ଭାରତ ସପକ୍ଷରେ ବାହାରିଲେ ପାକ୍ ଅଧିନାୟକ, କହିଲେ- ବିରାଟ ବାହିନୀ ସେମିତି କରିପାରିବନି

ନୂଆଦିଲ୍ଲୀ: ଚଳିତ କ୍ରିକେଟ୍ ବିଶ୍ୱକପ୍‌ରୁ ପାକିସ୍ତାନ ବାହାରି ସାରିଛି। ଭାରତ, ଅଷ୍ଟ୍ରେଲିଆ, ଇଂଲଣ୍ଡ ଓ ନ୍ୟୁଜିଲ୍ୟାଣ୍ଡ ସେମି ଫାଇନାଲ୍‌କୁ ଯାଇଥିବା ବେଳେ ପାକିସ୍ତାନ ଏହି ରାଉଣ୍ଡକୁ ଯିବାରେ ବିଫଳ ହୋଇଛି। ତେବେ ୟା ଭିତରେ ପାକିସ୍ତାନର ଅଧିନାୟକ ସରଫରାଜ୍ ଅହମଦ ଟିମ୍ ଇଣ୍ଡିଆ ସପକ୍ଷରେ ଏକ ବଡ଼ ମନ୍ତବ୍ୟ ଦେଇଛି। ଟିମ୍ ଇଣ୍ଡିଆର ସମର୍ଥକମାନେ ତାଙ୍କର ଏହି ମନ୍ତବ୍ୟକୁ ନିଶ୍ଚିତ ସ୍ୱାଗତ କରିବା ସହିତ ତାଙ୍କୁ ପ୍ରଶଂସା ବି କରିବେ। ଲିଗ୍ ପର୍ଯ୍ୟାୟରେ ଭାରତ ଆୟୋଜକ ଇଂଲଣ୍ଡଠାରୁ […]

sarfaraz

Jitendra Garnayak
  • Published: Monday, 08 July 2019
  • , Updated: 08 July 2019, 11:35 AM IST

ନୂଆଦିଲ୍ଲୀ: ଚଳିତ କ୍ରିକେଟ୍ ବିଶ୍ୱକପ୍‌ରୁ ପାକିସ୍ତାନ ବାହାରି ସାରିଛି। ଭାରତ, ଅଷ୍ଟ୍ରେଲିଆ, ଇଂଲଣ୍ଡ ଓ ନ୍ୟୁଜିଲ୍ୟାଣ୍ଡ ସେମି ଫାଇନାଲ୍‌କୁ ଯାଇଥିବା ବେଳେ ପାକିସ୍ତାନ ଏହି ରାଉଣ୍ଡକୁ ଯିବାରେ ବିଫଳ ହୋଇଛି। ତେବେ ୟା ଭିତରେ ପାକିସ୍ତାନର ଅଧିନାୟକ ସରଫରାଜ୍ ଅହମଦ ଟିମ୍ ଇଣ୍ଡିଆ ସପକ୍ଷରେ ଏକ ବଡ଼ ମନ୍ତବ୍ୟ ଦେଇଛି। ଟିମ୍ ଇଣ୍ଡିଆର ସମର୍ଥକମାନେ ତାଙ୍କର ଏହି ମନ୍ତବ୍ୟକୁ ନିଶ୍ଚିତ ସ୍ୱାଗତ କରିବା ସହିତ ତାଙ୍କୁ ପ୍ରଶଂସା ବି କରିବେ।

ଲିଗ୍ ପର୍ଯ୍ୟାୟରେ ଭାରତ ଆୟୋଜକ ଇଂଲଣ୍ଡଠାରୁ ପରାସ୍ତ ହୋଇଥିଲା। ଭାରତ ପାଇଁ ଏହି ମ୍ୟାଚ୍ ଯେତିକି ଗୁରୁତ୍ୱପୂର୍ଣ୍ଣ ଥିଲା ତା’ଠାରୁ ଅଧିକ ପାକିସ୍ତାନ ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ ଥିଲା। କାରଣ ଭାରତ ଏହି ମ୍ୟାଚ୍ ଜିତିଥିଲେ ଓ ଇଂଲଣ୍ଡ ହାରିଥିଲେ, ପାକିସ୍ତାନର ସେମି ଫାଇନାଲ୍‌କୁ ଯିବା ପଥ ଟିକେ ସୁଗମ ହୋଇଥା’ନ୍ତା ବୋଲି କୁହାଯାଉଥିଲା। ତେଣୁ ଉକ୍ତ ମ୍ୟାଚ୍ ଦିନ କୁଆଡ଼େ ପାକିସ୍ତାନୀ ଫ୍ୟାନ୍‌ ଟିମ୍ ଇଣ୍ଡିଆର ବିଜୟ ପାଇଁ ପ୍ରାର୍ଥନା କରିଥିଲେ। ତେବେ ଭାରତ ଏହି ମ୍ୟାଚ୍ ହାରିଥିଲା।

ଟିମ୍ ଇଣ୍ଡିଆ ଇଂଲଣ୍ଡଠାରୁ ହାରିବା ପରେ ସମାଲୋଚନାର ଶିକାର ହୋଇଥିଲା। ଏଥିପାଇଁ କିଛି ଖେଳାଳିଙ୍କୁ ତୀବ୍ର ନିନ୍ଦା ମଧ୍ୟ କରାଯାଇଥିଲା। ତେବେ ଏହି ପରାଜୟ ପାଇଁ ଟିମ୍ ଇଣ୍ଡିଆକୁ ସବୁଠୁ ଅଧିକ ନିନ୍ଦା କରିଥିଲେ ପାକିସ୍ତାନୀ ଫ୍ୟାନ୍‌। ସେମାନେ କହିଥିଲେ ଯେ, ଭାରତ ଜାଣିଶୁଣି ଏହି ମ୍ୟାଚ୍ ହାରିଲା। ଖାସ୍ ପାକିସ୍ତାନକୁ ସେମି ଫାଇନାଲ୍‌ରେ ପ୍ରବେଶ କରିବାକୁ ନ ଦେବାକୁ ଦଳ ଏମିତି କଲା ବୋଲି ସେମାନେ କହିଥିଲେ। ଏପରିକି ପାକିସ୍ତାନର କିଛି ପୂର୍ବତନ କ୍ରିକେଟର ମଧ୍ୟ ଏହି ମ୍ୟାଚ୍‌ରେ ଭାରତ ତା’ର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରି ନଥିଲା ବୋଲି କହିଥିଲେ।

ତେବେ ଟିମ୍ ଇଣ୍ଡିଆ ବିରୋଧରେ ଆସିଥିବା ଏହି ଅଭିଯୋଗକୁ ପାକିସ୍ତାନ ଅଧିନାୟକ ସରଫରାଜ ଅହମଦ ଗ୍ରହଣ କରି ନାହାନ୍ତି। ସେ କହିଛନ୍ତି, ବିରାଟଙ୍କ ଟିମ୍ କେବେ ହେଲେ ଏଭଳି କରିପାରିବ ନାହିଁ। ତାଙ୍କ ଟିମ୍ ବିରୋଧରେ ଏଭଳି ଅଭିଯୋଗ ଅଣାଯାଇ ପାରିବ ନାହିଁ। ପାକିସ୍ତାନକୁ ବାଧା ଦେବାକୁ ଭାରତ ସେଦିନ ଭଲ ଖେଳିଳାନି ବୋଲି ଆଦୌ କୁହାଯାଇପାରିବ ନାହିଁ। ସେଦିନ ଇଂଲଣ୍ଡ ବହୁତ ଭଲ ଖେଳିଥିଲା।

Related story