ପାକିସ୍ତାନୀ କ୍ରିକେଟରଙ୍କ ଟ୍ୱିଟ୍‌ ଦେଖି ବିଗିଡ଼ି ଗଲେ ପତ୍ନୀ, କାହିଁକି ଜାଣନ୍ତୁ

ନୂଆଦିଲ୍ଲୀ: ପୂର୍ବତନ ପାକିସ୍ତାନୀ ଖିଲାଡୀ ୱାକର ୟୁନିସ୍‌ଙ୍କର ଆଜି ୧୮ତମ ବିବାହ ବାର୍ଷିକୀ। ଏହି ଅବସରରେ ସେ ନିଜ ପତ୍ନୀ ଫରୟାଲଙ୍କୁ ଟ୍ୱିଟ୍‌ ଜରିଆରେ ହୃଦୟସ୍ପର୍ଶୀ ମେସେଜ୍‌ କରି ଓ ଫଟୋ ପୋଷ୍ଟ କରି ଶୁଭେଚ୍ଛା ଜଣାଇଥିଲେ। ତାଙ୍କର ଏହି ମେସେଜ ସୋସିଆଲ ମିଡ଼ିଆରେ ଖୁବ୍‌ ଭାଇରାଲ ହୋଇଥିଲା। ସେ ଲେଖିଥିଲେ- ‘ମୋ ଜୀବନରେ ମୁଁ ବହୁତ ବୁଝାମଣା, ବହୁ ସୌଦା ଓ ବହୁତ ସଂପର୍କ ବାନ୍ଧିଛି। କିନ୍ତୁ ୧୮ ବର୍ଷ ପୂର୍ବରୁ ମୁଁ ଯେଉଁ ସଂପର୍କ […]

photo

Rakesh Mallick
  • Published: Monday, 12 February 2018
  • , Updated: 12 February 2018, 04:12 PM IST

ନୂଆଦିଲ୍ଲୀ: ପୂର୍ବତନ ପାକିସ୍ତାନୀ ଖିଲାଡୀ ୱାକର ୟୁନିସ୍‌ଙ୍କର ଆଜି ୧୮ତମ ବିବାହ ବାର୍ଷିକୀ। ଏହି ଅବସରରେ ସେ ନିଜ ପତ୍ନୀ ଫରୟାଲଙ୍କୁ ଟ୍ୱିଟ୍‌ ଜରିଆରେ ହୃଦୟସ୍ପର୍ଶୀ ମେସେଜ୍‌ କରି ଓ ଫଟୋ ପୋଷ୍ଟ କରି ଶୁଭେଚ୍ଛା ଜଣାଇଥିଲେ। ତାଙ୍କର ଏହି ମେସେଜ ସୋସିଆଲ ମିଡ଼ିଆରେ ଖୁବ୍‌ ଭାଇରାଲ ହୋଇଥିଲା। ସେ ଲେଖିଥିଲେ- ‘ମୋ ଜୀବନରେ ମୁଁ ବହୁତ ବୁଝାମଣା, ବହୁ ସୌଦା ଓ ବହୁତ ସଂପର୍କ ବାନ୍ଧିଛି। କିନ୍ତୁ ୧୮ ବର୍ଷ ପୂର୍ବରୁ ମୁଁ ଯେଉଁ ସଂପର୍କ ବାନ୍ଧିଥିଲି ତାହା ସବୁଠୁ ସୁନ୍ଦର ଥିଲା। ଯାହାର ଖୁସି ଆଜି ମୁଁ ଅନୁଭବ କରିପାରୁଛି। ଧନ୍ୟବାଦ @DrFaryalWaqar, ଏତେ ବର୍ଷ ମୋ ସହ ରହିଥିବହାରୁ ଓ ମୋ ସାଥ୍ ଦେଇଥିବାରୁ।#LoveYou #HappyWeddingAnniversary’।

ୱାକର ସେହି ପୋଷ୍ଟରେ ପାଖାପାଖି ୫୦୦ ଲୋକ କମେଣ୍ଟ କରିଛନ୍ତି। ୩୬୬ଜଣ ରି-ଟ୍ୱିଟ୍‌  କରିଛନ୍ତି ଓ ୮ ହଜାରୁଇ ଅଧିକ ଏହାକୁ ଲାଇକ୍‌ ବି କରିଛନ୍ତି। କିନ୍ତୁ ତାଙ୍କ ପତ୍ନୀ ଫରୟାଲ ଏହି ଟ୍ୱିଟ୍‌କୁ ଦେଖି ଖୁସି ହେବା  ପରିବର୍ତ୍ତେ ରାଗିଯାଇଥିଲେ। କାରଣ ସ୍ୱାମୀ ପୋଷ୍ଟ କରିଥିବା ଫଟୋ ଫରୟାଲଙ୍କ ମନ ମାନି ନ ଥିଲା। ଏଥିରେ ସେ ରି-ଟ୍ୱିଟ୍‌ କରି ବିବାହ ବାର୍ଷିକୀର ବଧେଇ ଜଣାଇଥିଲେ। ଆଉ କହିଥିଲେ ଆପଣ ଏହା ଠାରୁ ଭଲ ଫଟୋ ବି ନେଇ ପାରିଥାନ୍ତେ।’ ଦୁହିଁଙ୍କ ବିବାହ ୨୦୦୦ ମସିହାରେ ହୋଇଥିଲା।  ଫରୟାଲ ଜଣେ ପାକିସ୍ତାନୀ ଅଷ୍ଟ୍ରେଲୀୟ।  ସେମାନଙ୍କର ତିନୋଟି ପିଲା ଅଛନ୍ତି।

Related story