ଏସିଆ କପ୍‌ ଓ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ପାଇଁ ପାକ୍ ଟିମ୍‌ରୁ ଶେହଜାଦ୍ ଓ ଗୁଲ୍ ବାଦ

ଇସଲାମବାଦ୍: ଆସନ୍ତା ଏସିଆ କପ୍ ଓ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ପାଇଁ ବୁଧବାର ପାକିସ୍ତାନ ଦଳ ଘୋଷିତ ହୋଇଛି। ଫର୍ମରେ ନ ଥିବାରୁ ଘୋଷିତ ହୋଇଥିବା ଦଳରୁ ବାଦ ପଡିଛନ୍ତି ବ୍ୟାଟ୍ସମ୍ୟାନ ଅହମ୍ମଦ ଶେହଜାଦ୍ ଓ ପେସ୍‌‍ ବୋଲର ଉମର ଗୁଲ। ବ୍ୟାଟ୍ସମ୍ୟାନ୍ ସୋହେବ୍ ମକ୍‌ସୁଦ୍ ଓ ଏମ୍.ରିଜୱାନଙ୍କୁ ମଧ୍ୟ ୧୫ ଜଣିଆ ଦଳରୁ ବାଦ ଦେଇଛି ପିସିବି। ଅନ୍ୟପକ୍ଷରେ ବାମହାତୀ ବୋଲର ରୁମନ୍ ରାଇଜ୍ ଓ ଅଲରାଉଣ୍ଡର ଏମ. ନୱାଜ୍ ଟିମ୍‌ରେ ସାମିଲ୍ ହୋଇଛି। ଏହାସହ କେବେବି […]

ahmed-shehzad

Rakesh Mallick
  • Published: Wednesday, 10 February 2016
  • , Updated: 10 February 2016, 12:46 PM IST

ଇସଲାମବାଦ୍: ଆସନ୍ତା ଏସିଆ କପ୍ ଓ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ପାଇଁ ବୁଧବାର ପାକିସ୍ତାନ ଦଳ ଘୋଷିତ ହୋଇଛି। ଫର୍ମରେ ନ ଥିବାରୁ ଘୋଷିତ ହୋଇଥିବା ଦଳରୁ ବାଦ ପଡିଛନ୍ତି ବ୍ୟାଟ୍ସମ୍ୟାନ ଅହମ୍ମଦ ଶେହଜାଦ୍ ଓ ପେସ୍‌‍ ବୋଲର ଉମର ଗୁଲ। ବ୍ୟାଟ୍ସମ୍ୟାନ୍ ସୋହେବ୍ ମକ୍‌ସୁଦ୍ ଓ ଏମ୍.ରିଜୱାନଙ୍କୁ ମଧ୍ୟ ୧୫ ଜଣିଆ ଦଳରୁ ବାଦ ଦେଇଛି ପିସିବି।

ଅନ୍ୟପକ୍ଷରେ ବାମହାତୀ ବୋଲର ରୁମନ୍ ରାଇଜ୍ ଓ ଅଲରାଉଣ୍ଡର ଏମ. ନୱାଜ୍ ଟିମ୍‌ରେ ସାମିଲ୍ ହୋଇଛି। ଏହାସହ କେବେବି ଟି-ଟ୍ୱେଣ୍ଟି ଖେଳି ନ ଥିବା ଟେଷ୍ଟ ଓପନର କେ. ମନଜୁରଙ୍କୁ ଦଳରେ ସାମିଲ କରିଛି ପିସିବି।

Related story