରେସଲିଂରେ ସହାୟତା ପାଇଁ ପ୍ରସ୍ତାବ ଦେଇଥିଲୁ। ଓଡ଼ିଶା ଏକ ଛୋଟିଆ ରାଜ୍ୟ। ତଥାପି ସେମାନେ ଭଲଭାବେ ହକିର ସମର୍ଥନ କରୁଛନ୍ତି। ସେଥିପାଇଁ ଆମେ ଭାବିଲୁ କାହିଁକି ଉତ୍ତର ପ୍ରଦେଶ ରେସଲିଂକୁ ସମର୍ଥନ ନକରିବ। କାରଣ ୟୁପି ଏକ ବଡ଼ ରାଜ୍ୟ। ଆମେ ୟୁପି ସରକାରଙ୍କୁ ଯୋଗାଯୋଗ କରିଥିଲୁ ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହାକୁ ସ୍ୱୀକାର କରିନେଇଛନ୍ତି।’

ବ୍ରଜଭୂଷଣ କହିଛନ୍ତି, ‘ଆମେ ୨୦୨୪ ଅଲିମ୍ପିକ୍ସ ସୁଦ୍ଧା ପ୍ରତି ବର୍ଷ ୧୦ କୋଟି ଟଙ୍କା ଲେଖାଏ ଦାବି କରିଥିଲୁ ଏବଂ ପରେ ୨୦୨୮ ଅଲିମ୍ପିକ୍ସ ପାଇଁ ପ୍ରତି ବର୍ଷ ୧୫ କୋଟି ଟଙ୍କା ଲେଖାଏ ପାଇଁ ସହାୟତା ମାଗିଥିଲୁ। ଶେଷ ପର୍ଯ୍ୟାୟରେ ୨୦୩୨ କ୍ରୀଡ଼ା ପାଇଁ ପ୍ରତି ବର୍ଷ ୨୦ କୋଟି ଟଙ୍କା (୪ ବର୍ଷ ପାଇଁ ୮୦ କୋଟି ଟଙ୍କା)ର ଦାବି କରିଥିଲୁ ବୋଲି ସେ କହିଛନ୍ତି। ବ୍ରଜଭୂଷଣ ଆହୁରି କହିଛନ୍ତି, ଉତ୍ତର ପ୍ରଦେଶର ଏହି ସହାୟତା ଦ୍ୱାରା ଭାରତୀୟ କ୍ୟାଡେଟ୍ ସ୍ତରର ରେସଲରଙ୍କୁ ମଧ୍ୟ ବିଦେଶରେ ଟ୍ରେନିଂ ପାଇଁ ସୁଯୋଗ ମିଳିବ।

ଡବ୍ଲ୍ୟୁଏଫଆଇ ୨୦୧୮ରେ ଟାଟା ମୋଟର୍ସ ସହ ଭାରତୀୟ କୁସ୍ତିର ମୁଖ୍ୟ ପ୍ରାୟୋଜକ ଭାବେ ଚୁକ୍ତି କରିଥିଲା, ଯେଉଁଥିରୁ ସଂଘକୁ ୧୨ କୋଟି ଟଙ୍କାର ଆର୍ଥିକ ସହାୟତା ମିଳୁଥିଲା। ଯାହାକି ଫେଡେରେସନ୍ ରେସଲରଙ୍କୁ ଟୋକିଓ ଅଲିମ୍ପିକ୍ସ ଯାଏ କେନ୍ଦ୍ରୀୟ ଚୁକ୍ତି ଦେଇଥିଲା।

Related story