ଭାରତକୁ ସମର୍ଥନ କରି ଫସିଲେ ହାସନ୍ ଅଲୀ

ନୂଆଦିଲ୍ଲୀ: ପାକିସ୍ତାନ ପେସ୍ ବୋଲର ସୋଶାଲ ମିଡିଆରେ ଭାରତକୁ ସମର୍ଥନ କରିବା ନେଇ ଫସି ଯାଇଛନ୍ତି। ତେବେ ପରେ ଭୁଲ ଜାଣିପାରି ନିଜର କଥାକୁ ଫେରାଇ ନେଇଥିଲେ। ଭାରତ ରବିବାର ମ୍ୟାଞ୍ଚେଷ୍ଟରରେ ଖେଳାଯାଇଥିବା ବିଶ୍ୱକପ ମୁକାବିଲାରେ ପାକିସ୍ତାନକୁ ୮୯ ରନରେ ପରାସ୍ତ କରିଥିଲା, ଯାହା ପରେ ‘ଆଜତକ୍’ ଜର୍ଣ୍ଣାଲିଷ୍ଟ ବିରାଟ କୋହଲିଙ୍କ ଟିମକୁ ଟ୍ୱିଟ୍ କରି ଅଭିନନ୍ଦନ ଜଣାଇଥିଲେ ଏବଂ ଲେଖିଥିଲେ ଯେ ଏବେ ବିଶ୍ୱକପ୍ ଜିତ। ଏହି ଟ୍ୱିଟର ଜବାବରେ ପାକିସ୍ତାନ ପେସର ହାସନ୍ ଅଲୀ […]

hasan

Hemant Lenka
  • Published: Friday, 21 June 2019
  • , Updated: 21 June 2019, 06:04 PM IST

ନୂଆଦିଲ୍ଲୀ: ପାକିସ୍ତାନ ପେସ୍ ବୋଲର ସୋଶାଲ ମିଡିଆରେ ଭାରତକୁ ସମର୍ଥନ କରିବା ନେଇ ଫସି ଯାଇଛନ୍ତି। ତେବେ ପରେ ଭୁଲ ଜାଣିପାରି ନିଜର କଥାକୁ ଫେରାଇ ନେଇଥିଲେ।

ଭାରତ ରବିବାର ମ୍ୟାଞ୍ଚେଷ୍ଟରରେ ଖେଳାଯାଇଥିବା ବିଶ୍ୱକପ ମୁକାବିଲାରେ ପାକିସ୍ତାନକୁ ୮୯ ରନରେ ପରାସ୍ତ କରିଥିଲା, ଯାହା ପରେ 'ଆଜତକ୍' ଜର୍ଣ୍ଣାଲିଷ୍ଟ ବିରାଟ କୋହଲିଙ୍କ ଟିମକୁ ଟ୍ୱିଟ୍ କରି ଅଭିନନ୍ଦନ ଜଣାଇଥିଲେ ଏବଂ ଲେଖିଥିଲେ ଯେ ଏବେ ବିଶ୍ୱକପ୍ ଜିତ।

ଏହି ଟ୍ୱିଟର ଜବାବରେ ପାକିସ୍ତାନ ପେସର ହାସନ୍ ଅଲୀ ଲେଖିଥିଲେ, ଆପଣଙ୍କ ପ୍ରାର୍ଥନା ନିଶ୍ଚିତ ପୂରଣ ହେବ, ଅଭିନନ୍ଦନ। ପରେ ହାସନ୍ ନିଜର ଏହି ଟ୍ୱିଟକୁ ଡିଲିଟ୍ କରିଦେଇଥିଲେ।

ସୂଚନାଯୋଗ୍ୟ, ଚଳିତ ବିଶ୍ୱକପରେ ଖରାପ ପ୍ରଦର୍ଶନ ପାଇଁ ହାସନଙ୍କୁ କଡ଼ା ସମାଲୋଚନାର ଶିକାର ହେବାକୁ ପଡ଼ିଛି। ଭାରତ ବିପକ୍ଷ ମ୍ୟାଚରେ ସେ ବହୁତ ମହଙ୍ଗା ସାବ୍ୟସ୍ତ ହୋଇଥିଲେ। ଭାରତୀୟ ବ୍ୟାଟ୍ସମ୍ୟାନ୍ ତାଙ୍କୁ ୯ ଓଭରରେ ୮୪ ରନ୍ ବ୍ୟୟ କରିଥିଲେ, ଯାହା ବିଶ୍ୱକପ୍ ଇତିହାସରେ ପାକିସ୍ତାନୀ ବୋଲରଙ୍କ ଦ୍ୱାରା ସବୁଠାରୁ ମହଙ୍ଗା।

ପାକିସ୍ତାନର ପରାଜୟ ପରେ ପ୍ରଶଂସକ ଏବଂ ପୂର୍ବତନ ଖେଳାଳି ବହୁତ ନିରାଶ ହୋଇଛନ୍ତି। ପୂର୍ବତନ ୱିକେଟକିପର କାମରାନ୍ ଅକମଲ୍ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କୁ ଅପିଲ୍ କରିଛନ୍ତି ଯେ, ସର୍ଫରାଜ ଅହମ୍ମଦଙ୍କ ନେତୃତ୍ୱାଧୀନ ପାକିସ୍ତାନ ଟିମ୍ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବା ଦରକାର। ସେହିପରି ବିଶ୍ୱକପରେ ଭାରତଠାରୁ ହାରିବା ପରେ ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ସର୍ଫରାଜ ଅହମ୍ମଦଙ୍କୁ ବାକି ମ୍ୟାଚ୍ ଉପରେ ଧ୍ୟାନ ଦେବା ପାଇଁ ନିର୍ଦ୍ଦେଶ ଦେଇଛି।

Related story