ପ୍ରଥମ ନେପାଳ ଖେଳାଳି ଭାବେ ଏହି ରେକର୍ଡ କଲେ ପାରସ

ସିଙ୍ଗାପୁର: ନେପାଳ କ୍ରିକେଟ୍ ଟିମ୍ କ୍ୟାପଟେନ୍ ପାରସ ଖାଡକା ଅନ୍ତର୍ଜାତୀୟ ଟି-୨୦ କ୍ରିକେଟରେ ନୂଆ କୀର୍ତ୍ତିମାନ କରିଛନ୍ତି। ସେ ପ୍ରଥମ ନେପାଳ କ୍ରିକେଟର୍ ଭାବେ ଟି-୨୦ କ୍ରିକେଟରେ ଶତକ ମାରିଛନ୍ତି। ସିଙ୍ଗାପୁରରେ ଚାଲିଥିବା ଟ୍ରାଇ-ସିରିଜରେ ପାରସଙ୍କ ଶତକ ବଳରେ ନେପାଳ ଆୟୋଜକ ଟିମକୁ ୯ ୱିକେଟରେ ପରାସ୍ତ କରି ବୃହତ ବିଜୟ ହାସଲ କରିଛି। ପାରସ ମଧ୍ୟ ପ୍ରଥମ କ୍ୟାପଟେନ୍ ଭାବେ ଟି-୨୦ କ୍ରିକେଟରେ ରନର ପିଛା କରି ଶତକ ମାରିଛନ୍ତି। ୩୧ ବର୍ଷୀୟ ଏହି ବ୍ୟାଟ୍ସମ୍ୟାନ୍ […]

nepal

Ranjit Kumar Jena
  • Published: Sunday, 29 September 2019
  • , Updated: 29 September 2019, 08:19 PM IST

ସିଙ୍ଗାପୁର: ନେପାଳ କ୍ରିକେଟ୍ ଟିମ୍ କ୍ୟାପଟେନ୍ ପାରସ ଖାଡକା ଅନ୍ତର୍ଜାତୀୟ ଟି-୨୦ କ୍ରିକେଟରେ ନୂଆ କୀର୍ତ୍ତିମାନ କରିଛନ୍ତି। ସେ ପ୍ରଥମ ନେପାଳ କ୍ରିକେଟର୍ ଭାବେ ଟି-୨୦ କ୍ରିକେଟରେ ଶତକ ମାରିଛନ୍ତି। ସିଙ୍ଗାପୁରରେ ଚାଲିଥିବା ଟ୍ରାଇ-ସିରିଜରେ ପାରସଙ୍କ ଶତକ ବଳରେ ନେପାଳ ଆୟୋଜକ ଟିମକୁ ୯ ୱିକେଟରେ ପରାସ୍ତ କରି ବୃହତ ବିଜୟ ହାସଲ କରିଛି। ପାରସ ମଧ୍ୟ ପ୍ରଥମ କ୍ୟାପଟେନ୍ ଭାବେ ଟି-୨୦ କ୍ରିକେଟରେ ରନର ପିଛା କରି ଶତକ ମାରିଛନ୍ତି।

୩୧ ବର୍ଷୀୟ ଏହି ବ୍ୟାଟ୍ସମ୍ୟାନ୍ ଉକ୍ତ ମ୍ୟାଚରେ ୫୨ ବଲରେ ୧୦୬ ରନର ବିସ୍ଫୋରକ ଇନିଂସ୍ ଖେଳିଥିଲେ, ଯେଉଁଥିରେ ୭ ଚୌକା ଓ ୯ ଛକା ସାମିଲ୍ ଥିଲା। ଉକ୍ତ ମ୍ୟାଚରେ ସିଙ୍ଗାପୁର ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୩ ୱିକେଟ୍ ହରାଇ ୧୫୧ ରନ୍ କରିଥିଲା। ଜବାବରେ ନେପାଳ ମାତ୍ର ୧୬ ଓଭରରେ ୧ ୱିକେଟ୍ ହରାଇ ଏହି ଲକ୍ଷ୍ୟ ହାସଲ କରିନେଇଥିଲା। ଏହାଛଡ଼ା ପାରସ ଆଉ କିଛି ରେକର୍ଡ ମଧ୍ୟ ନିଜ ନାଁରେ କରିଛନ୍ତି।

ସେ ଟି-୨୦ରେ ଦ୍ରୁତ ଶତକ ମାରିବାରେ ତୃତୀୟ କ୍ୟାପଟେନ୍ ହୋଇଛନ୍ତି। ପାରସ ମାତ୍ର ୪୯ ବଲରେ ଶତକ ମାରିଥିଲେ। ସବୁଠାରୁ ଦ୍ରୁତ ଶତକ ହାସଲକାରୀ କ୍ୟାପଟେନଙ୍କ ମଧ୍ୟରେ ରୋହିତ୍ ଶର୍ମା ଆଗରେ ରହିଛନ୍ତି। ରୋହିତ୍ ଶ୍ରୀଲଙ୍କା ବିପକ୍ଷରେ ମାତ୍ର ୩୫ ବଲରେ ଶତକ ମାରିଥିଲେ। ସେହିପରି ଦକ୍ଷିଣ ଆଫ୍ରିକାର ଫାଫ୍ ଡ୍ୟୁପ୍ଲେସିସ୍ ୪୬ ବଲରେ ଶତକ ମାରିଥିଲେ।

Related story