ଇଂଲଣ୍ଡ ବିପକ୍ଷରେ ପାକିସ୍ତାନର ରେକର୍ଡ

ନଟ୍ଟିଂହାମ୍: ଚଳିତ ବିଶ୍ୱକପର ଷଷ୍ଠ ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି ପାକିସ୍ତାନ ଓ ଇଂଲଣ୍ଡ। ଏହି ମ୍ୟାଚରେ ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ୩୪୮ ରନର ବିଶାଳ ସ୍କୋର ଛିଡ଼ା କରିଛି। ଏହି ସ୍କୋର ସହ ପାକିସ୍ତାନ ଏକ ନୂଆ ରେକର୍ଡର ଅଧିକାରୀ ହୋଇଛି। ବିଶ୍ୱକପ୍ ଇତିହାସରେ ପ୍ରଥମଥର ପାଇଁ କୌଣସି ଖେଳାଳିଙ୍କ ଶତକ ବିନା ଏକ ଟିମ୍ ବଡ଼ ସ୍କୋର କରିଛି। ଏହି ମ୍ୟାଚରେ ପାକିସ୍ତାନର କୌଣସି ବ୍ୟାଟ୍ସମ୍ୟାନ୍ ଶତକ ମାରିପାରି ନାହାନ୍ତି। ଏହା ପୂର୍ବରୁ ଏହି […]

pak team

Hemant Lenka
  • Published: Monday, 03 June 2019
  • , Updated: 03 June 2019, 09:28 PM IST

ନଟ୍ଟିଂହାମ୍: ଚଳିତ ବିଶ୍ୱକପର ଷଷ୍ଠ ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି ପାକିସ୍ତାନ ଓ ଇଂଲଣ୍ଡ। ଏହି ମ୍ୟାଚରେ ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ୩୪୮ ରନର ବିଶାଳ ସ୍କୋର ଛିଡ଼ା କରିଛି। ଏହି ସ୍କୋର ସହ ପାକିସ୍ତାନ ଏକ ନୂଆ ରେକର୍ଡର ଅଧିକାରୀ ହୋଇଛି। ବିଶ୍ୱକପ୍ ଇତିହାସରେ ପ୍ରଥମଥର ପାଇଁ କୌଣସି ଖେଳାଳିଙ୍କ ଶତକ ବିନା ଏକ ଟିମ୍ ବଡ଼ ସ୍କୋର କରିଛି।

ଏହି ମ୍ୟାଚରେ ପାକିସ୍ତାନର କୌଣସି ବ୍ୟାଟ୍ସମ୍ୟାନ୍ ଶତକ ମାରିପାରି ନାହାନ୍ତି। ଏହା ପୂର୍ବରୁ ଏହି ରେକର୍ଡ ଦକ୍ଷିଣ ଆଫ୍ରିକା ନାମରେ ଥିଲା। ୨୦୧୫ ବିଶ୍ୱକପରେ ଦକ୍ଷିଣ ଆଫ୍ରିକା ୟୁଏଇ ବିପକ୍ଷରେ ୬ ୱିକେଟ୍ ହରାଇ ୩୪୧ ରନ୍ କରିଥିଲା। ଏହି ବିଶ୍ୱକପରେ ମଧ୍ୟ ପାକିସ୍ତାନ ୟୁଏଇ ବିପକ୍ଷରେ ୬ ୱିକେଟ୍ ହରାଇ ୩୩୯ ରନ କରିଥିଲା। ୧୯୮୩ ବିଶ୍ୱକପରେ ଶ୍ରୀଲଙ୍କା ବିପକ୍ଷରେ ପାକିସ୍ତାନ ୫ ୱିକେଟ୍ରେ ୩୩୮ ରନ୍ କରିଥିଲା।

ଆଜି ମ୍ୟାଚରେ ପାକିସ୍ତାନ ଆଉ କିଛି ରେକର୍ଡର ମଧ୍ୟ ଅଧିକାରୀ ହୋଇଛି। ବିଶ୍ୱକପ୍ ଇତିହାସର ଜନ୍ମଦାତା ଇଂଲଣ୍ଡ ବିପକ୍ଷରେ କୌଣସି ଟିମ୍ ବଡ଼ ସ୍କୋର କରିବାକୁ ସକ୍ଷମ ହୋଇଛି। ଏହା ପୂର୍ବରୁ ୨୦୧୫ ବିଶ୍ୱକପରେ ଇଂଲଣ୍ଡ ବିପକ୍ଷରେ ଅଷ୍ଟ୍ରେଲିଆ ୯ ୱିକେଟରେ ୩୪୨ ରନ୍ କରିଥିଲା। ଏହି ମ୍ୟାଚରେ ଇଂଲଣ୍ଡ ୪୧.୫ ଓଭରରେ ୨୩୧ ରନ୍ କରି ଅଲଆଉଟ୍ ହୋଇଥିଲା।

Related story