ପାକିସ୍ତାନର ଐତିହାସିକ ଟେଷ୍ଟ ବିଜୟ

କରାଚୀ: ଏଠାରେ ଚାଲିଥିବା ଦ୍ୱିତୀୟ ଟେଷ୍ଟରେ ପାକିସ୍ତାନ ୨୬୩ ରନରେ ଶ୍ରୀଲଙ୍କାକୁ ହରାଇ ଦୁଇମ୍ୟାଚ୍ ବିଶିଷ୍ଟ ସିରିଜକୁ ୧-୦ରେ ଜିତି ନେଇଛି। ଏଥିସହ ୧୦ ବର୍ଷ ପରେ ପାକିସ୍ତାନ ଘରୋଇ ମାଟିରେ ତା’ର ପ୍ରତ୍ୟାବର୍ତ୍ତନ ଟେଷ୍ଟ ସିରିଜ୍ ଜିତି ଇତିହାସ ରଚିଛି। ପାକିସ୍ତାନ ଦ୍ୱାରା ଧାର୍ଯ୍ୟ ୪୭୬ ରନର ବିଜୟଲକ୍ଷ୍ୟର ପିଛା କରୁଥିବା ଶ୍ରୀଲଙ୍କା ଦ୍ୱିତୀୟ ଇନିଂସରେ ୨୧୨ ରନ୍ କରି ଅଲଆଉଟ୍ ହୋଇଛି। ଅନ୍ତିମ ଦିବସରେ ପାକିସ୍ତାନ ମାତ୍ର ୧୪ ମିନିଟରେ ୧୬ ବଲ୍ ଭିତରେ […]

pak

pak

Ranjit Kumar Jena
  • Published: Monday, 23 December 2019
  • Updated: 23 December 2019, 10:21 PM IST

Sports

Latest News

କରାଚୀ: ଏଠାରେ ଚାଲିଥିବା ଦ୍ୱିତୀୟ ଟେଷ୍ଟରେ ପାକିସ୍ତାନ ୨୬୩ ରନରେ ଶ୍ରୀଲଙ୍କାକୁ ହରାଇ ଦୁଇମ୍ୟାଚ୍ ବିଶିଷ୍ଟ ସିରିଜକୁ ୧-୦ରେ ଜିତି ନେଇଛି। ଏଥିସହ ୧୦ ବର୍ଷ ପରେ ପାକିସ୍ତାନ ଘରୋଇ ମାଟିରେ ତା'ର ପ୍ରତ୍ୟାବର୍ତ୍ତନ ଟେଷ୍ଟ ସିରିଜ୍ ଜିତି ଇତିହାସ ରଚିଛି। ପାକିସ୍ତାନ ଦ୍ୱାରା ଧାର୍ଯ୍ୟ ୪୭୬ ରନର ବିଜୟଲକ୍ଷ୍ୟର ପିଛା କରୁଥିବା ଶ୍ରୀଲଙ୍କା ଦ୍ୱିତୀୟ ଇନିଂସରେ ୨୧୨ ରନ୍ କରି ଅଲଆଉଟ୍ ହୋଇଛି।

ଅନ୍ତିମ ଦିବସରେ ପାକିସ୍ତାନ ମାତ୍ର ୧୪ ମିନିଟରେ ୧୬ ବଲ୍ ଭିତରେ ଶ୍ରୀଲଙ୍କାର ଶେଷ ତିନୋଟି ୱିକେଟ୍ ନେଇ ବିଜୟୀ ହୋଇଛି। ସୋମବାର ସକାଳେ ଶ୍ରୀଲଙ୍କା ୭ ୱିକେଟରେ ୨୧୨ ରନରୁ ଖେଳ ଆରମ୍ଭ କରିଥିଲା। ପାକିସ୍ତାନର ନସୀମ ଶାହ ୫ଟି ୱିକେଟ୍ ନେଇ ନୂଆ କୀର୍ତ୍ତିମାନ କରିଛନ୍ତି। ସେ ମାତ୍ର ୧୬ ବର୍ଷ ୩୦୭ ଦିନ ବୟସରେ ଏହି କାରନାମା କରିବାରେ ଦ୍ୱିତୀୟ ବୋଲର ହୋଇଛନ୍ତି।

ପାକିସ୍ତାନର ପୂର୍ବତନ ଲେଗ୍ ସ୍ପିନର ନସୀମ ଉଲ୍ ଗନି ଟେଷ୍ଟ କ୍ରିକେଟରେ ୫ ୱିକେଟ୍ ନେବାରେ ସବୁଠାରୁ କନିଷ୍ଠ ବୋଲର ହୋଇଥିଲେ। ସେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଜର୍ଜଟାଉନରେ ୧୬ ବର୍ଷ ୩୦୩ ଦିନରେ ଏହି କାରନାମା କରିଥିଲେ। ଏହି ବିଜୟ ସହ ପାକିସ୍ତାନକୁ ୬୦ ପଏଣ୍ଟ ଏବଂ ଡ୍ର' ମ୍ୟାଚରୁ ୨୦ ପଏଣ୍ଟ ମିଳିଛି।

ଉକ୍ତ ଟେଷ୍ଟରେ ପାକିସ୍ତାନ ପ୍ରଥମ ଇନିଂସରେ ୧୯୧ ରନ୍ କରିଥିବା ବେଳେ ଶ୍ରୀଲଙ୍କା ୨୭୧ ରନ୍ କରି ଅଲଆଉଟ୍ ହୋଇଥିଲା। ପାକିସ୍ତାନ ଦ୍ୱିତୀୟ ଇନିଂସରେ ୩ ୱିକେଟ୍ ହରାଇ ୫୫୫ ରନରେ ପାଳି ଘୋଷଣା କରିଥିଲା। ୧୭୪ ରନର ଇନିଂସ୍ ଖେଳିବା ଓପ୍ନର ଆବିଦ୍ ଅଲୀ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos