ବିଶ୍ୱକପ୍‌ ଫାଇନାଲ୍‌: ବର୍ଷା ଯୋଗୁ ଟସ୍‌ ବିଳମ୍ବିତ

ଲର୍ଡସ: ବିଶ୍ୱକପ୍‌ ଫାଇନାଲ୍‌ରେ ବର୍ଷାର ଭୟ ଦେଖାଦେଇଛି। ଗତକାଲି ରାତିତମାମ ବର୍ଷା ହେବାରୁ ଆଜି ଧାର୍ଯ୍ୟ ସମୟରେ ଟସ୍‌ ପଡ଼ିପାରି ନାହିଁ। ସୂଚନା ଅନୁଯାୟୀ, ଏବେ ଲର୍ଡସରେ ବର୍ଷା ହେଉନାହିଁ। କିନ୍ତୁ ଆଉଟ୍‌ ଫିଲ୍ଡ ଓଦା ଥିବାରୁ ଟସ୍‌ ପଡ଼ିବାରେ ବିଳମ୍ବ ହୋଇଛି। ସ୍ଥାନୀୟ ସମୟ ୧୦.୧୫ ଅର୍ଥାତ ଭାରତୀୟ ସମୟ ୨.୪୫ରେ ଟସ୍‌ ପଡ଼ିବ ବୋଲି କୁହାଯାଉଛି। ସେହିପରି ମ୍ୟାଚ୍‌ ୧୦.୪୫ ଅର୍ଥାତ ଭାରତୀୟ ସମୟ ୩.୧୫ରେ ଆରମ୍ଭ ହେବ। ନ୍ୟୁଜିଲ୍ୟାଣ୍ଡ ଓ ଇଂଲଣ୍ଡ ୨୦୧୯ […]

sas

Hemant Lenka
  • Published: Sunday, 14 July 2019
  • , Updated: 14 July 2019, 02:57 PM IST

ଲର୍ଡସ: ବିଶ୍ୱକପ୍‌ ଫାଇନାଲ୍‌ରେ ବର୍ଷାର ଭୟ ଦେଖାଦେଇଛି। ଗତକାଲି ରାତିତମାମ ବର୍ଷା ହେବାରୁ ଆଜି ଧାର୍ଯ୍ୟ ସମୟରେ ଟସ୍‌ ପଡ଼ିପାରି ନାହିଁ। ସୂଚନା ଅନୁଯାୟୀ, ଏବେ ଲର୍ଡସରେ ବର୍ଷା ହେଉନାହିଁ। କିନ୍ତୁ ଆଉଟ୍‌ ଫିଲ୍ଡ ଓଦା ଥିବାରୁ ଟସ୍‌ ପଡ଼ିବାରେ ବିଳମ୍ବ ହୋଇଛି।

ସ୍ଥାନୀୟ ସମୟ ୧୦.୧୫ ଅର୍ଥାତ ଭାରତୀୟ ସମୟ ୨.୪୫ରେ ଟସ୍‌ ପଡ଼ିବ ବୋଲି କୁହାଯାଉଛି। ସେହିପରି ମ୍ୟାଚ୍‌ ୧୦.୪୫ ଅର୍ଥାତ ଭାରତୀୟ ସମୟ ୩.୧୫ରେ ଆରମ୍ଭ ହେବ।

ନ୍ୟୁଜିଲ୍ୟାଣ୍ଡ ଓ ଇଂଲଣ୍ଡ ୨୦୧୯ ବିଶ୍ୱକପ ଫାଇନାଲ୍‌ରେ ଲଢ଼େଇ କରିବେ। ପ୍ରଥମଥର ଟ୍ରଫି ଜିତିବାକୁ ଦୁଇ ଦଳ ଲକ୍ଷ୍ୟ ରଖିଛନ୍ତି।

Related story