ପଞ୍ଜାବ: ସଡ଼କ ଦୁର୍ଘଟଣାରେ ମହିଳା ହକି ଦଳର ପୂର୍ବତନ ଅଧିନାୟକ ଶଶିବାଳାଙ୍କ ମୃତ୍ୟୁ

ଚଣ୍ଡିଗଡ଼: ଏକ ସଡ଼କ ଦୁର୍ଘଟଣାରେ ରବିବାର ଭାରତୀୟ ମହିଳା ହକି ଟିମର ପୂର୍ବତନ ଅଧିନାୟକ ଶଶିବାଳାଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ତାଙ୍କ ପୁଅ ଅଗ୍ରିମ ଠାକୁର (୧୫) ମଧ୍ୟ ପ୍ରାଣ ହରାଇଛନ୍ତି। ରବିବାର ଅପରାହ୍ଣରେ ଏକ ଅଲଟୋ କାରରେ ଶଶିବାଳା, ତାଙ୍କ ପୁଅ ଓ ଝିଅ କପୁରଥଳାରୁ ଚଣ୍ଡିଗଡ ଆସୁଥିଲେ। ବଙ୍ଗା ନିକଟରେ ଏକ ଟାଟା ଏସି ଗାଡ଼ି ସହିତ ତାଙ୍କ ଗାଡ଼ିର ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ […]

accident

Rakesh Mallick
  • Published: Sunday, 21 June 2015
  • , Updated: 21 June 2015, 04:16 PM IST

ଚଣ୍ଡିଗଡ଼: ଏକ ସଡ଼କ ଦୁର୍ଘଟଣାରେ ରବିବାର ଭାରତୀୟ ମହିଳା ହକି ଟିମର ପୂର୍ବତନ ଅଧିନାୟକ ଶଶିବାଳାଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ତାଙ୍କ ପୁଅ ଅଗ୍ରିମ ଠାକୁର (୧୫) ମଧ୍ୟ ପ୍ରାଣ ହରାଇଛନ୍ତି।

ରବିବାର ଅପରାହ୍ଣରେ ଏକ ଅଲଟୋ କାରରେ ଶଶିବାଳା, ତାଙ୍କ ପୁଅ ଓ ଝିଅ କପୁରଥଳାରୁ ଚଣ୍ଡିଗଡ ଆସୁଥିଲେ। ବଙ୍ଗା ନିକଟରେ ଏକ ଟାଟା ଏସି ଗାଡ଼ି ସହିତ ତାଙ୍କ ଗାଡ଼ିର ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଶଶିବାଳାଙ୍କ କାର୍ ଓଲଟି ପଡିଥିଲା। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ତାଙ୍କ ଝିଅଙ୍କ ଅବସ୍ଥା ଗୁରୁତର ରହିଛି।

ଶଶିବାଳାଙ୍କ ମୃତ୍ୟୁରେ ହକି ଇଣ୍ଡିଆର ସଭାପତି ନରିନ୍ଦର ବାତ୍ରା ଦୁଃଖ ପ୍ରକାଶ କରିଛନ୍ତି। ପୂରା ହକି ପରିବାର ପାଇଁ ଏହା ଏକ କ୍ଷତି ବୋଲି ସେ କହିଛନ୍ତି। ଭାରତୀୟ ହକି ପ୍ରତି ତାଙ୍କର ବହୁ ଯୋଗଦାନ ରହିଛି।

୪୫ ବର୍ଷୀୟ ଶଶିବାଳା ୧୯୮୭ରେ ଅନ୍ତର୍ଜାତୀୟ ହକିରେ ପ୍ରବେଶ କରିଥିଲେ। ୧୯୯୮ର ନେଦରଲାଣ୍ଡରେ ଅନୁଷ୍ଠିତ ଏଫଆଇଏଫ ମହିଳା ବିଶ୍ୱକପ ଟିମରେ ସେ ସଦସ୍ୟ ଥିଲେ। ୧୯୯୭ ମସିହାରେ ଜିମ୍ବାୱେର ହରାରେ ଠାରେ ଅନୁଷ୍ଠିତ ଏଫଆଇଏଚ ମହିଳା ବିଶ୍ୱକପ୍ କ୍ୱାଲିଫାୟରରେ ସେ ଭାରତୀୟ ମହିଳା ହକି ଦଳର ଅଧିନାୟକ ହୋଇଥିଲେ।  ଖେଳରୁ ଅବସର ନେବା ପରେ ସେ ଭାରତୀୟ ରେଳବାଇ ହକି ଟିମର କୋଚ୍ ଦାୟିତ୍ୱରେ ଥିଲେ। ପରେ ପଞ୍ଜାବ ହକିର ଚୟନକର୍ତ୍ତା ମଧ୍ୟ ରହିଥିଲେ।

Related story