ପାକିସ୍ତାନୀ ରେସଲରଙ୍କୁ ମିଳିଲା ଭାରତୀୟ ଭିସା

ନୂଆଦିଲ୍ଲୀ: ଦିଲ୍ଲୀରେ ଚଳିତମାସ ୧୮ରୁ ୨୩ ତାରିଖ ପର୍ଯ୍ୟନ୍ତ ହେବାକୁଥିବା ଏସିଆନ୍ ରେସଲିଂ ଚାମ୍ପିୟନଶିପ୍ ପାଇଁ ପାକିସ୍ତାନୀ ରେସଲରଙ୍କୁ ଭିସା ମିଳିଛି। ଯାହା ଫଳରେ ଏହି ସମ୍ମାନଜନକ ଚାମ୍ପିୟନଶିପରେ ଏବେ ପାକିସ୍ତାନ ରେସଲର୍ ମଧ୍ୟ ଅଂଶଗ୍ରହଣ କରିପାରିବେ ବୋଲି ଭାରତୀୟ ରେସଲିଂ ମହାସଂଘ (ଡବ୍ଲ୍ୟୁଏଫଆଇ) ପକ୍ଷରୁ କୁହାଯାଇଛି। ଡବ୍ଲ୍ୟୁଏଫଆଇର ସହସମ୍ପାଦକ ବିନୋଦ ତୋମାର କହିଛନ୍ତି, ମହାସଂଘର ସାମୂହିକ ପ୍ରୟାସ ପରେ ସମସ୍ତ ପାକିସ୍ତାନୀ ରେସଲରଙ୍କୁ ଭିସା ମିଳିଛି। ତେବେ ଚୀନ୍ ରେସଲରଙ୍କୁ ସୋମବାର ପର୍ଯ୍ୟନ୍ତ ଅପେକ୍ଷା କରିବାକୁ […]

wrestling

Ranjit Kumar Jena
  • Published: Sunday, 16 February 2020
  • , Updated: 16 February 2020, 09:22 PM IST

ନୂଆଦିଲ୍ଲୀ: ଦିଲ୍ଲୀରେ ଚଳିତମାସ ୧୮ରୁ ୨୩ ତାରିଖ ପର୍ଯ୍ୟନ୍ତ ହେବାକୁଥିବା ଏସିଆନ୍ ରେସଲିଂ ଚାମ୍ପିୟନଶିପ୍ ପାଇଁ ପାକିସ୍ତାନୀ ରେସଲରଙ୍କୁ ଭିସା ମିଳିଛି। ଯାହା ଫଳରେ ଏହି ସମ୍ମାନଜନକ ଚାମ୍ପିୟନଶିପରେ ଏବେ ପାକିସ୍ତାନ ରେସଲର୍ ମଧ୍ୟ ଅଂଶଗ୍ରହଣ କରିପାରିବେ ବୋଲି ଭାରତୀୟ ରେସଲିଂ ମହାସଂଘ (ଡବ୍ଲ୍ୟୁଏଫଆଇ) ପକ୍ଷରୁ କୁହାଯାଇଛି।

ଡବ୍ଲ୍ୟୁଏଫଆଇର ସହସମ୍ପାଦକ ବିନୋଦ ତୋମାର କହିଛନ୍ତି, ମହାସଂଘର ସାମୂହିକ ପ୍ରୟାସ ପରେ ସମସ୍ତ ପାକିସ୍ତାନୀ ରେସଲରଙ୍କୁ ଭିସା ମିଳିଛି। ତେବେ ଚୀନ୍ ରେସଲରଙ୍କୁ ସୋମବାର ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ। ତୋମାର୍ ଆହୁରି କହିଛନ୍ତି, ମୁଁ ଶୁକ୍ରବାର କ୍ରୀଡ଼ା ସଚିବ ରାଧେଶ୍ୟାମ ଝୁଲନିୟାଙ୍କ ସହ ସାକ୍ଷାତ କରିଥିଲି ଏବଂ ସେ ଏହି ମାମଲାରେ ତୁରନ୍ତ ଗୃହ ସଚିବଙ୍କ ସାମ୍ନାରେ ଏହି ମୁଦ୍ଦା ଉଠାଇଥିଲେ। ଏହି ପ୍ରକ୍ରିୟାରେ ଟିକେ ସମୟ ଲାଗେ, କାରଣ ଶନିବାର ହିଁ ପାକିସ୍ତାନ ଟିମକୁ ଭିସା ପାଇଁ ନିର୍ଦ୍ଦେଶ ମିଳିଥିଲା।

ଆଇଓଏର ଅଧ୍ୟକ୍ଷ ନରିନ୍ଦର ବାତ୍ରା ମଧ୍ୟ ଏଥିପାଇଁ ଅନେକ ପ୍ରୟାସ କରିଥିଲେ। ଭିସା ମିଳିବା ପରେ ଏବେ ପାକିସ୍ତାନର ୬ଜଣିଆ ସଦସ୍ୟ ଦଳ ଏସିଆନ୍ ରେସଲିଂ ଚାମ୍ପିୟନଶିପରେ ଭାଗ ନେବା ପାଇଁ ଭାରତ ଆସିବେ। ପାକିସ୍ତାନ ୧୮ ତାରିଖରେ ଭାରତ ପହଞ୍ଚିପାରନ୍ତି। ପାକିସ୍ତାନର ୬ଜଣିଆ ଦଳରେ ଜଣେ ରେଫରୀ, ଜଣେ କୋଚ୍ ଏବଂ ଚାରିଜଣ ରେସଲର୍ ଅଛନ୍ତି। ଏହି ଚାରି ରେସଲରଙ୍କ ମଧ୍ୟରେ ମହମ୍ମଦ ବିଲାଳ୍ (୫୭ କେଜି), ଅବଦୁଲ୍ ରେହମାନ୍ (୭୪ କେଜି), ତୟସ ରାଜା (୯୭ କେଜି) ଓ ଜମାନ୍ ଅନୱର୍ (୧୨୫ କେଜି) ସାମିଲ୍ ଅଛନ୍ତି।

Related story