କରୋନା ବିରୋଧରେ ଭାରତର ଲଢ଼େଇକୁ ରାୱଲପିଣ୍ଡି ଏକ୍ସପ୍ରେସଙ୍କ ପ୍ରଶଂସା

ଲାହୋର: ପାକିସ୍ତାନରେ ଏବେ କରୋନା ଭାଇରସର ପ୍ରକୋପ ଧୀରେ ଧୀରେ ବଢ଼ିବାରେ ଲାଗିଛି। ଏଠାରେ ଏପର୍ଯ୍ୟନ୍ତ ୮୦୦ରୁ ଅଧିକ ପଜିଟିଭ୍ ମାମଲା ସାମ୍ନାକୁ ଆସିଛି ଏବଂ ୬ଜଣ ଲୋକ ମୃତ୍ୟୁବରଣ କରିଛନ୍ତି। ପାକିସ୍ତାନରେ ଏହି ମହାମାରୀ ବ୍ୟାପୁଥିବାର ଦେଖି ପୂର୍ବତନ ପେସ୍ ବୋଲର ତଥା ରାୱଲପିଣ୍ଡି ଏକ୍ସପ୍ରେସ୍ ନାମରେ ପରିଚିତ ଶୋଏବ ଅଖତର ଚିନ୍ତା ପ୍ରକଟ କରିଥିବା ବେଳେ ଏହି ମାମଲାରେ ଭାରତର ପଦକ୍ଷେପକୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ଏଠାକାର ଲୋକେ ଏହି ମାରାତ୍ମକ ଭାଇରସକୁ […]

akhter

Ranjit Kumar Jena
  • Published: Monday, 23 March 2020
  • , Updated: 23 March 2020, 09:37 PM IST

ଲାହୋର: ପାକିସ୍ତାନରେ ଏବେ କରୋନା ଭାଇରସର ପ୍ରକୋପ ଧୀରେ ଧୀରେ ବଢ଼ିବାରେ ଲାଗିଛି। ଏଠାରେ ଏପର୍ଯ୍ୟନ୍ତ ୮୦୦ରୁ ଅଧିକ ପଜିଟିଭ୍ ମାମଲା ସାମ୍ନାକୁ ଆସିଛି ଏବଂ ୬ଜଣ ଲୋକ ମୃତ୍ୟୁବରଣ କରିଛନ୍ତି। ପାକିସ୍ତାନରେ ଏହି ମହାମାରୀ ବ୍ୟାପୁଥିବାର ଦେଖି ପୂର୍ବତନ ପେସ୍ ବୋଲର ତଥା ରାୱଲପିଣ୍ଡି ଏକ୍ସପ୍ରେସ୍ ନାମରେ ପରିଚିତ ଶୋଏବ ଅଖତର ଚିନ୍ତା ପ୍ରକଟ କରିଥିବା ବେଳେ ଏହି ମାମଲାରେ ଭାରତର ପଦକ୍ଷେପକୁ ପ୍ରଶଂସା କରିଛନ୍ତି।

ସେ କହିଛନ୍ତି, ଏଠାକାର ଲୋକେ ଏହି ମାରାତ୍ମକ ଭାଇରସକୁ ସେତେଟା ଗୁରୁତର ସହ ନେଉ ନାହାନ୍ତି ଏବଂ ମନଇଚ୍ଛା ଚାରିଆଡ଼େ ବୁଲୁଛନ୍ତି। ଲୋକଙ୍କୁ ଏଭଳି ପରିସ୍ଥିତିରେ ସତର୍କତାର ସହ ରହିବାକୁ ପଡ଼ିବ ଏବଂ ନିଜକୁ ଲକଡାଉନ୍ କରିବା ଦରକାର। ତେବେ ଅଖତର ଭାରତକୁ ପ୍ରଶଂସନା କରି କହିଛନ୍ତି, ଆମ ଦେଶର ନାଗରିକ ଭାରତୀୟଙ୍କଠାରୁ କିଛି ଶିଖିବା ଦରକାର। ଭାରତରେ ରବିବାର ଜନତା କର୍ଫ୍ୟୁ ପାଇଁ ଆହ୍ୱାନ ଦିଆଯାଇଥିଲା। ଏହାକୁ ମଧ୍ୟ ସେଠାକାର ଲୋକେ ଗ୍ରହଣ କଲେ ଏବଂ ସ୍ୱଇଚ୍ଛାରେ ଲକଡାଉନ୍ କରିଥିଲେ।

ବାଂଲାଦେଶ ଓ ରୱାଣ୍ଡା ଭଳି ଦେଶଗୁଡ଼ିକ ମଧ୍ୟ ଏହି ମହାମାରୀ ବିରୋଧରେ ଭଲ କାମ କରୁଛି। କିନ୍ତୁ ପାକିସ୍ତାନୀ ଲୋକଙ୍କ ମନରେ ଏହାର କୌଣସି ଭୟ ନାହିଁ। ଏଠାରେ ଗୋଟିଏ ବାଇକରେ ଚାରିଜଣ ଲେଖାଏ ଲୋକ ବସି ବୁଲୁଛନ୍ତି। ଲୋକେ ପାହାଡ଼ିଆ ଅଞ୍ଚଳକୁ ପିକନିକ୍ ମନାଇବାକୁ ମଧ୍ୟ ଯାଉଛନ୍ତି।

ଅଖତର ଆହୁରି କହିଛନ୍ତି, ପଞ୍ଜାବ (ପାକିସ୍ତାନ ପ୍ରାନ୍ତ) ସରକାରକୁ ଏଠାକାର ପରିସ୍ଥିତିକୁ ନିୟନ୍ତ୍ରଣାଧୀନ କରିବା ପାଇଁ କର୍ଫ୍ୟୁ ଲଗାଇବା ଦରକାର। ଏଠାରେ ରାତି ୧୦ଟା ଯାଏ ରେଷ୍ଟୁରାଣ୍ଟ ଖୋଲା ରହୁଛି। ଲୋକେ ପରସ୍ପର ଘରକୁ ନିମନ୍ତ୍ରଣ ପାଇ ଯାଉଛନ୍ତି ଏବଂ ସେଠାରେ ବିଳମ୍ବିତ ସମୟ ପର୍ଯ୍ୟନ୍ତ ପାର୍ଟିରେ ଯୋଗ ମଧ୍ୟ ଦେଉଛନ୍ତି। ଲୋକଙ୍କୁ ମୁଁ ଏତିକି ଅପିଲ୍ କରିବାକୁ ଚାହୁଁଛି ଯେ ସେମାନେ ସମୟର ମୂଲ୍ୟକୁ ବୁଝନ୍ତୁ ଏବଂ ଦୁଇ ସପ୍ତାହ ପର୍ଯ୍ୟନ୍ତ ଅନ୍ୟମାନଙ୍କ ସହ ସାକ୍ଷାତ କରିବା ବନ୍ଦ କରିଦିଅନ୍ତୁ, ଯଦ୍ଦ୍ୱାରା ଏହି ଭାଇରସକୁ ପ୍ରଭାବହୀନ କରାଯାଇପାରିବ।

ଅଖତର କହିଛନ୍ତି, ଲୋକେ ବୁଝିବା ଦରକାର ଯେ ଏହି ଭୂତାଣୁର ୯୦% ମାମଲା ଲୋକଙ୍କ ସହ ମିଳାମିଶା ଦ୍ୱାରା ସାମ୍ନାକୁ ଆସିଥାଏ। ତେଣୁ ଏଭଳି ସ୍ଥିତିରେ ସମସ୍ତେ ଲୋକଙ୍କ ସଂସ୍ପର୍ଶରେ ନଆସି ନିଜକୁ ଅନ୍ୟଠାରୁ ଦୂରେଇ ରଖିବାର ସମୟ ଆସିଛି ବୋଲି ଅଖତର କହିଛନ୍ତି।

Related story