ଟିମ୍ ଇଣ୍ଡିଆ ଆର୍ମି କ୍ୟାପ୍ ପିନ୍ଧିବା ନେଇ କ’ଣ କହିଲେ ଆଫ୍ରିଦି

ନୂଆଦିଲ୍ଲୀ: ପାକିସ୍ତାନ କ୍ରିକେଟ୍ ଟିମ୍‌ର ପୂର୍ବତନ ଅଲ୍‌ରାଉଣ୍ଡର ଶାହିଦ ଆଫ୍ରିଦି ଭାରତ ଓ ପାକିସ୍ତାନ ସମ୍ପର୍କକୁ ନେଇ ଅନେକ ମନ୍ତବ୍ୟ ଦେଇଆସିଛନ୍ତି ଏବଂ ଏଥର ମଧ୍ୟ ତାଙ୍କୁ ଏଭଳି କିଛି ପ୍ରଶ୍ନ ପଚରାଯାଇଛି । ୟୁଏଇରେ ଚାଲିଥିବା ପାକିସ୍ତାନ ସୁପର୍ ଲିଗ୍ (ପିଏସ୍ଏଲ୍‌)ର ଏକ ପ୍ରେସ୍ କନ୍‌ଫରନ୍ସେରେ ଜଣେ ସାମ୍ବାଦିକ ଆଫ୍ରିଦିଙ୍କୁ ପଚାରିଥିଲେ ଯେ, ଅଷ୍ଟ୍ରେଲିଆ ବିପକ୍ଷ ଖେଳାଯାଇଥିବା ତୃତୀୟ ଦିନିକିଆରେ ଭାରତୀୟ କ୍ରିକେଟ୍ ଟିମ୍ ଆର୍ମି କ୍ୟାପ୍ ପିନ୍ଧିଥିଲେ, ଏହା ଉପରେ ଆପଣଙ୍କ ମତ କ’ଣ […]

afridi

Subrat Kumar Nayak
  • Published: Tuesday, 12 March 2019
  • , Updated: 12 March 2019, 05:31 PM IST

ନୂଆଦିଲ୍ଲୀ: ପାକିସ୍ତାନ କ୍ରିକେଟ୍ ଟିମ୍‌ର ପୂର୍ବତନ ଅଲ୍‌ରାଉଣ୍ଡର ଶାହିଦ ଆଫ୍ରିଦି ଭାରତ ଓ ପାକିସ୍ତାନ ସମ୍ପର୍କକୁ ନେଇ ଅନେକ ମନ୍ତବ୍ୟ ଦେଇଆସିଛନ୍ତି ଏବଂ ଏଥର ମଧ୍ୟ ତାଙ୍କୁ ଏଭଳି କିଛି ପ୍ରଶ୍ନ ପଚରାଯାଇଛି । ୟୁଏଇରେ ଚାଲିଥିବା ପାକିସ୍ତାନ ସୁପର୍ ଲିଗ୍ (ପିଏସ୍ଏଲ୍‌)ର ଏକ ପ୍ରେସ୍ କନ୍‌ଫରନ୍ସେରେ ଜଣେ ସାମ୍ବାଦିକ ଆଫ୍ରିଦିଙ୍କୁ ପଚାରିଥିଲେ ଯେ, ଅଷ୍ଟ୍ରେଲିଆ ବିପକ୍ଷ ଖେଳାଯାଇଥିବା ତୃତୀୟ ଦିନିକିଆରେ ଭାରତୀୟ କ୍ରିକେଟ୍ ଟିମ୍ ଆର୍ମି କ୍ୟାପ୍ ପିନ୍ଧିଥିଲେ, ଏହା ଉପରେ ଆପଣଙ୍କ ମତ କ’ଣ ।

ଏହା ମଧ୍ୟରେ ଆଫ୍ରିଦିଙ୍କ ସହ ବସିଥିବା ମ୍ୟାନେଜର କହିଥିଲେ, ଦୟା କରି ଟୁର୍ଣ୍ଣାମେଣ୍ଟ ସମ୍ବନ୍ଧୀୟ ପ୍ରଶ୍ନ ପଚାରନ୍ତୁ । ଏହା ଉପରେ ସାମ୍ବାଦିକ ଜଣକ କହିଥିଲେ, ଆଫ୍ରିଦି ଜଣେ ପାକିସ୍ତାନୀ, ଏଥିପାଇଁ ତାଙ୍କୁ ଏହି ପ୍ରଶ୍ନ କରାଯାଉଛି । ଏହି ସମୟରେ ଅନାଚକ ଆଫ୍ରିଦି ଜବାବ ଦେଇ କହିଥିଲେ, ସେମାନେ (ଭାରତୀୟ କ୍ରିକେଟ୍ ଟିମ୍) କ୍ୟାପ୍ ପିନ୍ଧିଲେ ଏବଂ କାଢ଼ି ଦେଲେ ।

ଆଫ୍ରିଦିଙ୍କ ଏହି ଜବାବ ପରେ ତାଙ୍କୁ ଆଉ ଭାରତୀୟ ଟିମ୍ ସମ୍ବନ୍ଧରେ ଆଉ କୌଣସି ପ୍ରଶ୍ନ ପଚରା ଯାଇନଥିଲା ।

ଦେଖନ୍ତୁ କ’ଣ କହିଲେ ଆଫ୍ରିଦି

https://twitter.com/Saj_PakPassion/status/1105093696595337216

ସୂଚନାଯୋଗ୍ୟ, ପୁଲୱାମା ଆତଙ୍କୀ ଆକ୍ରମଣରେ ସହିଦ ଯବାନଙ୍କୁ ସମ୍ମାନ ଜଣାଇ ଭାରତୀୟ କ୍ରିକେଟ୍ ଟିମ୍ ସ୍ୱତନ୍ତ୍ର ଡିଜାଇନର ଆର୍ମି କ୍ୟାପ୍ ପିନ୍ଧିଥିଲା । ଏହାକୁ ନେଇ ପାକିସ୍ତାନ ଆପତ୍ତି କରିଥିଲେ ହେଁ, ଆଇସିସି ଏହାର ଦୃଢ ଜବାବ ଦେଇଥିଲା ।

Related story