ଐତିହାସିକ ରାୱଲପିଣ୍ଡି ଟେଷ୍ଟ ଡ୍ର'

ରାୱଲପିଣ୍ଡି: ରାୱଲପିଣ୍ଡିରେ ପାକିସ୍ତାନ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଇଥିବା ଐତିହାସିକ ଟେଷ୍ଟ ଡ୍ର’ ଭାବେ ଶେଷ ହୋଇଛି। ବର୍ଷା ଓ ଖରାପ ଆଲୋକ ଯୋଗୁ ମ୍ୟାଚର ପ୍ରଥମ ଚାରିଦିନ ବାଧାପ୍ରାପ୍ତ ପଞ୍ଚମ ତଥା ଦିବସରେ ଖେଳ ସମ୍ଭବ ହୋଇଥିଲା, ଯେଉଁଥିରେ ଆବିଦ୍ ଅଲୀ ଓ ବାବର ଆଜମ ମୁଖ୍ୟ ଆକର୍ଷଣ ହୋଇଛନ୍ତି। ଆବିଦ୍ ନିଜର ପଦାର୍ପଣ ଟେଷ୍ଟରେ ଅପରାଜିତ ୧୦୯ ରନ୍ ଏବଂ ବାବର ଅପରାଜିତ ୧୦୨ ରନ୍ କରିଛନ୍ତି, ଯାହା ବଳରେ ପାକିସ୍ତାନ ତା’ର ପ୍ରଥମ […]

Untitled-1

Untitled-1

Ranjit Kumar Jena
  • Published: Sunday, 15 December 2019
  • Updated: 15 December 2019, 08:06 PM IST

Sports

Latest News

ରାୱଲପିଣ୍ଡି: ରାୱଲପିଣ୍ଡିରେ ପାକିସ୍ତାନ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଇଥିବା ଐତିହାସିକ ଟେଷ୍ଟ ଡ୍ର' ଭାବେ ଶେଷ ହୋଇଛି। ବର୍ଷା ଓ ଖରାପ ଆଲୋକ ଯୋଗୁ ମ୍ୟାଚର ପ୍ରଥମ ଚାରିଦିନ ବାଧାପ୍ରାପ୍ତ ପଞ୍ଚମ ତଥା ଦିବସରେ ଖେଳ ସମ୍ଭବ ହୋଇଥିଲା, ଯେଉଁଥିରେ ଆବିଦ୍ ଅଲୀ ଓ ବାବର ଆଜମ ମୁଖ୍ୟ ଆକର୍ଷଣ ହୋଇଛନ୍ତି। ଆବିଦ୍ ନିଜର ପଦାର୍ପଣ ଟେଷ୍ଟରେ ଅପରାଜିତ ୧୦୯ ରନ୍ ଏବଂ ବାବର ଅପରାଜିତ ୧୦୨ ରନ୍ କରିଛନ୍ତି, ଯାହା ବଳରେ ପାକିସ୍ତାନ ତା'ର ପ୍ରଥମ ଇନିଂସରେ ୨ ୱିକେଟ୍ ହରାଇ ୨୫୨ ରନ୍ କରିଛି।

ପାକିସ୍ତାନ ୧୦ ବର୍ଷ ପରେ ଘରୋଇ ମାଟିରେ ତା'ର ପ୍ରଥମ ଟେଷ୍ଟ ଖେଳୁଛି। ଉକ୍ତ ମ୍ୟାଚର ପ୍ରଥମ ଦିନରେ ୬୮ ଓଭର ବୋଲିଂ ହୋଇଥିଲା। ଏହା ପରେ ଦ୍ୱିତୀୟ ଦିନରେ ୧୮.୧, ତୃତୀୟ ଦିନରେ ୫.୨ ଏବଂ ଚତୁର୍ଥ ଦିନ ଖେଳ ସମ୍ପୂର୍ଣ୍ଣ ଧୋଇ ହୋଇଯାଇଥିଲା। ପଞ୍ଚମ ଦିବସରେ ଶ୍ରୀଲଙ୍କା ତା'ର ପ୍ରଥମ ଇନିଂସରେ ୬ ୱିକେଟ୍ ହରାଇ ୩୦୮ ରନ୍ କରି ପାଳି ଘୋଷଣା କରିଥିଲା। ଭ୍ରମଣକାରୀ ଦଳ ପକ୍ଷରୁ ଧନଞ୍ଜନ ଡି'ସିଲଭା ଶତକ ମାରିଥିଲେ। ସେ ରବିବାର ସକାଳେ ୮୭ ରନରୁ ଖେଳିବା ଆରମ୍ଭ କରିଥିଲେ ଏବଂ ଅପରାଜିତ ୧୦୨ ରନ୍ କରିଥିଲେ। ତାଙ୍କ ସହ ଦିଲରୁୱନ୍ ପରେରା ୧୬ ରନ୍ କରି ଅପରାଜିତ ଥିଲେ।

ଜବାବରେ ପାକିସ୍ତାନକୁ ପ୍ରାରମ୍ଭିକ ଝଟକା ଲାଗିଥିଲା। ଓପ୍ନର ଶାନ୍ ମସୁଦ୍ ଖାତା ଖୋଲିବା ପୂର୍ବରୁ କାସୁନ୍ ରଜିତାଙ୍କ ବୋଲିଂର ଶିକାର ହୋଇଥିଲେ। ଡେବ୍ୟୁଟାଣ୍ଟ ଆବିଦ୍ ଓ କ୍ୟାପଟେନ୍ ଆଝାର ଦ୍ୱିତୀୟ ୱିକେଟ୍ ପାଇଁ ୮୭ ରନ୍ ଯୋଡ଼ିଥିଲେ। ଆଝାର ୩୬ ରନ୍ କରି ଲାହିରୁ କୁମାରାଙ୍କ ବଲରେ ଆଉଟ୍ ହୋଇଥିଲେ। ଏହା ପରେ ଦଳର ନିର୍ଭରଯୋଗ୍ୟ ବ୍ୟାଟ୍ସମ୍ୟାନ୍ ବାବର ଆଜମ ଓପ୍ନର ଆବିଦଙ୍କୁ ଭରପୂର ସହଯୋଗ କରିଥିଲେ। ଦୁହେଁ ତୃତୀୟ ୱିକେଟ୍ ପାଇଁ ଅପରାଜୀତ ୧୬୨ ରନ୍ ଯୋଡ଼ିଥିଲେ। ଆବିଦ୍ ୨୦୧ ବଲରେ ୧୧ ଚୌକା ସହ ୧୦୯ ଓ ବାବର ୧୨୮ ବଲରେ ୧୪ ଚୌକା ସହ ଅପରାଜିତ ୧୦୨ ରନ୍ କରିଥିଲେ। ପଦାର୍ପଣରେ ଶତକୀୟ ଇନିଂସ୍ ଖେଳିଥିବା ଆବିଦଙ୍କୁ ପ୍ଲେୟର୍ ଅଫ୍ ଦି ମ୍ୟାଚ୍ ବିବେଚିତ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos